ବଜ୍ର ପଡ଼ି ୫ ମୃତ
୭ ଜଣ ଗୁରୁତର
ଚାନ୍ଦବାଲି/ଜଳେଶ୍ୱର,୧୬ା୮: ବୁଧବାରବଜ୍ରପାତ ଘଟି ରାଜ୍ୟର ଦୁଇଟି ଅଞ୍ଚଳରେ ୫ ଜଣ ଲୋକଙ୍କ ଜୀବନ ଯାଇଥିବା ବେଳେ ୭ ଜଣ ଗୁରୁତର ଭାବେ ଆହତ ହୋଇଛନ୍ତି । ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ବ୍ଲକର ବେଲଗାଁ ଓ ପଣଶାପଡାରେ ବିଲରୁ କାମ କରି ଫେରୁଥିବା ବେଳେ ବଜ୍ରାଘାତରେ ୩ ଜଣଙ୍କ ମୃତ୍ୟୁ ହେବା ସହ ୪ ଜଣ ଗୁରୁତର ହୋଇଛନ୍ତି । ସମସ୍ତ ଗୁରୁତରଙ୍କୁ ବସ୍ତା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା । ଅବସ୍ଥା ସଙ୍କଟାପନ୍ନ ହେବାରୁ ସେମାନଙ୍କୁ ବାଲେଶ୍ୱର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି ।
ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକ୍ ଅନ୍ତର୍ଗତ ଉତୁକୁଡ଼ା ପଞ୍ଚାୟତ, ମୌସୁଧା ଓ ଖେରଙ୍ଗ ପଞ୍ଚାୟତରେ ବଜ୍ରାଘାତ ଯୋଗୁ ୨ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୩ ଜଣ ଗୁରୁତର ହୋଇଛନ୍ତି । ସମସ୍ତ ଗୁରୁତରଙ୍କୁ ଭଦ୍ରକ ମେଡ଼ିକାଲକୁ ସ୍ଥାନାନ୍ତର କରାଯାଇଛି ।
ଉତୁକୁଡ଼ା ପଞ୍ଚାୟତ ସିଙ୍ଗିଟି ଗାଁରେ ମୟୂରଭଞ୍ଜ ଜିଲ୍ଲାରୁ କୃଷିକାର୍ଯ୍ୟ ପାଇଁ ଆସିଥିବା ମା ଓ ଝିଅଙ୍କ ମଧ୍ୟରୁ ବଜ୍ରାଘାତରେ ମା ଯମୁନା ସିଂହଙ୍କର ମୃତୁ୍ୟ ହୋଇଥିବା ବେଳେ ଝିଅ ସୀମା ଗୁରୁତର ହୋଇଛନ୍ତି । ଖେରଙ୍ଗ ପଞ୍ଚାୟତର ପ୍ରଫୁଲ ମାଝୀଙ୍କ ପୁଅ ପ୍ରତାପ ମାଝୀଙ୍କର ବଜ୍ରାଘାତରେ ମୃତୁ୍ୟ ହୋଇଛି । ମୈସୁଧା ପଞ୍ଚାୟତ ଫାର୍ସିବନ୍ଦ ଗାଁରେ ଧନେଶ୍ୱର ବାରିକ ଓ ସୁମନ୍ତ ସାହୁ ବଜ୍ରାଘାତରେ ଗୁରୁତର ହୋଇ ଭଦ୍ରକ ମେଡିକାଲରେ ଚିକିତ୍ସିତ ହେଉଛନ୍ତି ।