ଖସିପଡ଼ିଲା ଡିଆର୍ଡିଓ ଡ୍ରୋନ୍ ତାପସ

ବେଙ୍ଗଲୁରୁ, ୨୦ ।୮: ପ୍ରତିରକ୍ଷା ଗବେଷଣା ପ୍ରତିଷ୍ଠାନ (ଡିଆର୍ଡିଓ)ର ଏକ ମାନବବିହୀନ ଯାନ ପରୀକ୍ଷଣ ବିମାନ (ୟୁଏଭି) ରବିବାର ଦୁର୍ଘଟଣାଗ୍ରସ୍ତ ହୋଇଛି । କର୍ଣ୍ଣାଟକର ଚିତ୍ରଦୁର୍ଗ ଜିଲ୍ଲା ଅନ୍ତର୍ଗତ ହିରିୟୁର ନିକଟରେ ଏକ ବାଦାମ କ୍ଷେତରେ ଡ୍ରୋନ୍ଟି ଖସିପଡ଼ିଛି । ଆକାଶ ମାର୍ଗରୁ ତୀକ୍ଷ୍ଣ ନଜର ରଖି ପାରୁଥିବା ତାପସ ୦୭-ଏ-୧୪ ଦୂରଗାମୀ ଡ୍ରୋନ୍ ଟ୍ରାଏଲ ସମୟରେ କ୍ରାସ୍ ହୋଇଥିବା ସୂଚନା ମିଳିଛି । ଡିଆରଡିଓ ଦ୍ୱାରା ବିକଶିତ ଏହି ଅତ୍ୟାଧୁନିକ ଡ୍ରୋନ୍ ପରୀକ୍ଷାମୂଳକ ଉଡ଼ାଣର କିଛି ସମୟରେ ପରେ ଖସିପଡ଼ିଥିଲା । ତେବେ ଏଥିରେ କେହି ହତାହତ ହୋଇନାହାନ୍ତି ବୋଲି ଡିଆର୍ଡିଓ ପକ୍ଷରୁ ସୂଚନା ଦିଆଯାଇଛି । ଦୁର୍ଘଟଣା ସମ୍ପର୍କରେ ପ୍ରତିରକ୍ଷା ବାହିନୀ ସହ ଡିଆର୍ଡିଓ କର୍ତ୍ତୃପକ୍ଷ ଆଲୋଚନା କରିଛନ୍ତି । ଦୁର୍ଘଟଣାର ତଦନ୍ତ ଜାରି ରହିଛି । ଡ୍ରୋନ୍ ଖସିପଡ଼ିବା ପ୍ରଥମେ ସ୍ଥାନୀୟ ଲୋକେ ଦେଖି ପୁଲିସକୁ ଖବର ଦେଇଥିଲେ । ଖବର ବିଦୁ୍ୟତ ବେଗରେ ପ୍ରଚାରିତ ହେବାରୁ ବହୁ ଲୋକ ଦୁର୍ଘଟଣାସ୍ଥଳରେ ଜମା ହେବାରେ ଲାଗିଥିଲେ ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *