୪ ଦିନର ପୁଅକୁ ଅଢ଼େଇ ଲକ୍ଷରେ ବିକ୍ରି

ବଲାଙ୍ଗିର, ୧୨ା୮(ଆପ୍ର): ବଲାଙ୍ଗିର ଜିଲ୍ଲା ଟିଟିଲାଗଡ଼ ଝଙ୍କରପଡ଼ାର ସନ୍ତୋଷ ପଟେଲ ଓ ପୁଷ୍ପା ପଟେଲ ୪ ଦିନର ପୁଅକୁ ଅଢେଇ ଲକ୍ଷ ଟଙ୍କାରେ ଅଗଷ୍ଟ ୩ରେ ରମାଜାନ ଶେଖ ନାମକ ଜଣେ ଦଲାଲକୁ ବିକି ଦେଇଥିଲେ । ପୁଲିସ ୮ଦିନ ପରେ ଶିଶୁଟିକୁ ଛତିଶଗଡରୁ ଉଦ୍ଧାର କରିଛି । ରମଜାନ କଳାହାଣ୍ଡିର ଜଣେ ଦଲାଲ ରାଜାକୁ ଶିଶୁପୁତ୍ରଟିକୁ ବିକ୍ରି କରି ଦେଇଥିଲା । ସନ୍ତୋଷ ଓ ତାଙ୍କ ସ୍ତ୍ରୀ ଶିଶୁପୁତ୍ରକୁ ବିକ୍ରି କରି ଦେଇଥିବା ଗ୍ରାମବାସୀଙ୍କର ସନେ୍ଦହ ହୋଇଥିଲା । ସେମାନେ ସନ୍ତୋଷ ଓ ତାଙ୍କ ସ୍ତ୍ରୀକୁ ପୁଅ ବିଷୟରେ ପ·ରିଥିଲେ । ସେମାନେ ଗ୍ରାମବାସୀଙ୍କ ପ୍ରଶ୍ନର ସନ୍ତୋଷଜନକ ଉତ୍ତର ଦେଇ ପାରି ନ ଥିଲେ । ତେଣୁ ଗ୍ରାମବାସୀଙ୍କର ସନେ୍ଦହ ବିଥିଲା । ସେମାନେ ଏହି ବିଷୟରେ ପୁଲିସକୁ ଜଣାଇଥିଲେ ।
ପୁଲିସ ସନ୍ତୋଷ ଓ ତାଙ୍କ ସ୍ତ୍ରୀଙ୍କୁ ପଚରାଉଚରା କରିଥିଲା । ଦଲାଲକୁ ଛୁଆଟିକୁ ବିକ୍ରି କରି ଦେଇଥିବା ମାନିଥିଲେ ସନ୍ତୋଷ ଓ ତାଙ୍କ ସ୍ତ୍ରୀ । ଏହା ପରେ ପୁଲିସ ସନ୍ତୋଷ, ଦଲାଲ ରମାଜାନ ଓ କୁନାକୁ ଗିରଫ କରିଥିଲା । ଗତକାଲି ପୁଲିସ ଛତିଶଗଡ଼ରୁ ଛୁଆଟିକୁ ଉଦ୍ଧାର କରି ବଲାଙ୍ଗିର ଆଣିଥିଲା । ସ୍ୱାସ୍ଥ୍ୟ ପରୀକ୍ଷା ପରେ ଶିଶୁକୁ ବାଲାଙ୍ଗିର ଶିଶୁ ସୁରକ୍ଷା କେନ୍ଦ୍ରରେ ରଖାଯାଇଛି ।
ଶିଶୁର ସ୍ୱାସ୍ଥ୍ୟବସ୍ଥା ତଦାରଖ କରି ବଲାଙ୍ଗୀର ଏସ୍ପିଙ୍କ ନିକଟକୁ ନେଇଥିଲା ଟିଟିଲାଗଡ଼ ପୁଲିସ । ଏହି ଘଟଣାରେ ଦୁଇ ଜଣ ଅଟକ ଥିବା ମଧ୍ୟ ସୂଚନା ରହିଛି । ପୂର୍ବରୁ ଶିଶୁ ବିକ୍ରୀ ଅଭିଯୋଗରେ ଶିଶୁର ବାପା ଏବଂ ମଧ୍ୟସ୍ଥି ଗିରଫ ହୋଇ ଉପକାରାଗାରରେ ରହିଛନ୍ତି । ଶନିବାର ଶିଶୁକୁ କିଣିଥିବା ବ୍ୟବସାୟୀକୁ ଗିରଫ କରିଛି ଟିଟିଲାଗଡ଼ ପୁଲିସ୍ । ଆଉଜଣେ ଗିରଫ ହୋଇଥିବା ବ୍ୟକ୍ତି ଜଣକ ରାୟଗଡ଼ର ବ୍ୟବସାୟୀ ଅମିତ ଅଗ୍ରୱାଲ । ଶନିବାର ବଲାଙ୍ଗୀର ସିଡବ୍ଲୁ୍ୟସି ପାଖରେ ହସ୍ତାନ୍ତର କରାଯାଇଥିବା ନେଲ ସୂଚନା ଦେଇଛନ୍ତି ଟିଟିଲାଗଡ଼ ଏସ୍ଡିପିଓ ଅଙ୍କିତା କୁମ୍ଭାର । ରାକେଟରେ ଆଉ କେଉଁମାନେ ସଂପୃକ୍ତ, ରାକେଟର ଚେର କେଉଁ ଯାଏ ଲମ୍ବିଛି, ତାହାର ତଦନ୍ତ କରୁଛି ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *