ବଢିÿଲା ପିଆଜ ରପ୍ତାନି ଶୁଳ୍କ
ନୂଆଦିଲ୍ଲୀ, ୧୯ା୮: ଟମାଟୋ ଦର ନିୟନ୍ତ୍ରଣକୁ ଆସୁଥିବା ବେଳେ ସେପ୍ଟେମ୍ବର ମାସରେ ପିଆଜ ଦର ବେକାବୁ ହୋଇଯିବା ଆଶଙ୍କା ଥିବା ରିଜର୍ଭ ବ୍ୟାଙ୍କ୍ରୁ ରିପୋର୍ଟ ଆସିବା ପରେ ସରକାର ଏହାର ରପ୍ତାନି ଉପରେ ରୋକ ଲଗାଇବା ପାଇଁ ପଦକ୍ଷେପ ନିଆଯାଇଛି । ସରକାର ପିଆଜ ରପ୍ତାନୀ ଉପରେ ୪୦ ପ୍ରତିଶତ ଶୁଳ୍କ ଲଗାଇଛନ୍ତି । ଏହାକୁ ତକ୍ରାଳ କାର୍ଯ୍ୟକାରୀ କରିବା ପାଇଁ ଅର୍ଥ ମନ୍ତ୍ରଣାଳୟ ପକ୍ଷରୁ ବିଜ୍ଞପ୍ତି ଜାରି କରାଯାଇଛି । ବର୍ଦ୍ଧିତ ରପ୍ତାନି ଶୁଳ୍କ ଚଳିତ ବର୍ଷ ଶେଷ ଯାଏ ଲାଗୁ ରହିବ । ଫଳରେ ଦେଶ ଭିତରେ ପିଆଜର ଉପଲବ୍ଧତା ବୃଦ୍ଧି ପାଇବ ।
ସରକାରୀ ତଥ୍ୟ ଅନୁଯାୟୀ, ପିଆଜ ଦରବୃଦ୍ଧି ଆରମ୍ଭ ହୋଇଗଲାଣି । ଅଗଷ୍ଟ ୧୦ ସୁଦ୍ଧା ଏହାର ଖୁଚୁରା ମୂଲ୍ୟ କେଜି ପ୍ରତି ୨୭ ଟଙ୍କା ୯୦ ପଇସା ଥିଲା । ଗତ ବର୍ଷ ଏହି ଅବଧିରେ ପିଆଜର ଖୁଚୁରା ମୂଲ୍ୟ ଥିଲା ୨୫ ଟଙ୍କା ୯୦ ପଇସା ।