ଟ୍ରକ୍ ଧକ୍କାରେ ୨ କଲେଜ ଛାତ୍ରୀ ମୃତ
ବରଗଡ଼, ୧୪ା୮(ଆପ୍ର): ବରଗଡ଼ ଜିଲ୍ଲା ଗୋଡ଼ଭଗା-ବିନିକା ରାସ୍ତାର ପୋଡ଼ବାଡ଼ି ଛକରେ ସୋମବାର ଟ୍ରକ୍ ଧକ୍କାରେ ଦୁଇ ଜଣ କଲେଜ ଛାତ୍ରୀଙ୍କ ମୃତ୍ୟୁ ଘଟିଛି । ଆଉ ଜଣେ ଯୁକ୍ତ ଦୁଇ ଛାତ୍ରୀ ଗୁରୁତର ଅବସ୍ଥାରେ ଚିକିତ୍ସିତ ହେଉଛନ୍ତିି ।
ରାଜ୍ୟ ରାଜପଥ ୫୪ର ଛନ୍ଦପାଲି ଛକ ପାଖରେ ପାଉଁରୁଟି ବୋଝେଇ ଟ୍ରକ ସେମାନଙ୍କୁ ଆଗପଟରୁ ଧକ୍କା ଦେଇ ଓଲଟି ପଡିÿଥିଲା । ଫଳରେ ୩ଜଣ ଛାତ୍ରୀ ଟ୍ରକ ତଳେ ଚାପି ହୋଇଯାଇଥିଲେ । ସ୍ଥାନୀୟ ଲୋକେ ଅତି କଷ୍ଟରେ ୩ ଛାତ୍ରୀଙ୍କୁ ଟ୍ରକ ତଳୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ବୁର୍ଲା ଡାକ୍ତରଖାନା ପଠାଇଥିଲେ । ଚିକିତ୍ସାଧୀନ ଅବସ୍ଥାରେ ୨ଜଣ ଛାତ୍ରୀଙ୍କ ମୃତୁ୍ୟ ହୋଇଥିଲା । ମୃତ ଛାତ୍ରୀ ହେଲେ ଜୟଶ୍ରୀ ରଣା ଏବଂ ଅନୁପମା ମଲ୍ଲିକ । ଅନ୍ୟ ଛାତ୍ରୀ ପ୍ରିୟା ମଞ୍ଜରୀ ପଣ୍ଡା ଗୁରୁତର ରହିଛନ୍ତି ।
ଉତ୍ତ୍ୟକ୍ତ ଛାତ୍ରଛାତ୍ରୀମାନେ କ୍ଷତିପୂରଣ ଦାବିରେ ଦୁର୍ଘଟଣା ସ୍ଥଳରେ ରାସ୍ତା ଅବରୋଧ କରିଥିଲେ । ମୃତକଙ୍କ ପରିବାରକୁ ୫୦ଲକ୍ଷ ଟଙ୍କା ଲେଖାଏଁ ଏବଂ ଆହତଙ୍କ ପରିବାରଙ୍କୁ ୧୦ଲକ୍ଷ ଟଙ୍କା ଓ ୩ ପରିବାରର ଜଣଙ୍କୁ ଚାକିରି ଏବଂ କଲେଜର ଅଧ୍ୟକ୍ଷାଙ୍କୁ ଚାକିରିରୁ ବରଖାସ୍ତ କରିବା ଇତ୍ୟାଦି ସେମାନଙ୍କ ଦାବି ରହିଛି । ଦୀର୍ଘ ସମୟ ପର୍ଯ୍ୟନ୍ତ କଲେଜର ଅଧ୍ୟକ୍ଷ, ପ୍ରଶାସନ ଦୁର୍ଘଟଣା ସ୍ଥଳରେ ପହଞ୍ଚô ନ ଥିବାରୁ ଛାତ୍ରଛାତ୍ରୀ ଏବଂ ଜନତାଙ୍କ ମଧ୍ୟରେ ଉତ୍ତେଜନା ଲାଗି ରହିଥିଲା ।
ସ୍ଥାନୀୟ ବିଧାୟିକା ସ୍ନେହାଙ୍ଗିନୀ ଛୁରିଆ ପହଞ୍ଚô ଛାତ୍ରଛାତ୍ରୀଙ୍କ ସହିତ ଆଲୋଚନା କରିଥିଲେ । ମାତ୍ର ଆଲୋଚନା ସମୟରେ କୌଣସି କଥାକୁ ନେଇ ମୁଁ ଆସିଛି ଯେ ବଡ କର ବୋଲି ବିଧାୟିକା କହିବା କ୍ଷଣି ଉପସ୍ଥିତ ଛାତ୍ରଛତ୍ରୀ ତଥା ଜନତା ପ୍ରତିବାଦ କରିଥିଲେ । ଫଳରେ ବିଧାୟିକା ସ୍ଥାନ ଛାଡ଼ି ଚାଲି ଯାଇଥିଲେ । ପରେ ଅତାବିରା ତହସିଲଦାର ଶ୍ୱେତପଦ୍ମା ଯୋଶୀ, ଅତିରିକ୍ତ ତହସିଲଦାର ରଞ୍ଜନ ଦାଶ, ଥାନା ଅଧିକାରୀ ସୁକୁମାର ତ୍ରିପାଠୀ ପ୍ରମୁଖ ପହଞ୍ଚô ଆଲୋଚନା କରିଥିଲେ । ମାତ୍ର ଛାତ୍ରଛାତ୍ରୀମାନେ ସେମାନଙ୍କ ଦାବିରେ ଅଟଳ ରହିଥିଲେ । ଏହି ସମୟରେ ମୃତ ଛାତ୍ରୀ ଅନୁପମା ମଲ୍ଲିକ ଏବଂ ଜୟଶ୍ରୀ ରଣାଙ୍କ ଶବ ବୁର୍ଲା ଡାକ୍ତରଖାନାରୁ ଧାରଣାସ୍ଥଳରେ ପହଞ୍ଚôଥିଲା । ଉଭୟଙ୍କ ଶବକୁ ରାସ୍ତା ଉପରେ ରଖି ଦାବି ପୂରଣ ନ ହେବାଯାଏ ରାସ୍ତାରୁ ହଟିବୁ ନାହିଁ ବୋଲି ଛାତ୍ରଛାତ୍ରୀମାନେ ଜିଦ୍ ଧରିଥିଲେ ।