ଭାରତ ଗଣତନ୍ତ୍ରର ଜନନୀ

ଦେଶ ଉଦେ୍ଦଶ୍ୟରେ ରାଷ୍ଟ୍ରପତିଙ୍କ ବାର୍ତ୍ତା
ନୂଆଦିଲ୍ଲୀ, ୧୪ା୮: ୭୭ତମ ସ୍ୱାଧୀନତା ଦିବସ ପୂର୍ବ ସନ୍ଧ୍ୟାରେ ଦେଶର ପ୍ରତ୍ୟେକ ନାଗରିକଙ୍କୁ ଅଭିନନ୍ଦନ ଓ ଶୁଭେଚ୍ଛା ଜଣାଇଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ରାଷ୍ଟ୍ରପତି କହିଛନ୍ତି, ଏହା ଆମ ସମସ୍ତଙ୍କ ପାଇଁ ଏକ ଗୌରବମୟ ଓ ଶୁଭ ଅବସର । ବିଶ୍ୱର ସର୍ବବୃହତ୍ ଗଣତନ୍ତ୍ରର ଆମେ ଜନ ସମୁଦାୟ ଓ ନାଗରିକ । ଆମ ପ୍ରତ୍ୟେକଙ୍କର ଅନେକ ପରିଚୟ ରହିଛି । ଏସବୁ ସତ୍ତ୍ୱେ ଆମ ସମସ୍ତଙ୍କର ଗୋଟିଏ ମାତ୍ର ପରିଚୟ ହେଲା, ଆମେ ସମସ୍ତେ ଭାରତୀୟ, ଭାରତର ନାଗରିକ । ପ୍ରତ୍ୟେକ ନାଗରିକ ଦେଶ ଆଗରେ ସମାନ । ଆମ ସମସସ୍ତଙ୍କ ପାଇଁ ସମାନ ସୁବିଧା ଉପଲବ୍ଧ । ଏହି ଭୂମିରେ ଆମ ସମସ୍ତଙ୍କର ଅଧିକାର ଓ କର୍ତ୍ତବ୍ୟ ସମାନ ।
ଭାରତ ଗଣତନ୍ତ୍ରର ଜନନୀ ଏବଂ ପ୍ରାଚୀନ କାଳରୁ ଆମ ଦେଶରେ ସମାଜର ତଳସ୍ତରରେ ଗଣତାନ୍ତ୍ରିକ ଅନୁଷ୍ଠାନ କାର୍ଯ୍ୟକରି ଆସୁଥିଲା । ଦୀର୍ଘକାଳୀନ ଉପନିବେଶବାଦୀ ଶାସନ ସେସବୁକୁ ନିଃଶେଷ କରିଦେଇଥିଲା । ୧୯୪୭ ଅଗଷ୍ଟ୧୫ରେ ଭାରତରେ ଏକ ନୂତନ ସୂର୍ଯେ୍ୟାଦୟ ହେଲା । ବିଦେଶୀ ଶାସନରୁ ମୁକ୍ତି ପାଇ ନିଜ ଭାଗ୍ୟ ଲେଖିବାର ସ୍ୱାଧୀନତା ଆମକୁ ମିଳିଲା ।
ରାଷ୍ଟ୍ରପତି ସ୍ୱାଧୀନତା ଆନେ୍ଦାଳନର ଜ୍ଞାତ ଓ ଅଜ୍ଞାତ ସଂଗ୍ରାମୀମାନଙ୍କ ପ୍ରତି ଶ୍ରଦ୍ଧା ଓ ସମ୍ମାନ ଅର୍ପଣ କରିବା ସହ ସେମାନଙ୍କ ଉଚ୍ଚ ଆଦର୍ଶରେ ଅନୁପ୍ରାଣିତ ହେବା ପାଇଁ ଆହ୍ୱାନ ଦେଇଛନ୍ତି । ସେ କହିଛନ୍ତି, ଆଜି ଆମ ଦେଶର ମହିଳାମାନେ ବିକାଶର ପ୍ରତ୍ୟେକ କ୍ଷେତ୍ରରେ ବିପୁଳ ଅବଦାନ ଯୋଗାଉଛନ୍ତି । ମହିଳାମାନଙ୍କ ଆର୍ଥିକ ସଶକ୍ତୀକରଣକୁ ସ୍ୱତନ୍ତ୍ର ଗୁରୁତ୍ୱ ପ୍ରଦାନ କରାଯାଉଛି । ମହିଳା ସଶକ୍ତିକରଣକୁ ପ୍ରାଧାନ୍ୟ ଦେବାକୁ ମୁଁ ସବୁ ନାଗରିକଙ୍କୁ ଆହ୍ୱାନ ଜଣାଉଛି । ଆମ କନ୍ୟା ଓ ଭଗିନୀମାନେ ସାହାସର ସହିତ ସବୁ ଆହ୍ୱାନ ଓ ପ୍ରତିବନ୍ଧକର ମୁକାବିଲା କରି ଆଗକୁ ବଢନ୍ତୁ ଓ ଜୀବନରେ ଉନ୍ନତି କରନ୍ତୁ ।
ସମଗ୍ର ବିଶ୍ୱରେ ମାନବୀୟ ଓ ବିକାଶ ସଂକ୍ରାନ୍ତ ଲକ୍ଷ୍ୟ ହାସଲ ପାଇଁ ଭାରତ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରୁଛି । ଜି-୨୦ ସମେତ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ବୈଶ୍ୱିକ ମଂଚର ନେତୃତ୍ୱ ମଧ୍ୟ ଭାରତ ଏବେ ନେଉଛି । ଜି-୨୦ ବିଶ୍ୱ ଜନସଂଖ୍ୟାର ଦୁଇ-ତୃତୀୟାଂଶକୁ ପ୍ରତିନିଧିତ୍ୱ କରୁଛି । ଅତଏବ ଆନ୍ତର୍ଜାତିକ ବୁଝାମଣା ଓ ଆଲୋଚନା କ୍ଷେତ୍ରରେ ଉଚିତ ମାର୍ଗ ନିର୍ଣ୍ଣୟ କରି ସେ ରାସ୍ତାରେ ଅଗ୍ରସର ହେବାକୁ ଏହା ଭାରତ ପାଇଁ ଏକ ଅଦ୍ୱିତୀୟ ସୁଯୋଗ । ଭାରତ ଏବେ ଜି-୨୦ ର ଅଧ୍ୟକ୍ଷ । ମୋର ଦୃଢ ବିଶ୍ୱାସ ଯେ ଭାରତ ବୈଶ୍ୱିକ ପ୍ରସଙ୍ଗରେ ତାହାର ନେତୃତ୍ୱର ପରାକାଷ୍ଠା ବଳରେ ପ୍ରମୁଖ ଓ ପ୍ରଭାବଶାଳୀ ରାଷ୍ଟ୍ରମାନଙ୍କୁ ଏକାଠି କରି ଏସବୁର ସ୍ଥାୟୀ ସମାଧାନ ପାଇଁ ବାଟ ବାହାର କରିପାରିବ ।
କରୋନା ମହାମାରୀ ପରେ ବିଶ୍ୱର ସବୁ ରାଷ୍ଟ୍ରଙ୍କ ମଧ୍ୟରେ ଭାରତର ଜିଡିପି ଅଭିବୃଦ୍ଧି ହାର ସର୍ବାଧିକ ଥିଲା । ଏହା ଏ କ୍ଷେତ୍ରରେ ଏକ ରେକର୍ଡ । ଆମର ଅନ୍ନଦାତା ·ଷୀମାନେ ଆମ ଅର୍ଥନୀତିକ ଅଭିବୃଦ୍ଧିରେ ଉଲ୍ଲେଖନୀୟ ଅବଦାନ ରଖିଛନ୍ତି । ସମଗ୍ର ରାଷ୍ଟ୍ର ସେମାନଙ୍କ ପାଖରେ ଋଣୀ ।
ଆଜିର ନବ ଭାରତର ଆକାଂକ୍ଷାଗୁଡିକ ସକାଶେ ନୂଆ ଦିଗସବୁ ଅସୀମ । ଭାରତୀୟ ମହାକାଶ ସଂଗଠନ ନୂଆ ସୋପାନ ଛୁଉଁଛି ଏବଂ ବିଚକ୍ଷଣତାର ଉକ୍ରୃର୍ଷ ସ୍ଥାପନ କରିଛି । ଚଳିତ ବର୍ଷ ଚନ୍ଦ୍ରଯାନ-୩ ମହାକାଶକୁ ଛଡାଯାଇଛି, ଯାହା ଚନ୍ଦ୍ରର କକ୍ଷପଥରେ ପ୍ରବେଶ କରିପାରିଛି ।
ଆମର ସମ୍ବିଧାନ, ଆମର ମାର୍ଗଦର୍ଶକ ଦସ୍ତାବିଜ୍ । ସମ୍ବିଧାନର ପ୍ରସ୍ତାବନାରେ ଆମ ସ୍ୱାଧୀନତା ସଂଗ୍ରାମର ଆଦର୍ଶ ସ୍ଥାନ ପାଇଛି । ଆସନ୍ତୁ ଆମେ ଆମର ରାଷ୍ଟ୍ର ନିର୍ମାତାମାନଙ୍କ ସ୍ୱପ୍ନକୁ ସାକାର କରିବା ପାଇଁ ସଦ୍ଭାବନା ଓ ଭ୍ରାତୃଭାବର ବି·ର ସହିତ ଆଗକୁ ବଢିବା ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *