ପ୍ରପଲ୍ସନ୍ରୁ ଅଲଗା ହେଲା ଲ୍ୟାଣ୍ଡର ‘ବିକ୍ରମ’
ବେଙ୍ଗାଲୁରୁ, ୧୭ା୮: ଚନ୍ଦ୍ରଯାନ-୩ର ଲ୍ୟାଣ୍ଡର ବିକ୍ରମ ପ୍ରପଲ୍ସନ୍ ମଡୁ୍ୟଲ୍ରୁ ସଫଳତା ପୂର୍ବକ ଅଲଗା ହୋଇଛି । ଅପରାହ୍ଣ ୧ଟା୧୫ ମିନିଟ୍ରେ ପ୍ରପଲସନରୁ ଅଲଗା ହୋଇ ଲ୍ୟାଣ୍ଡର ବିକ୍ରମ ଚନ୍ଦ୍ରପୃଷ୍ଠ ଅଭିମୁଖେ ଏକାକୀ ଯାତ୍ରା ଆରମ୍ଭ କରିଛି । ଏବେ ଆଗକୁ ଚନ୍ଦ୍ର ଯାଏଁ ବାକି ୧୦୦ କିଲୋମିଟର ରାସ୍ତା ଲ୍ୟାଣ୍ଡର ବିକ୍ରମକୁ ନିଜେ ଅତିକ୍ରମ କରିବ । ଏଥିପାଇଁ ବିକ୍ରମ୍ ନିଜର ଇଞ୍ଜିନ୍ ବା ଥ୍ରେଷ୍ଟର୍ସକୁ ବ୍ୟବହାର କରି ନିଜର ଗତିକୁ କମାଇବା ସହିତ ନିୟନ୍ତ୍ରଣ କରିବ ।
ରୋଭର୍ ପ୍ରଜ୍ଞାନକୁ ବହନ କରି ଲ୍ୟାଣ୍ଡର୍ ଧୀରେ ଧୀରେ ଚନ୍ଦ୍ରପୃଷ୍ଠରେ ଅବତରଣ କରିବ । ଆସନ୍ତା ୨୩ ତାରିଖ ସନ୍ଧ୍ୟା ୫ଟା ୪୭ ମିନିଟରେ ଦକ୍ଷିଣ ମେରୁ ନିକଟରେ ଚନ୍ଦ୍ରପୃଷ୍ଠରେ ସପ୍ଟଲ୍ୟାଣ୍ଡିଂ କରିବ ବିକ୍ରମ । ଏହା ମାଧ୍ୟମରେ ଚନ୍ଦ୍ରପୃଷ୍ଠର ଗତିବିଧି ଉପରେ ନଜର ରଖାଯାଇ ପାରିବ । ଚନ୍ଦ୍ର ଦକ୍ଷିଣ ମେରୁରେ ସଫ୍ଟ ଲ୍ୟାଣ୍ଡିଂ ପାଇଁ ଆଗାମୀ ୬ ଦିନ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ରହିବ ବୋଲି ଇସ୍ରୋ କହିଛି ।
ଲ୍ୟାଣ୍ଡର ବିକ୍ରମ ବର୍ତ୍ତମାନ ପ୍ରଜ୍ଞାନ ରୋଭରର ଚିତ୍ର ଉତ୍ତୋଳନ କରିବ । ଏହା ମାଧ୍ୟମରେ ଚନ୍ଦ୍ରପୃଷ୍ଠର ଗତିବିଧି ଉପରେ ନଜର ରଖାଯାଇ ପାରିବ । ଚନ୍ଦ୍ର ଦକ୍ଷିଣ ମେରୁରେ ସଫ୍ଟ ଲ୍ୟାଣ୍ଡିଂ ପାଇଁ ଆଗାମୀ ୬ ଦିନ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ରହିବ ବୋଲି ଇସ୍ରୋ କହିଛି । ସଫ୍ଟ ଲ୍ୟାଣ୍ଡିଂ ଏହି ପ୍ରକ୍ରିୟାରେ ଅନେକ ଘାତ-ପ୍ରତିଘାତର ସାମନା କରିବାକୁ ପଡ଼ିବ । ବିକ୍ରମ ସଫଳତା ପୂର୍ବକ ଅବତରଣ କଲେ ଚନ୍ଦ୍ରପୃଷ୍ଠରେ ପାଦ ଥାପିବାରେ ଭାରତ ଚତୁର୍ଥ ରାଷ୍ଟ୍ର ହେବ ।
ପୂର୍ବରୁ ଇସ୍ରୋର ମୁନ୍ ମିଶନ୍ ଦୁଇ ଦୁଇ ଥର ବିଫଳ ହୋଇଯାଇଛି । ୨୦୧୯ରେ ଚନ୍ଦ୍ରଯାନ-୨ ସଫ୍ଟ ଲ୍ୟାଣ୍ଡିଂ କରିବାରେ ବିଫଳ ହୋଇଥିଲା । ଏହି ବିଫଳତା ପରେ ଚଳିତ ବର୍ଷ ଜୁଲାଇ ୧୪ରେ ଶ୍ରୀହରିକୋଟାସ୍ଥିତ ସତୀଶ ଧାୱନ ସ୍ପେସ୍ ସେଣ୍ଟରରୁ ଚନ୍ଦ୍ର ଅଭିମୁଖେ ଉତ୍କ୍ଷେପଣ କରାଯାଇଥିବା ‘ଚନ୍ଦ୍ରଯାନ-୩’ ଅଗଷ୍ଟ ୫ ତାରିଖ ଦିନ ସଫଳତାର ସହିତ ଚନ୍ଦ୍ରର କକ୍ଷପଥରେ ପ୍ରବେଶ କରିଥିଲା । ଏହି ମିଶନକୁ ନେଇ ଖୁବ୍ ଆଶାବାଦୀ ରହିଛି ଇସ୍ରୋ ।