୯ ସୈନିକ, ୪ ଚୀନା ଇଞ୍ଜିନିୟର ମୃତ

ପାକିସ୍ତାନରେ ଆତ୍ମଘାତୀ ଆକ୍ରମଣ
କ୍ୱେଟା, ୧୩ ।୮: ପାକିସ୍ତାନରେ ଭିତ୍ତିଭୂମି ପ୍ରସ୍ତୁତିରେ ନିୟୋଜିତ ଚାଇନା ଇଞ୍ଜିନୟରଙ୍କ କାରକେଡ୍ ଉପରେ ରବିବାର ଆତଙ୍କବାଦୀଙ୍କ ପକ୍ଷରୁ ଆତ୍ମଘାତୀ ହମଲା କରାଯାଇଛି । କାର୍କେଡ୍ରେ ୨୩ ଜଣ ଇଞ୍ଜିନିୟର ଥିଲେ ଓ ସେମାନେ ଉପଦ୍ରୁତ ବଲୁଚିସ୍ତାନର ଗ୍ୱଦର ବନ୍ଦର ଭିତ୍ତଭୂମି ବିକାଶରେ ନିୟୋଜିତ ଥିଲେ । ଆକ୍ରମଣରେ ୪ ଚାଇନା ଇଞ୍ଜିନୟର ଓ ୯ ପାକ୍ ସୈନିକଙ୍କ ମୃତୁ୍ୟ ଘଟିଛି ଏହାସହିତ ୨ ଜଣ ଆତଙ୍କବାଦୀ ମଧ୍ୟ ପ୍ରାର ହରାିଥିବା ପାକ୍ ସେନାର ସୂଚନା ୟୁନିଯ୍ ପମକ୍ଷରୁ କୁହାଯାଇଛି ।
ରବିବାର ପୂର୍ବାହ୍ନ ୯.୩୦ରେ ଫକୀର କଲୋନି ନିକଟରେ ବଲୁଚିି ଆତଙ୍କୀମାନେ ଫକିର କଲୋନୀ ବ୍ରିଜ୍ ଉପରେ ୭ ଗାଡ଼ିରେ ଯାଉଥିବା ଚାଇନା ଇଞ୍ଜିନିୟର୍ଙ୍କ କାର୍କେଡ୍ ଉପରେ ଗୁଳିମାଡ଼ କରିଥିଲେ । ‘ଦି ବଲୁଚିସ୍ତାନ ପୋଷ୍ଟ’ର ରିପୋର୍ଟ ଅନୁଯାୟୀ, ଗ୍ୱଦରରେ ୨ ଘଣ୍ଟା ଧରି ଉଭୟ ପକ୍ଷ ମଧ୍ୟରେ ଗୁଳି ବିନିମୟ ହୋଇଥିଲା । ଆକ୍ରମଣ ଯୋଗୁ ସଂପୃକ୍ତ ଅଞ୍ଚଳରେ ଟ୍ରାଫିକ ବନ୍ଦ ହୋଇଯାଇଥିଲା । ଗ୍ୱଦରକୁ ଆଲର୍ଟରେ ରଖାଯାଇଛି । ସେଠାକୁ ଅଧିକ ପାକ୍ ସୈନିକଙ୍କୁ ପଠାଯାଇଛି ।
ସଂପ୍ରତି ଜୀନର ଅନେକ ଯନ୍ତ୍ରୀ ଗ୍ୱଦର ବନ୍ଦର ନଗରୀରେ କାମ କରୁଛନ୍ତି । ବଲୁଚିସ୍ତାନ ଚୀନର ଝିନ୍ଜାଙ୍ଗ ପ୍ରଦେଶକୁ ଲାଗିଛି । ଚାଇନା ପାକିସ୍ତାନ ଅର୍ଥନୈତିକ କରିଡର୍ (ସିପିଇସି) ପାଇଁ କାମ ଦ୍ରୁତ ଗତିରେ ଚାଲିଥିବା ବେଳେ ଆକ୍ରମଣ ଲାଗି ବଲୁଚିସ୍ତାନ ଲିବରେସନ୍ ଆର୍ମି ନିଜକୁ ଦାୟି କରିଛି ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *