ମହିଳାଙ୍କୁ ଟାଣି ନେଲା କୁମ୍ଭୀର

ବରୀ, ୧୬ ।୮(ଆପ୍ର): ବରୀ ବ୍ଲକ ଅର୍ନ୍ତଗତ ଅମଠପୁର ଗ୍ରାମପଞ୍ଚାୟତର ପାଲଟପୁର ଗ୍ରାମର ଅନାମ ଜେନାଙ୍କ ପତ୍ନୀ ଜ୍ୟୋସ୍ନା ଜେନା (୩୫) ନିକଟସ୍ଥ ବିରୂପା ନଦୀକୁ ଶୌଚ ହେବାକୁ ଯିବା ସମୟରେ ଏକ ବିଶାଳକାୟ କୁମ୍ଭୀର ତାଙ୍କୁ ପାଣିକୁ ଟାଣି ନେଇଥିଲା । ଖବର ପାଇ ଗ୍ରାମବାସୀ ନଦୀ କୂଳକୁ ଆସିଥିଲେ ହେଁ କୁମ୍ଭୀର ଗଭୀର ନଦୀକୁ ମହିଳାଙ୍କୁ ଟାଣି ନେଇ ନଦୀର ଅପରପାଶ୍ୱର୍ରେ ମହିଳାଙ୍କୁ ଅତି ବିଭତ୍ସ ଭାବେ ଖାଉଥିବାର ଦେଖାଯାଇଥିଲା । ଖବର ପାଇ ବରୀ ଅଗ୍ନିଶମ ବିଭାଗ ଘଟଣାସ୍ଥଳରେ ପହଂଚି ନଦୀ ଗର୍ଭରେ ମହିଳାଙ୍କୁ ଖାଉଥିବା ସମୟରେ କୁମ୍ଭୀରକୁ ଘଉଡାଇବାରୁ କୁମ୍ଭୀର ମହିଳାଙ୍କ ଅଧା ଶରୀର ଛାଡି ପଳାଇଯାଇଥିଲା । ତତ୍କ୍ଷଣାତ୍ ଅଗ୍ନିଶମ ବିଭାଗ ମହିଳାଙ୍କ କ୍ଷତବିକ୍ଷତ ଶରୀରକୁ ଉଦ୍ଧାର କରି କୂଳକୁ ଆଣିଥିଲେ ।
ଏହି ଦୁଃଖଦ ଘଟଣା ଖବର ପାଇ ଘଟଣାସ୍ଥଳରେ ବରୀ ବିଧାୟିକା ସୁନନ୍ଦା ଦାସ, ବ୍ଲକ ଉନ୍ନୟନ୍ନ ଅଧିକାରୀ ନମିତା ବାରିକ, ତହସିଲଦାର ତିଳୋତମା ପୃଷ୍ଟିଙ୍କ ସମେତ ବରୀ ଥାନା ପୁଲିସ୍ ପ୍ରମୁଖ ଘଟଣା ସ୍ଥଳରେ ପହଂଚି ମୃତ ମହିଳାଙ୍କ ପରିବାରକୁ ସାନ୍ତ୍ୱନା ଦେଇଥିଲେ । ମହିଳାଙ୍କୁ କୁମ୍ଭୀର ଟାଣି ନେବାର ଖବର ପାଇ କଟକ ଡିଭିଜନର ବଇରୀ ବନବିଭାଗର ବନାଞ୍ଚଳ ଅଧିକାରୀ ଅଭିରାମ ଜେନାଙ୍କ ସମେତ ତାଙ୍କର ବନ କର୍ମଚାରୀମାନେ ଘଟଣାସ୍ଥଲରେ ପହଂଚି ନଦୀ କୂଳକୁ ସ୍ନାନ ଏବଂ ଶୌଚ ହେବାପାଇଁ କେହି ନ ଯିବା ପାଇଁ ମାଇକ୍ ଯୋଗେ ପ୍ରଚାର କରି ଲୋକମାନଙ୍କୁ ସଚେତନ କରିଥିଲେ । ଏହି ପରିପ୍ରେକ୍ଷୀରେ ରାଜ୍ୟ ସରକାରଙ୍କ ନିୟମ ଅନୁଯାୟୀ ବନ୍ୟଜନ୍ତୁ ଆକ୍ରମଣରେ କାହାରି ମୃତୁ୍ୟ ହେଲେ ୬ଲକ୍ଷ ଟଙ୍କାର ଆର୍ଥିକ ରାଶି ଦେବାକୁ ନିୟମ ଥିôବାରୁ ସେହି ନିୟମକୁ ଭିତ୍ତିକରି ବଇରି ବନାଞ୍ଚଳ ବିଭାଗ ପ୍ରଥମ ଦଫାରେ ୬୦ ହଜାର ଟଙ୍କାର ଚେକ୍ ମୃତ ମହିଳାଙ୍କ ପରିବାର ଲୋକଙ୍କୁ ପ୍ରଦାନ କରିଥିଲେ । ଅବଶିଷ୍ଟ ଅର୍ଥରାଶି ପରବର୍ତ୍ତୀ ସମୟରେ ପ୍ରଦାନ କରାଯିବ ବୋଲି ବନାଞ୍ଚଳ ବିଭାଗ ପ୍ରକାଶ କରିଥିଲେ । ମୃତ ମହିଳାଙ୍କ ଶବକୁ ବ୍ୟବଛେଦ ପାଇଁ ଯାଜପୁର ମୁଖ୍ୟ ଚିକିତ୍ସାଳୟକୁ ପଠାଇଥିଲେ । ସେ ଯାହା ହେଉନା କାହିଁକି ବିରୂପା ନଦୀରୁ ମଣିଷ ଖିଆ କୁମ୍ଭୀରକୁ ତୁରନ୍ତ ଉଦ୍ଧାର କରି ଅନ୍ୟତ୍ର ସ୍ଥାନାନ୍ତର କରିବାକୁ ସାଧାରଣରେ ଦାବି ହେଉଛି ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *