ସହିଦ ସୁଶାନ୍ତ ପଞ୍ଚଭୂତରେ ବିଲୀନ

ଆନନ୍ଦପୁର, ୧୨ା୮ (ଆପ୍ର): ସହିଦ ଓଡ଼ିଆ ଯବାନ ସୁଶାନ୍ତ କୁମାର ଖୁଣ୍ଟିଆଙ୍କ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଶେଷକୃତ୍ୟ ସମ୍ପନ୍ନ ହୋଇଛି । ସହିଦ ଯବାନ ସୁଶାନ୍ତଙ୍କ ଅନ୍ତିମ ସଂସ୍କାର ପୁଣ୍ୟତୋୟା ବୈତରଣୀ ନଦୀକୂଳ ଶ୍ମଶାନ ଘାଟରେ ସିଆର୍ପିଏଫ୍ ଓ ଓଡ଼ିଶା ପୁଲିସ୍ ପକ୍ଷରୁ ତୋପ ସଲାମୀ ଦିଆଯିବା ପରେ ଶେଷକୃତ୍ୟ ସମ୍ପନ୍ନ ହୋଇଥିଲା । ସହିଦଙ୍କ ପାର୍ଥିବ ଶରୀର ରାଞ୍ଚôରୁ ଆସି ଆନନ୍ଦପୁରରେ ପହଞ୍ଚିିବା ପରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଥିଲା । ଶୁକ୍ରବାର ଝାଡଖଣ୍ଡ କୋଲ୍ଡ ଜଙ୍ଗଲରେ ନକ୍ସଲଙ୍କ ଅତର୍କିତ ଆକ୍ରମଣରେ ସହିଦ ହୋଇଥିଲେ ସୁଶାନ୍ତ ।
ଶୈଲଙ୍ଗ ଛକ ନିକଟରେ ପ୍ରଥମେ ସହିଦଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ ସ୍ଥାନୀୟ ଲୋକଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି । ପରେ ଏକ ବିଶାଳ ଶୋଭାଯାତ୍ରାରେ ଘଷିପୁରା, ଶାଳପଡା, ଆନନ୍ଦପୁର ବ୍ରିଜ୍ ଛକ, ବଡଦାଣ୍ଡ ଦେଇ ସହିତ ଯବାନଙ୍କ ମରଶରୀର ୪ନଂ ୱାର୍ଡର ନନ୍ଦିସାହିରେ ଥିବା ତାଙ୍କ ଘରକୁ ନିଆଯାଇଥିଲା । ଘରେ ପନôୀ ଓ ସମ୍ପର୍କୀୟ ଶେଷ ଦର୍ଶନ କରିବା ପରେ ସହିତ ଯବାନଙ୍କ ପାର୍ଥିବ ଶରୀରକୁ ଶୋଭାଯାତ୍ରାରେ ବୈତରଣୀ ନଦୀକୂଳ ଶ୍ମଶାନକୁ ନିଆଯାଇଥିଲା । ଏହି ସମୟରେ ହଜାର ହଜାର ଲୋକ ଉପସ୍ଥିତ ଥିଲେ । ସହିଦ ସୁଶାନ୍ତ ଅମର ରହେ ଧ୍ୱନିରେ ଚତୁର୍ଦିଗ ପ୍ରକମ୍ପିତ ହୋଇ ପଡ଼ିଥିଲା ।
ଶନିବାର ତାଙ୍କର ଶେଷକୃତ୍ୟ ସମୟରେ କେନ୍ଦୁଝର ଜିଲ୍ଲାର ପ୍ରଶାସନିକ ଅଧିକାରୀଙ୍କ ସମେତ ଆନନ୍ଦପୁର ଉପଜିଲ୍ଲାପାଳ ଅନିଲ କୁମାର ସେଠି, ଆନନ୍ଦପୁର ବିଧାୟକ ଭାଗିରଥି ସେଠି, ଆନନ୍ଦପୁର ଏସ୍ଡିପିଓ ପ୍ରଶାନ୍ତ କୁମାର ବେହେରା, ଆନନ୍ଦପୁର ରାଜସ୍ୱ ଅଧିକାରୀ ପ୍ରଦୀପ କୁମାର ପାଢ଼ୀ, ଆନନ୍ଦପୁର ଥାନାଧିକାରୀ ଦେବକୀ ନାୟକ, ପୂର୍ବତନ ବିଧାୟକ ଜୟଦେବ ଜେନା, ବିଧାୟକ ମାୟାଧର ଜେନା, ଆନନ୍ଦପୁର ପୌରପାଳିକା ଅଧ୍ୟକ୍ଷା ରଜନୀରାଣୀ ଖଟୁଆଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ ।
ସୁଶାନ୍ତ ୨୦୧୧ ମସିହାରୁ ସିଆରପିଏଫ୍ ଯବାନ୍ ଭାବେ ନିଯୁକ୍ତି ପାଇଥିଲେ । ଦୁଇ ମାସ ତଳେ ସେ ବିବାହ କରିଥିଲେ, ସଂସାର ଗଢିବା ପୂର୍ବରୁ ଦୁନିଆକୁ ଅଲବିଦା କହି ·ଲିଗଲେ । ଏଏନ୍ଏମ୍ ·କିରି କରୁଥିବା ସୁଶାନ୍ତଙ୍କ ପତ୍ନୀ ତେଲକୋଇରେ ରହନ୍ତି । ସୁଶାନ୍ତଙ୍କ ଦେହାନ୍ତଙ୍କୁ ମିଶାଇ ମାତ୍ର ୩ବର୍ଷ ମଧ୍ୟରେ ତାଙ୍କ ବାପା ଏବଂ ଦୁଇ ଭାଇଙ୍କର ମଧ୍ୟ ଦେହାନ୍ତ ହୋଇଯାଇଛି । ସୁଶାନ୍ତଙ୍କ ଛାତିରେ ଗୁଳି ବାଜିଥିବା କାରଣରୁ ତାଙ୍କର ମୃତୁ୍ୟ ହୋଇଥିଲା ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *