ସ୍କୁଲରେ ପଡିÿଲା ବଜ୍ର
୨୦ ଛାତ୍ରଛାତ୍ରୀ ଅସୁସ୍ଥ, ଦୁଇ ଗୁରୁତର
କେନ୍ଦ୍ରାପଡ଼ା, ୧୨ା୮ (ଆପ୍ର): କେନ୍ଦ୍ରାପଡ଼ା ଗରଦପୁର ବ୍ଲକ କୁଦାନଗରୀ ଠାରେ ଥିବା ଆଦର୍ଶ ସ୍କୁଲରେ ଆଜି ଅପରାହ୍ନରେ ବଜ୍ରପାତ ଘଟି ୨୦ଜଣ ଛାତ୍ରଛାତ୍ରୀ ଅସୁସ୍ଥ ହୋଇପଡିଛନ୍ତି । ସେମାନଙ୍କ ମଧ୍ୟରୁ ଦୁଇଜଣ ଗୁରୁତର ଥିବା ଜଣାପଡିଛି । ସଦ୍ୟ ସୂଚନା ଅନୁଯାୟି କୁଦାନଗରୀ ହାଇସ୍କୁଲରେ ଆଦର୍ଶ ବିଦ୍ୟାଳୟରେ ପାଠପଢା ଚାଲୁଥିବା ବେଳେ ଅପରାହ୍ନ ୩.୩୦ସମୟରେ ବର୍ଷା ହୋଇଥିଲା । ତା ସାଙ୍ଗକୁ ଘଡଘଡି ମାରିଥିଲା । ହଠାତ ଏକ ଘଡ଼ଘଡ଼ି ସ୍କୁଲର ଷଷ୍ଠ ଶ୍ରେଣୀ ଛାତ୍ରମାନେ ପଢୁଥିବା ଶ୍ରେଣୀ ଗୃହ ଉପରେ ପଡିଥିଲା । ଫଳରେ ଶର୍ଟସର୍କିଟ ହୋଇ ପଙ୍ଖାରୁ ନିଆଁ ଗଦା ହୋଇ ପିଲାମାନଙ୍କ ଉପରେ ପଡିଥିଲା । ଏହି ଶ୍ରେଣୀଗୃହରେ ପାଖାପାଖି ୪୦ପିଲାଥିଲେ । ଘଡ଼ଘଡ଼ିର ପ୍ରଚଣ୍ଡ ଶବ୍ଦରେ ୨୦ଜଣ ପିଲାମାନେ ଚେତାଶୂନ୍ୟ ହୋଇପଡ଼ିଥିଲେ । ସଙ୍ଗେସଙ୍ଗେ ସେମାନଙ୍କୁ ପାଟକୁରା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା । ସେଠାରେ ଦୁଇ ଜଣଙ୍କ ଅବସ୍ଥା ଗୁରୁତର ହେବାରୁ ସେମାନଙ୍କୁ କେନ୍ଦ୍ରାପଡ଼ା ମୁଖ୍ୟ ଚିକିତ୍ସା କେନ୍ଦ୍ରକୁ ପଠାଯାଇଛି ବୋଲି ଜଣାପଡିଛି । ମେଡିକାଲ ପକ୍ଷରୁ ୫ଜଣିଆ ଡାକ୍ତରୀ ଟିମ ସେମାନଙ୍କ ଚିକିତ୍ସାରେ ନିୟୋଜିତ ଥିବା ମେଡିକାଲ ପକ୍ଷରୁ ସୂଚନା ଦିଆଯାଇଛି । ଏହି ଘଟଣା ଘଟିବା ପରେ ମେଡିକାଲ ପରିସର ଲୋକାରଣ୍ୟ ହୋଇପଡ଼ିଥିଲା । ଅଭିଭାବକଙ୍କ ମଧ୍ୟରେ ଏକ ଅଜଣା ଭୟ ସୃଷ୍ଟି ହୋଇଥିଲା । ଗରଦପୁର ଚେୟାରମ୍ୟାନ ଅଭୟ ମହାରାଜ ମେଡିକାଲକୁ ଯାଇ ପିଲାମାନଙ୍କ ସ୍ୱାସ୍ଥ୍ୟ ଅବସ୍ଥା ପ·ରି ବୁଝିବା ସହ ଉନ୍ନତମାନର ଚିକିତ୍ସା ପାଇଁ ଡାକ୍ତରଙ୍କ ସହ କଥା ହୋଇଥିବା ଜଣାପଡିଛି ।
ସୂଚନା ଅନୁସାରେ ଗରଦପୁରସ୍ଥିତ ଆଦର୍ଶ ବିଦ୍ୟାଳୟରେ ପିଲାମାନଙ୍କର ପାଠପା ପାଇଁ ଏପର୍ଯ୍ୟନ୍ତ ସ୍ଥାୟୀ ପରିସର ନାହିଁ । ଏହି କାରଣରୁ ଆଦର୍ଶ ବିଦ୍ୟାଳୟର ପିଲାମାନେ କୁଦାନଗରୀସ୍ଥିତ ହାଇସ୍କୁଲରେ ପରି·ଳିତ ଅସ୍ଥାୟୀ ପରିସରରେ ପାଠ ପଢୁଛନ୍ତି । ଆଜି ବିଦ୍ୟାଳୟ ଛୁଟି ହେବା ପୂର୍ବରୁ କୁଦାନଗରୀ ହାଇସ୍କୁଲ ନିକଟରେ ବଜ୍ରପାତ ହୋଇଥିଲା । ଫଳରେ ଆଦର୍ଶ ବିଦ୍ୟାଳୟର ୨୦ ଜଣ ଛାତ୍ରଛାତ୍ରୀ ଆହତ ହୋଇଥିଲେ । ସଟସର୍କିଟ ଯୋଗୁଁ ବିଦ୍ୟାଳୟର ବିଦୁ୍ୟତ ତାର ଜଳିଯାଇଛି । କିଛି ଫ୍ୟାନ୍ ପୋଡ଼ିଯାଇଥିବା ସୂଚନା ମିଳିଛି । ଏହି ଘଟଣା ପରେ ସ୍ଥାନୀୟ ଅଞ୍ଚଳର ଅଭିଭାବକ ଓ ବୁଦ୍ଧିଜୀବୀ ମହଲରେ ପ୍ରତିକ୍ରିୟା ପ୍ରକାଶ ପାଇଛି । ପିଲାମାନେ ଯଦି ଆଦର୍ଶ ବିଦ୍ୟାଳୟର ସ୍ଥାୟୀ ପରିସରରେ ପାଠ ପଢୁଥାନ୍ତେ, ଆଜି ବଜ୍ରପାତର ସମ୍ମୁଖୀନ ହୋଇ ନଥାନ୍ତେ ବୋଲି ଆଲୋଚନା ହେଉଛି ।