ଏସଟିଏଫ୍ ପଞ୍ଝାରେ ଭଣ୍ଡ ଆର୍ଟିଆଇ କର୍ମୀ

ଭୁବନେଶ୍ୱର ୧୮ା୮ (ବୁ୍ୟରୋ): ନିଜକୁ ସୂଚନା ଅଧିକାର କର୍ମୀ ପରିଚୟ ଦେଇ ଲୋକଙ୍କୁ ଭୟଭୀତ କରିବା ସହ କ୍ରସର ଲାଇସେନ୍ସ, ମଦ ଦୋକାନ ଲାଇସେନ୍ସ ଓ ସରକାରୀ ଚାକିରିଆଙ୍କୁ ମନ ମୁତାବକ ସ୍ଥାନକୁ ବଦଳି କରାଇ ଦେବାର ମିଥ୍ୟା ପ୍ରତିଶ୍ରୁତି ଦେଇ ଟଙ୍କା ଆଦାୟ କରୁଥିବା ଠକକୁ କ୍ରାଇମ ବ୍ରାଞ୍ଚ ସ୍ପେଶାଲ ଟାସ୍କ ଫୋର୍ସ (ଏସଟିଏଫ୍) ଭୁବନେଶ୍ୱରରୁ ଗିରଫ କରି କୋର୍ଟ ଚାଲାଣ କରିଛି । ଗିରଫ ଅଭିଯୁକ୍ତ ଜଣକ ହେଲେ ଘର ବ୍ରହ୍ମପୁରର କିଶୋର ମିଶ୍ର ।
କିଶୋର ନିକଟରୁ ଓଡ଼ିଶା ସରକାରଙ୍କ ସୂଚନା ଓ ଲୋକସମ୍ପର୍କ ବିଭାଗର ନକଲି ଆଇଡେଣ୍ଟିଟି କାର୍ଡ ସମେତ ଅନ୍ୟ କାଗଜ ଜବତ କରିଛି ଏସଟିଏଫ୍ । ଏହି କାର୍ଡ ଦେଖାଇ ନିଜକୁ ଆରଟିଆଇ କର୍ମୀ କହି ଲୋକଙ୍କ ଠାରୁ ସେ ଟଙ୍କା ଆଦାୟ କରୁଥିଲା । ଏଥିସହ କିଶୋରର ଆକାଉଣ୍ଟରେ ୨ କୋଟିରୁ ଅଧିକ ଟଙ୍କା ଜମା ହୋଇଥିବା ଏସ୍ଟିଏଫ୍ ତଦନ୍ତ ବେଳେ ଜାଣିବାକୁ ପାଇଛି ।
ସୂଚନା ଅନୁଯାୟୀ, କିଶୋର ସେ କୋରାପୁଟରେ ଦୀର୍ଘ ବର୍ଷ ଧରି ରହି ଆସୁଥିଲା ବେଳେ ୨ରୁ ୩ ବର୍ଷ ଧରି କିଶୋର ଏଭଳି କଳା କାରନାମା କରିଆସୁଥିଲା । ସେ କୋରାପୁଟରେ ରହି ସରକାରଙ୍କ ବିଭିନ୍ନ ବିଭାଗର ବରିଷ୍ଠ ଅଧିକାରୀଙ୍କ ସହିତ ତାଙ୍କର ଭଲ ସଂପର୍କ ଅଛି କହି କାମ କରାଇ ଦେବାକୁ ପ୍ରତିଶ୍ରୁତି ଦେଇ ବଟି ଆଦାୟ କରୁଥିଲା । କିଶୋର ରାଜନୀତି ବିଜ୍ଞାନରେ ସ୍ନାତକୋତ୍ତର ଡିଗ୍ରୀ ପାଇଛି । ଇଂରାଜୀ ଭାଷାରେ ମଧ୍ୟ ତାର ବେଶ୍ ଦଖଲ ରହିଛି ।
ଚଳିତ ବର୍ଷ ଏପ୍ରିଲରେ କୋରାପୁଟ ଟାଉନ୍ ଥାନାରେ କିଶୋର ନାମରେ ଏତଲା ରୁଜୁ ହୋଇଥିବାଲା । ମାମଲକୁ ପରେ ଏସ୍ଟିଏଫ୍ ହାତକୁ ନେଇଥିଲା । ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି କିଶୋର ଏକ ବଡ଼ ଠକେଇ ଗ୍ରୁପର ସଦସ୍ୟ । ଏନେଇ ତଦନ୍ତ ଜାରି ରହିଛି ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *