ଆମେଠୀରୁ ଲଢ଼ିବେ ରାହୁଳ, ବାରାଣସୀରୁ ପ୍ରିୟଙ୍କା
ନୂଆଦିଲ୍ଲୀ, ୧୮ା୮: ୨୦୨୪ ଲୋକସଭା ନିର୍ବାଚନ ପାଇଁ ସବୁ ଦଳ ପ୍ରସ୍ତୁତିରେ ବ୍ୟସ୍ତ ଥିବା ବେଳେ ଉତ୍ତର ପ୍ରଦେଶର ଆମେଠିିରୁ କଂଗ୍ରେସ ସାଂସଦ ରାହୁଳ ଗାନ୍ଧି ଓ ବାରାଣସିରୁ ପ୍ରିୟଙ୍କା ଗାନ୍ଧି ଭଦ୍ରା ନିର୍ବାଚନ ଲଢ଼ିବେ ବୋଲି ରାଜ୍ୟ କଂଗ୍ରେସର ନୂଆ ସଭାପତି ଅଜୟ ରାୟ କହିଛନ୍ତି । ସେ କହିଛନ୍ତି ଏଥର ଆମେଠିରେ ହାଇପ୍ରୋଫାଇଲ୍ ଲଢ଼େଇ ହେବ ।
ଶ୍ରୀ ରାୟ କହିଛନ୍ତି, ପ୍ରିୟଙ୍କା ଯେଉଁଠାରୁ ଚାହିଁବେ ନିର୍ବାଚନ ଲଢ଼ିପାରିବେ । ପ୍ରିୟଙ୍କାଜୀ ·ହିଁଲେ ବାରାଣସିରୁ ଲଢ଼ିପାରିବେ । ଦଳର ପ୍ରତ୍ୟେକ କର୍ମୀ ତାଙ୍କ ପାଇଁ ଜୀବନ ଦେବାକୁ ପ୍ରସ୍ତୁତ ଅଛନ୍ତି । ୨୦୨୪ ସାଧାରଣ ନିର୍ବାଚନ କଂଗ୍ରେସ ପାଇଁ ବେଶ୍ ଅନୁକୂଳ ହେବ । କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀଙ୍କୁ ଟାର୍ଗେଟ କରି ସେ କହିଛନ୍ତି ଯେ ଆମେଠି ଲୋକଙ୍କୁ କିଲୋ ପିଛା ୧୩ ଟଙ୍କାରେ ଚିନି ଦେଉଥିଲେ, ଏବେ ସେ କେଉଁଠି ଅଛନ୍ତି? ଦେଶବାସୀ ଦରଦାମ ବୃଦ୍ଧିରେ ସନ୍ତୁଳି ହେଉଥିବା ବେଳେ କେନ୍ଦ୍ର ସରକାର ନିରବ ରହିଛନ୍ତି । ଏହା କି ପ୍ରକାର ଶାସନ ବୋଲି ସେ ପ୍ରଶ୍ନ କରିଛନ୍ତି ।
ଆମେଠି ଲୋକସଭା ଆସନ ହେଉଛି କଂଗ୍ରେସର ପାରିବାରିକ ଆସନ । ଏଠାରୁ ସଞ୍ଜୟ ଗାନ୍ଧୀ, ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀ, ସୋନିଆ ଗାନ୍ଧୀ ଲୋକସଭା ନିର୍ବାଚନ ଜିତିଥିଲେ । ରାହୁଳ ଗାନ୍ଧି ମଧ୍ୟ ଆମେଠିରୁ ଲଗାତାର ତିନି ଥର ସାଂସଦ ହୋଇଥିଲେ । କିନ୍ତୁ ୨୦୧୯ ର୍ନିବାଚନରେ କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀ ରାହୁଲଙ୍କୁ ହରାଇ ବଡ଼ÿ ଓଲଟପାଲଟ କରିଥିଲେ । ରାହୁଳ ଏବେ କେରଳର ଓୟନାଡ଼ରୁ ସାଂସଦ ଅଛନ୍ତି ।