ଜୋହାନ୍ସବର୍ଗରେ ମୋଦି
ବ୍ରିକ୍ସ ସମ୍ମିଳନୀ
ଜିନ୍ପିଙ୍ଗଙ୍କ ସହ ହୋଇପାରେ ଆଲୋଚନା
ନୂଆଦିଲ୍ଲୀ(ଏଜେନ୍ସି): ଦକ୍ଷିଣ ଆଫ୍ରିକାର ଜୋହାନସ୍ବର୍ଗରେ ଆଜିଠାରୁ ୨୪ ଯାଏ ଅନୁଷ୍ଠିତ ହେଉଛି ବ୍ରିିକ୍ସ (ବ୍ରାଜିଲ, ରୁଷ, ଭାରତ, ଚୀନ ଓ ଦକ୍ଷିଣ ଆଫ୍ରିକା) ଶୀର୍ଷ ବୈଠକ । ଏଥିରେ ଯୋଗଦେବା ଲାଗି ପ୍ରଧାନମନ୍ତ୍ରୀ ଜୋହାନ୍ସବର୍ଗରେ ପହଞ୍ଚିଛନ୍ତି । ତିନିଥର ଭର୍ଚୁଆଲ ବୈଠକ ପରେ ପ୍ରଥମକରି ବ୍ୟକ୍ତିଭତ ଉପସ୍ଥିତିରେ ଉକ୍ତ ସମ୍ମିଳନୀ ଅନୁଷ୍ଠିତ ହେଉଛି । ଜୋହାନ୍ସବର୍ଗରେ ପହଞ୍ଚିବା ପରେ ମୋଦିଙ୍କୁ ଦକ୍ଷିଣ ଆଫ୍ରିକା ପକ୍ଷରୁ ଭବ୍ୟ ସ୍ୱାଗତ କରାଯାଇଛି ।
ସୋମବାର ବ୍ରିକ୍ସ ଲିଡର୍ସ ରିଟ୍ରିଟ୍ରେ ଯୋଗଦେଇଛନ୍ତି । ଏହା ରୁଦ୍ଧଦ୍ୱାର ବୈଠକ । ୨୩ରେ ଦୁଇ ପର୍ଯ୍ୟାୟରେ ଅନୁଷ୍ଠିତ ଶୀର୍ଷ ସମ୍ମିଳନୀରେ ମୋଦ ଯୋଗଦେବା ପରେ ୨୪ରେ ଆଫ୍ରିକା ଆଉଟ୍ରିଚ୍ ଓ ବ୍ରିକ୍ସ ପ୍ଲସ ବୈଠକ ବସିବ । ୨୪ ତାରିଖ ବୈଠକ ଗ୍ଲୋବାଲ ସାଉଥ ସଂପର୍କ ମୁୂଖ୍ୟ ଆଲୋଚନାର ବିଷୟ ହେବ । ମୋଦିଙ୍କ ସହିତ ଏକ ବ୍ୟବସାୟୀ ପ୍ରତିନିଧିମଣ୍ଡଳୀ ଦକ୍ଷିଣ ଆଫ୍ରିକା ଯାଇଛନ୍ତି । ଏହି ଅବସରରେ ପ୍ରଧାନମନ୍ତ୍ରୀ ମୋଦ ଓ ଚୀନ ରାଷ୍ଟ୍ରପତି ସି ଜିନ୍ପିଙ୍ଗଙ୍କ ମଧ୍ୟରେ କଥାବାର୍ତ୍ତା ହୋଇପାରେ ବୋଲି ଆଶା କରାଯାଉଛି ।
ବ୍ରିକ୍ସ ସମ୍ମିଳନୀ ପରେ ପ୍ରଧାନମନ୍ତ୍ରୀ ଗ୍ରୀସ ଗସ୍ତରେ ଯିବେ । ସେଠାରେ ଗ୍ରୀସ ପ୍ରତିପକ୍ଷ କିରିଯାକୋଶ ମିସ୍ତୋତାକିସଙ୍କ ସହ ଦ୍ୱିପାକ୍ଷିକ ସମ୍ବନ୍ଧ ନେଇ ଆଲୋଚନା ହେବାର କାର୍ଯ୍ୟକ୍ରମ ରହିଛି । ୧୯୮୩ ପରେ ଏହା ହେବ ଜଣେ ଭାରତୀୟ ପ୍ରଧାନମନ୍ତ୍ରୀଙ୍କ ପ୍ରଥମ ଗ୍ରୀସ୍ ଗସ୍ତ । ଗ୍ରୀସ୍ରେ ମୋଦି ଟମ୍ବ ଅଫ୍ ଅନ୍ନୋନ୍ ସିର୍ଜର୍ସ ପରିଦର୍ଶନ କରିବେ । ଏହାସହିତ ଗ୍ରୀସ ବ୍ୟବସାୟୀ ପ୍ରତିନିଧିଙ୍କ ସହ ଆଲୋଚନା କରିବେ ଏବଂ ଭାରତୀୟ ସମୁଦାୟଙ୍କୁ ଉଦ୍ବୋଧନ ଦେବେ । ଏହି ଅବସରରେ ଉଭୟ ଦେଶ ମଧ୍ୟରେ ବାଣିଜ୍ୟ, ଭିତ୍ତଭୂମି ବିକାଶ, ଜାହାଜ ନିର୍ମାଣ, ଶକ୍ତି ଭଳି ବିଷୟଗୁଡ଼ିକ ଉପରେ ସହଯୋଗ ବୃଦ୍ଧି ନେଇ ଆଲୋଚନା ଓ ବୁଝାମଣା ହେବ ।
ଇତିମଧ୍ୟରେ ବ୍ରିକ୍ସରେ ସାମିଲ ହେବା ଲାଗି ୪୦ ଦେଶ ଆଗ୍ରହୀ ଥିବା ଜଣାପଡ଼ିଛି । ସେଥିମଧ୍ୟରୁ ଏପର୍ଯ୍ୟନ୍ତ ୨୩ ଦେଶ ଆବେଦନ କରିଛନ୍ତି ।