ଚନ୍ଦ୍ରରେ ଟ୍ରାଫିକ୍ ଜାମ୍

ନୂଆଦିଲ୍ଲୀ,୧୬ା୮: ଭାରତର ଚନ୍ଦ୍ରଯାନ-୩ ବୁଧବାର ଚନ୍ଦ୍ରପୃଷ୍ଠରୁ ୧୫୩ କିମି ଙ୍ଘ ୧୬୩ କିମି ଦୂର ପାର୍କିଂ ଅର୍ବିଟ୍ରେ ପହଞ୍ଚôଛି । ଗୁରୁବାର ଏହାର ପ୍ରପଲସନ୍ ମଡୁ୍ୟଲ୍ ଓ ଲାଣ୍ଡର ମଡୁ୍ୟଲ୍ ଅଲଗା ହୋଇଯିବ । ଆସନ୍ତା ୨୩ ତାରିଖ ସନ୍ଧ୍ୟାରେ ଲାଣ୍ଡର ବିକ୍ରମ ଚନ୍ଦ୍ରପୃଷ୍ଠରେ ଅବତରଣ କରିବ । ତେବେ ବିଭିନ୍ନ ଦେଶ ପକ୍ଷରୁ ମୁନ୍ ମିଶନ ଜାରି ରହିଥିବା ଯୋଗୁଁ ଚନ୍ଦ୍ରରେ ଟ୍ରାଫିକ୍ ଜାମ୍ ସ୍ଥିତି ଉପୁଜିବାକୁ ଯାଉଛି । ଚନ୍ଦ୍ର ଅର୍ବିଟ୍ରେ ଏବେ ୬ଟି ମିଶନ ସକ୍ରିୟ ରହିଛି । ସେଗୁଡିକ ହେଲା- ଚନ୍ଦ୍ରଯାନ-୩, ନାଶାର ଲୁନାର ରିକନିସନ୍ସ ଅର୍ବିଟର-ଏଲ୍ଆର୍ଓ, ଆର୍ଟିମିସ୍ ପ୍ରକଳ୍ପ ଅନୁଯାୟୀ ଆଉ ଦୁଇଟି ମିଶନ ଓ କେଷ୍ଟୋନ୍, କୋରିଆର ପାଥ୍ଫାଇଣ୍ଡର ଲୁନାର ଅର୍ବିଟର ଓ ରୁଷ୍ର ଲୁନା-୨୫ ମିଶନ ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *