ନିର୍ବାଚନ ଘୋଷଣା ପୂର୍ବରୁ ପ୍ରାର୍ଥୀ ତାଲିକା ଜାରି

ପରମ୍ପରା ଭାଙ୍ଗିଲା ବିଜେପିନୂଆଦିଲ୍ଲୀ, ୧୭ା୮: ଚଳିତ ବର୍ଷ ଶେଷ ଭାଗରେ ମଧ୍ୟପ୍ରଦେଶ ଓ ଛତିଶଗଡ଼ରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ । ନିର୍ବାଚନ କମିଶନ ଏଥିପାଇଁ ଏଯାଏ ତାରିଖ ଘୋଷଣା କରି ନାହାନ୍ତି । କିନ୍ତୁ ବିଜେପି ପକ୍ଷରୁ ଏହି ଦୁଇ ରାଜ୍ୟର ବିଧାନସଭା ନିର୍ବାଚନ ପାଇଁ ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଜାରି କରାଯାଇଛି । ବିଜେପି ତାର ରାଜନୈତିକ ଇତିହାସରେ ପ୍ରଥମ ଥର ପାଇଁ ନିର୍ବାଚନ ତାରିଖ ଘୋଷଣା ପୂର୍ବରୁ ପ୍ରାର୍ଥୀ ତାଲିକା ଘୋଷଣା କରିଛି ।
ଛତିଶଗଡ଼ର ୯୦ଟି ଆସନ ମଧ୍ୟରୁ ବିଜେପି ପ୍ରଥମ ପର୍ଯ୍ୟାୟରେ ୨୧ଟି ନିର୍ବାଚନ ମଣ୍ଡଳୀ ପାଇଁ ଓ ମଧ୍ୟପ୍ରଦେଶର ୩୯ଟି ଆସନ ପାଇଁ ପ୍ରାର୍ଥୀଙ୍କ ନାଁ ଘୋଷଣା କରିଛି । ମଧ୍ୟପ୍ରଦେଶର ୩୯ ଜଣିଆ ପ୍ରାର୍ଥୀ ତାଲିକାରେ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନ ଓ ଅନ୍ୟ ବରିଷ୍ଠ ନେତାମାନଙ୍କ ନାଁ ନାହିଁ । ଦଳ ୫ ଜଣ ମହିଳା, ୮ ଜଣ ଅନୁସୂଚିତ ଜାତି ଓ ୧୩ ଜଣ ଅନୁସୂଚିତ ଜନଜାତିଙ୍କୁ ଟିକେଟ ଦେଇଛି । ସେହିପରି ମହାରାଷ୍ଟ୍ର ବିଧାନସଭାର ୨୩୦ ଅ ।ସନ ମଧ୍ୟରୁ ୩୯ଟି ସ୍ଥାନରେ କେଉଁମାନେ ପ୍ରାର୍ଥୀ ହେବେ, ସେମାନଙ୍କ ନାଁ ସାର୍ବଜନୀନ କରାଯାଇଛି । ଦଳୀୟ କର୍ମୀଙ୍କ ମଧ୍ୟରେ ଥିବା ଅସନ୍ତୋଷକୁ ଜାଣିବା ଓ ନିର୍ବାଚନ ପୂର୍ବରୁ ଏହାକୁ ସମାଧାନ କରିବା ଲକ୍ଷ୍ୟରେ ବିଜେପି ନେତୃବୃନ୍ଦ ଆଗୁଅ । ପ୍ରାର୍ଥୀଙ୍କ ନାଁ ଘୋଷଣା କରିଥିବା ଜଣାପଡ଼ିଛି ।
ବୁଧବାର ବିଜେପିର କେନ୍ଦ୍ରୀୟ ନିର୍ବାଚନ କମିଟି ବୈଠକ ଅନୁଷ୍ଠିତ ହୋଇଥିଲା । ଏହି ବୈଠକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଧ୍ୟ ଉପସ୍ଥିତ ଥିଲେ । ବହୁ ଘଣ୍ଟା ଧରି ·ଲିଥିବା ଏହି ବୈଠକରେ ର୍ନିବାଚନ ନେଇ ଆଲୋଚନା ହୋଇଥିଲା । ବୈଠକ ପରେ ଛତିଶଗଡ଼ ଓ ମଧ୍ୟପ୍ରଦେଶ ପାଇଁ ପ୍ରାର୍ଥୀ ତାଲିକା ଘୋଷଣା କରାଯାଇଛି । କର୍ଣ୍ଣାଟକରେ ବିଜେପି ହାରିବା ପରେ ଦଳ ସମାନ ଦଶା ଆଉ କେଉଁ ରାଜ୍ୟରେ ନ ଭୋଗିବ, ସେଥିପାଇଁ ସମୟ ଥାଉ ଥାଉ ରଣନୀତି ତିଆରି କରିବାରେ ଲାଗିଛି । ଚଳିତବର୍ଷ ଛତିଶଗଡ଼, ମଧ୍ୟପ୍ରଦେଶ ବ୍ୟତୀତ ରାଜସ୍ଥାନ, ତେଲେଙ୍ଗାନା ଓ ମିଜୋରାମରେ ମଧ୍ୟ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ । ରାଜସ୍ଥାନ ଓ ଛତିଶଗଡ଼ରେ ଏବେ କଂଗ୍ରେସ କ୍ଷମତାରେ ରହିଛି । ତେଲେଙ୍ଗାନାରେ କେସିଆର ଥିବାବେଳେ ବିଜେପି ମଧ୍ୟପ୍ରଦେଶ ଓ ମିଜୋ ନ୍ୟାସନାଲ ଫ୍ରଣ୍ଟ ସମର୍ଥନରେ ମିଜୋରାମରେ ସରକାର ଗଠନ କରିଛି । ଏବେ ଛତିଶଗଡ଼ ଓ ରାଜସ୍ଥାନକୁ ଦଖଲ କରିବାକୁ ବିଜେପି ଲକ୍ଷ୍ୟ ରଖିଛି । ଏଥିପାଇଁ ଦଳ ଯଥେଷ୍ଟ ଆଗରୁ ପ୍ରାର୍ଥୀଙ୍କ ନାଁ ଘୋଷଣା କରିଛି ।
ଛତିଶଗଡ଼ ପାଇଁ ଘୋଷଣା ହୋଇଥିବା ୨୧ ଜଣଙ୍କ ମଧ୍ୟରେ ବିଜୟ ବାଘେଲଙ୍କ ନାଁ ରହିଛି । ସେ ଦୁର୍ଗର ଲୋକସଭା ସାଂସଦ । କିନ୍ତୁ ଦଳ ତାଙ୍କୁ ପାଟଣରୁ ବିଧାନସଭା ନିର୍ବାଚନ ଲିବାକୁ କହିଛି । ତେବେ ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକାରୁ ପୂର୍ବତନ ମୁଖ୍ୟମନ୍ତ୍ରୀ ରମଣ ସିଂହ ଓ ଦଳର ଅନ୍ୟ ବରିଷ୍ଠ ନେତାମାନଙ୍କ ନାଁ ବାଦ ପଡ଼ିଛି ।
ଦଳର ଘୋଷଣା କରିଥିବା ୨୧ ଜଣଙ୍କ ମଧ୍ୟରେ ୫ ଜଣ ମହିଳା, ଅନୁସୂଚିତ ଜନଜାତିରୁ ୧୦ ଜଣ ଓ ଅନୁସୂଚିତ ଜାତିରୁ ଜଣେ ରହିଛନ୍ତି । ଏମାନେ ସମସ୍ତେ ବିଜେପି ଟିକେଟରେ ନିର୍ବାଚନ ଲଢିବେ ।
ମଧ୍ୟପ୍ରଦେଶର ୩୯ ଜଣିଆ ପ୍ରାର୍ଥୀ ତାଲିକାରେ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନ ଓ ଅନ୍ୟ ବରିଷ୍ଠ ନେତାମାନଙ୍କ ନାଁ ନାହିଁ । ଦଳ ୫ ଜଣ ମହିଳା, ୮ ଜଣ ଅନୁସୂଚିତ ଜାତି ଓ ୧୩ ଜଣ ଅନୁସୂଚିତ ଜନଜାତିଙ୍କୁ ଟିକେଟ ଦେଇଛି ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *