୪ ପୁଲିସ୍ ଅଧିକାରୀଙ୍କୁ କେନ୍ଦ୍ର ଗୃହମନ୍ତ୍ରୀ ପଦକ

ଭୁବନେଶ୍ୱର, ୧୨ା୮(ବୁ୍ୟରୋ): ତଦନ୍ତରେ ଉକ୍ରର୍ଷ ପାଇଁ ଚଳିତ ବର୍ଷ ସାରା ଦେଶରୁ ୧୪୦ ଜଣ ପୁଲିସ ଅଧିକାରୀ କେନ୍ଦ୍ର ଗୃହମନ୍ତ୍ରୀ ପଦକ ପାଇବେ । ସେମାନଙ୍କ ମଧ୍ୟରେ ୨୨ ଜଣ ମହିଳା ପୁଲିସ ଅଧିକାରୀ ରହିଛନ୍ତି । ଏହି ୧୪୦ ପୁଲିସ ଅଧିକାରୀଙ୍କ ମଧ୍ୟରେ ଓଡ଼ିଶାରୁ ୪ ଜଣ ଅଛନ୍ତି । ଶନିବାର କେନ୍ଦ୍ର ଗୃହମନ୍ତ୍ରୀ ପଦକ ଘୋଷଣା ହୋଇଛି ।
ଓଡ଼ିଶାରୁ ଯେଉଁ ପୁଲିସ ଅଧିକାରୀ ପଦକ ପାଇବେ, ସେମାନେ ହେଉଛନ୍ତି ଡିଏସ୍ପି ପ୍ରଭାତ କୁମାର ବିଶ୍ୱାଳ, ଡିଏସ୍ପି ମାନସ ରଞ୍ଜନ ପ୍ରଧାନ, ଇନ୍ସପେକ୍ଟର ପ୍ରଶାନ୍ତ ସାହୁ ଓ ଦୁର୍ଗେଶ ନନ୍ଦିନୀ ମହାନ୍ତି । ପ୍ରଭାତ କୁମାର ବିଶ୍ୱାଳ ଓ ମାନସ ରଞ୍ଜନ ପ୍ରଧାନ ସୁନ୍ଦରଗଡ଼ରେ ଡିଏସ୍ପି ଭାବେ କାର୍ଯ୍ୟ କରୁଛନ୍ତି । ଇନ୍ସପେକ୍ଟର ପ୍ରଶାନ୍ତ କୁମାର ସାହୁ ଗଞ୍ଜାମ ଜିଲ୍ଲାରେ କାର୍ଯ୍ୟ କରୁଥିବାବେଳେ ଇନ୍ସପେକ୍ଟର ଦୁର୍ଗେଶ ନନ୍ଦିନୀ ମହାନ୍ତି କଟକରେ କାର୍ଯ୍ୟ କରନ୍ତି ।
ଚଳିତ ବର୍ଷ କେନ୍ଦ୍ର ଗୃହମନ୍ତ୍ରୀ ପଦକ ପାଇଁ ସିବିଆଇରୁ ୧୫ ଜଣ, ଏନ୍ଆଇଏରୁ ୧୨ ଜଣ ଅଧିକାରୀ ମନୋନୀତ ହୋଇଛନ୍ତି । ଉତ୍ତର ପ୍ରଦେଶରୁ ୧୦ ଜଣ ମନୋନୀତ ହୋଇଥିବାବେଳେ କେରଳ ଓ ରାଜସ୍ଥାନରୁ ୯ ଜଣ ଲେଖାଏଁ, ତାମିଲନାଡୁରୁ ୮, ମଧ୍ୟପ୍ରଦେଶରୁ ୭ ଓ ଗୁଜରାଟରୁ ୬ ଜଣ ମନୋନୀତ ହୋଇଛନ୍ତି । କେନ୍ଦ୍ର ଗୃହମନ୍ତ୍ରୀ ପଦକ ୨୦୧୮ ମସିହାରୁ ଦିଆଯାଉଛି । ପ୍ରତିବର୍ଷ ଅଗଷ୍ଟ ୧୨ରେ ପଦକ ପାଇବା ପାଇଁ ମନୋନୀତ ପୁଲିସ ଅଧିକାରୀଙ୍କ ନାମ ଘୋଷଣା କରାଯାଏ ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *