ସ୍କୁଲରେ ବ୍ୟାୟାମ ବେଳେ ଛାତ୍ରଙ୍କ ମୃତୁ୍ୟ

ରାଜଗାଙ୍ଗପୁର, ୧୯ା୮(ଆପ୍ର): ସୁନ୍ଦରଗଡ଼ ଜିଲ୍ଲା ରାଜଗାଙ୍ଗପୁର ସହରସ୍ଥିତ ଏକ ସ୍କୁଲରେ ସାମୂହିକ ଶାରୀରିକ ବ୍ୟାୟାମ ·ଲିଥିବା ସମୟରେ ହଠାତ ଜଣେ ଛାତ୍ର ଅଚେତ ହୋଇ ପଡ଼ିଯାଇଥିଲେ । ତାଙ୍କୁ ଚିକିତ୍ସା ପାଇଁ ହସ୍ପିଟାଲକୁ ନିଆଯାଇଥିଲା । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି । ମୃତକ ଜଣକ ଲିପଲୋଇ ସ୍ଥିତ ଶ୍ରୀ ଅରବିନ୍ଦ ଇଣ୍ଟ୍ରିଗ୍ରାଲ ଏଜୁକେସନ ଏଣ୍ଡ ରିସର୍ଚ୍ଚ ସେଣ୍ଟରର ଦଶମ ଶ୍ରେଣୀ ଛାତ୍ର ମହଦିଶ ନୌସାଦ (୧୬ ବର୍ଷ) । ସେ ରାଜଗାଙ୍ଗପୁର ସଙ୍ଗମ ମାର୍ଗ ଅଞ୍ଚଳର ବାସିନ୍ଦା ଏମଡି ନୌସାଦ ଅଲିଙ୍କ ସବା ସାନ ପୁଅ ।
ଶନିବାର ସକାଳ ପ୍ରାୟ ୮ ଟାରେ ସ୍କୁଲ ଖୋଲିଥିଲା । ସ୍କୁଲ ପରିସରରେ ଥିବା ପଡ଼ିଆେରେ ପିଲାଙ୍କୁ ନେଇ ଶାରୀରିକ ବ୍ୟାୟାମ ·ଲିଥିଲା । ଛାତ୍ର ଜଣକ ଅନ୍ୟ ସହପାଠୀଙ୍କ ସହ ଦୌଡୁଥିବା ବେଳେ ହଠାତ ଅଚେତ ହୋଇ ତଳେ ପଡିଯାଇଥିଲେ । ତାଙ୍କୁ ସ୍କୁଲ କର୍ତ୍ତୃପକ୍ଷ ତୁରନ୍ତ ଚିକିତ୍ସା ପାଇଁ ପ୍ରଥମେ ସ୍ଥାନୀୟ ଏକ ଘରୋଇ ହସ୍ପିଟାଲକୁ ନେଇଥିଲେ । ସେଠାରୁ ତାଙ୍କୁ ଉନ୍ନତ ଚିକିତ୍ସା ପାଇଁ ରାଉରକେଲା ସ୍ଥିତ ହସ୍ପିଟାଲକୁ ପଠାଯାଇଥିଲା । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତିି । ସ୍କୁଲ କର୍ତ୍ତୃପକ୍ଷଙ୍କ ଠାରୁ ସୂଚନା ପାଇ ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଛି । ହୃଦ୍ଘାତରେ ଛାତ୍ରଙ୍କ ମୃତୁ୍ୟ ହୋଇଥିବା ସନେ୍ଦହ କରାଯାଉଛି । ତେବେ ଠିକ୍ କେଉଁ କାରଣରୁ ତାଙ୍କ ମୃତୁ୍ୟ ଘଟିଛି ମେଡ଼ିକାଲ ରିପୋର୍ଟ ଆସିଲେ ଜଣାପଡିବ ।
ମୃତ ଛାତ୍ର ଜଣକ ଜଣେ ମେଧାବୀ ଛାତ୍ର । ତାଙ୍କ ଅକାଳ ମୃତୁ୍ୟ ସହରବାସୀଙ୍କୁ ମର୍ମାହତ କରିଛି ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *