ଓଡିଶାକୁ ୨ୟ ବନେ୍ଦ ଭାରତ
ଭୁବନେଶ୍ୱର,୧୪ା୮: ଓଡ଼ିଶାରେ ଖୁବ୍ଶୀଘ୍ର ଦ୍ୱିତୀୟ ବନେ୍ଦ ଭାରତ ଏକ୍ସପ୍ରେସ୍ ଗଡ଼ିବ । ରାଉରକେଲା-ଭୁବନେଶ୍ୱର ରୁଟ୍ରେ ଏହି ସେମି ହାଇସ୍ପିଡ୍ ଟ୍ରେନ୍ ଚଳାଇବାକୁ ନିଷ୍ପତ୍ତି ନିଆଯାଇଛି । ସୋମବାର ଭୁବନେଶ୍ୱରରେ ରାଜଧାନୀ ଏକ୍ସପ୍ରେସରେ ତେଜସ୍ କୋଚ୍ର ଶୁଭାରମ୍ଭ ଅବସରରେ କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଏହି ଘୋଷଣା କରିଛନ୍ତିି । ଏହା ଭୁବନେଶ୍ୱର, କଟକ, ଢେଙ୍କାନାଳ, ଅନୁଗୁଳ, ତାଳଚେର, ସମ୍ବଲପୁର, ସୁନ୍ଦରଗଡ଼ ଓ ଝାରସୁଗୁଡ଼ା ଦେଇ ରାଉରକେଲା ଯାଏ ଚାଲିବା ଫଳରେ ପଶ୍ଚିମ ଓଡ଼ିଶାବାସୀ ଅଧିକ ଉପକୃତ ହେବେ ।
ଓଡ଼ିଶାରେ ଦ୍ୱିତୀୟ ବନେ୍ଦ ଭାରତ ଏକ୍ସପ୍ରେସ ଚଳାଚଳ ପାଇଁ ପ୍ରସ୍ତୁତି କାମ ପ୍ରାୟ ଚୂଡାନ୍ତ ପର୍ଯ୍ୟାୟରେ ପହଞ୍ଚିଛି, ରୁଟ୍ ·ର୍ଟ ମଧ୍ୟ ଫାଇନାଲ ହୋଇସାରିଛି । ତେବେ ଦ୍ୱିତୀୟ ବନେ୍ଦ ଭାରତ କେବେ ·ଲିବ ସେ ସମ୍ପର୍କରେ ଶ୍ରୀ ବୈଷ୍ଣବ ସୂଚନା ନାହାନ୍ତିି ।
ମେ’ ୧୮ରେ ଓଡ଼ିଶାରେ ପ୍ରଥମ ବନେ୍ଦ ଭାରତ ଏକ୍ସପ୍ରେସ ପୁରୀରୁ ହାୱଡା ମଧ୍ୟରେ ଗଡିଥିଲା । ଏହାର ଶୁଭାରମ୍ଭ କରିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ସେତେବେଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟ ପାଇଁ ଅ ।ଉ ୨ଟି ବନେ୍ଦ ଭାରତ ଏକ୍ସପ୍ରେସ (ପୁରୀ-ରାଉରକେଲା ଓ ଭୁବନେଶ୍ୱର-ହାଇଦ୍ରାବାଦ ରୁଟ୍ରେ) ଚଳାଚଳ ଦାବି କରିଥିଲେ । ଲୋକାର୍ପଣ ବେଳେ ପ୍ରଧାନମନ୍ତ୍ରୀ ଓଡ଼ିଶାରେ ଆଉ ଏକ ବନେ୍ଦ ଭାରତ ·ଲିବ ବୋଲି ପ୍ରତିଶ୍ରୁତି ଦେଇଥିଲେ ।