ଦୁଷ୍କର୍ମ ପୀଡ଼ିତାଙ୍କୁ ଗର୍ଭପାତ ପାଇଁ ଅନୁମତି

ନୂଆଦିଲ୍ଲୀ, ୨୧ା୮: ଉପର କୋର୍ଟ ରାୟ ବିରୋଧରେ ନିମ୍ନ କୋର୍ଟ କୌଣସି ନିଦେ୍ର୍ଦଶ ଦେବା ସାମ୍ବିଧାନିକ ଦର୍ଶନର ପରିପନ୍ଥୀ ବୋଲି ସୁପ୍ରିମକୋର୍ଟ ସୋମବାର ଦୁଷ୍କର୍ମ ପୀଡ଼ିତାଙ୍କ ଗର୍ଭପାତ ମାମଲାରେ କଡ଼ା ମନ୍ତବ୍ୟ ଦେଇଛନ୍ତି । ୨୭ ସପ୍ତାହରୁ ଅଧିକ ସମୟ ଗର୍ଭବତୀ ଥିବା ପୀଡ଼ିତାଙ୍କୁ ଗର୍ଭପାତ ଲାଗି ଅନୁମତି ପ୍ରଦାନ କରି ସୁପ୍ରିମକୋର୍ଟ କହିଛନ୍ତି, ବିବାହ ପୂର୍ବରୁ ଗର୍ଭବତୀ ହେବା ଶାରୀରିକ ଓ ମାନସିକ ଭାବେ ସ୍ୱାସ୍ଥ୍ୟ ଉପରେ ପ୍ରଭାବ ପକାଇଥାଏ । ଗର୍ଭବତୀ ହେବାର ୨୭ ସପ୍ତାହରୁ ଅଧିକ ସମୟ ହୋଇଗଲାଣି । ପୀଡ଼ିତାଙ୍କ ମେଡିକାଲ୍ ରିପୋର୍ଟକୁ ଦୃଷ୍ଟିରେ ରଖି ଜଷ୍ଟିସ ବିଭି ନାଗରତ୍ନା ଓ ଜଷ୍ଟିସ ଉଜ୍ଜଳ ଭୂୟାଁଙ୍କ ପୀଠ କହିଛନ୍ତି, ଗୁଜରାଟ ହାଇକୋର୍ଟ ପୀଡ଼ିତାଙ୍କୁ ଗର୍ଭପାତ ଲାଗି ଅନୁମତି ନ ଦେଇ ଠିକ୍ କରିନାହାନ୍ତି ।
ଜଣେ ୨୫ ବର୍ଷିୟା ବଳାକ୍ରାର ପୀଡ଼ିତା ଗୁଜରାଟ ହାଇକୋର୍ଟଙ୍କ ରାୟ ବିରୋଧରେ ସୁପ୍ରିମକୋର୍ଟର ଅପିଲ କରିଥିଲେ । ଏହାର ଶୁଣାଣି କରି ସର୍ବୋଚ୍ଚ ଅଦାଲତ କହିଛନ୍ତି, ଭାରତୀୟ ସମାଜରେ ବିବାହ ପରେ ଗର୍ଭବସ୍ଥା କେବଳ ଦମ୍ପତ୍ତିଙ୍କ ପାଇଁ ନୁହେଁ ବରଂ ପରିବାର ଓ ବନ୍ଧୁବାନ୍ଧବଙ୍କ ପାଇଁ ଖୁସିର କାରଣ ହୋଇଥାଏ । କିନ୍ତୁ ବିବାହ ପୂର୍ବରୁ ଗର୍ଭାବସ୍ଥା ସବୁ ଦୃଷ୍ଟିରୁ କ୍ଷତିକାରକ । ବିଶେଷତଃ ଯୌନ ଉତ୍ପୀଡ଼ନ, ବଳାକ୍ରାର କିମ୍ବା ଦୁର୍ବ୍ୟବହାର ମାମଲାରେ ଗର୍ଭବତୀଙ୍କ ଶାରୀରିକ ଓ ମାନସିକ ସ୍ୱାସ୍ଥ୍ୟ ପ୍ରଭାବିତ ହୋଇଥାଏ ଓ ପୀଡିତାଙ୍କୁ ଆଘାତ ଲାଗିଥାଏ । ନ୍ୟାୟ ପୀଠ କହିଛନ୍ତି ମେଡିକାଲ୍ ରିପୋର୍ଟକୁ ଦୃଷ୍ଟିରେ ରଖି ଗର୍ଭପାତ କରାଇବାକୁ ଅନୁମତି ଦେଉଛୁ । ଯଦି ଭ୍ରୁଣ ଜୀବିତ ଥାଏ ତେବେ ହସ୍ପିଟାଲ୍ କର୍ତ୍ତୃପକ୍ଷ ଭ୍ରୁଣର ଜୀବିତ ରଖିବା ଲାଗି ଆବଶ୍ୟକ ସହାୟତା ଯୋଗାଇ ଦେବେ । ନବଜାତକୁ କିପରି ପୋଷ୍ୟ ଭାବେ ଗ୍ରହଣ କରାଯିବ ସେଥିପାଇଁ ଉଦ୍ୟମ କରିବେ ।
ମେଡିକାଲ୍ ଟର୍ମିନେସନ ଅଫ ପ୍ରେଗନାନ୍ସି(ଏମ୍ଟିପି) ଅଧିନିୟମ ଆଧାରରେ ବିବାହିତା. ଦୁଷ୍କର୍ମର ଶିକାର, ଦିବ୍ୟାଙ୍ଗ ଓ ନାବାଳିକଙ୍କ ପାଇଁ ଗର୍ଭପାତ କରାଇବାର ସମୟ ସୀମା ୨୪ ସପ୍ତାହ । କିନ୍ତୁ ହାଇକୋର୍ଟଙ୍କ ୱେବ୍ ସାଇଟ୍ରେ ରାୟ ଉଲେକ୍ଲଖ ନ ଥିବାରୁ ସନ୍ୟାୟପୀଠ କ୍ଷୋଭ ବ୍ୟକ୍ତ କରିଥିଲେ । ଗୁଜରାଟ ସରକାରଙ୍କ ପକ୍ଷରୁ ପ୍ରତିନିଧିତ୍ୱ କରୁଥିବା ସଲିସିଟର ଜେନେରାଲ ତୁଷାର ମେହେଟ୍ଟା କହିଥିଲେ, କ୍ଲରିକାଲଳ ତ୍ରୁଟି ଯୋଗୁ ଏଭଳି ଘଟିଛି । ସଂଶୋଧନ ଲାଗି ରାୟ ପୁନର୍ବାର ଲିଖନ ଲାଗି ନିବେଦନ କରାଯାଉଛି । ପୀଡ଼ିତାଙ୍କ ଓକିଲ କହିଥିଲେ, ଗତ ୭ ତାରିଖରେ ହାଇକୋର୍ଟଙ୍କ ହସ୍ତକ୍ଷେପ ଲୋଡ଼ାଯାଇଥିଲା । ୮ରେ ମେଡିକାଲ ବୋର୍ଟ ଗଠନ କରି ରିପୋର୍ଟ ଦେବାକୁ ହାଇକୋର୍ଟ ନିଦେ୍ର୍ଦଶ ଦେଇଥିଲେ । ୧୦ରେ ମେଡିକାଲ ବୋର୍ଡ ରିପୋର୍ଟ ଦେଇଥିଲା । ଏଥିରେ ଗର୍ଭ ନଷ୍ଟ କରାଯାଇ ପାରିବ ବୋଲି କୁହାଯାଇଥିଲା । ସୁପି୍ରମକୋର୍ଟ କହିଥିଲେ, ୧୧ରେ ମାମଲା ହାଇକୋର୍ଟକୁ ଯାଇଥିଲା । କିନ୍ତୁ ୧୨ ଦିନପରେ ଏହା ତାଲିକାଭୁକ୍ତ ହେଲା । ହାଇକୋର୍ଟ ମାମଲାକୁ ଗୁରୁତ୍ୱ ଦେଇନାହାନ୍ତି ଓ ଖାମଖିଆଲ ମନୋଭାବ ପୋଷଣ କରିଛନ୍ତି । ମାମଲାୁ ଜରୁରି ଶୁଣାଣି କରାଯିବାର ଥିଲା । କିନ୍ତୁ ଦୁଃଖର କଥା ଏହାକୁ ଗୁରୁତ୍ୱ ଦିଆଗଲା ନାହିଁ । ୧୭ରେ ହାଇକୋର୍ଟ ମାମଲାକୁ ଖାରଜ କରିଥିଲେ କିନ୍ତୁ କାରଣ ଦର୍ଶାଇ ନ ଥିଲେ କିମ୍ବା ରାୟ ୱେବ୍ ସାଇଟ୍ରେ ଅପ୍ଲୋଡ୍ ହୋଇ ନ ଥିଲା । ଏହା ଅତ୍ୟନ୍ତ ଦୁଃଖଦାୟକ । ଶନିବାର ଦିନ ସୁପ୍ରିମକୋର୍ଟଙ୍କ ନ୍ୟାୟପୀଠ ଉକ୍ତ ମାମଲାର ଜରୁରି ଶୁଣାଣି କରିବା ପାଇଁ ନିଷ୍ପତ୍ତି ନେବା ସହିତ ସୋମବାର ବିଚାର କରିବା ଲାଗି ଧାର୍ଯ୍ୟ କରିଥିଲେ ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *