ସିଏଫ୍ଆଇ ପାଇଁ ଉଭୟ ପକ୍ଷକୁ ୪ ସପ୍ତାହ
ମହାନଦୀ ଜଳ ବିବାଦ
ନୂଆଦିଲ୍ଲୀ, ୧୨ା୮: ମହାନଦୀ ଜଳ ବଣ୍ଟନ ନେଇ ଓଡିଶା ଓ ଛତିଶଗଡ ମଧ୍ୟରେ ଲାଗି ରହିଥିବା ବିବାଦ ସମ୍ବନ୍ଧୀୟ ମାମଲାର ଶୁଣାଣି ଶନିବାର ଟ୍ରିବୁନାଲରେ ଶେଷ ହୋଇଛି । କମନ୍ ଫର୍ମାଟ୍ ଇନଫରର୍ମେସନ (ସିଏଫ୍ଆଇ) ଚୂଡାନ୍ତ ହୋଇ ପାରିନଥିବାରୁ ଉଭୟ ରାଜ୍ୟ ସମୟ ନେଇଛନ୍ତି । ସିଏଫ୍ଆଇ ଚୂଡାନ୍ତ ପାଇଁ ଉଭୟ ପକ୍ଷ ୫ ସପ୍ତାହ ସମୟ ମାଗିଥିଲେ । ତେବେ ଟ୍ରିବୁ୍ୟନାଲ ୪ ସପ୍ତାହ ସମୟ ଦେଇଛନ୍ତି । ପୂର୍ବ ଶୁଣାଣିରେ ମଧ୍ୟ ୪ ସପ୍ତାହ ସମୟ ଦେଇଥିଲେ ଟ୍ରିବୁ୍ୟନାଲ । ଦୁଇ ରାଜ୍ୟ ମୋଟ୍ ୬୫ଟି ସିଏଫ୍ଆଇ ଦାଖଲ କରିବେ ।
ମହାନଦୀର ୧୬ ବେସିନ ଥିବା ଆସେସରମାନେ କହିଛନ୍ତି । ଦୟା ଓ ଚିଲିକାକୁ ଗୋଟିଏ ବେସିନ ବୋଲି ଆସେସର ଦର୍ଶାଇଥିବାରୁ ଓଡ଼ିଶା ଏହାକୁ ବିରୋଧ କରିଛି । ଓଡ଼ିଶା କେବଳ ଚିଲିକାକୁ ଅବବାହିକା ଦର୍ଶାଇଥିବାରୁ ଛତିଶଗଡ଼ ଏହାକୁ ବିରୋଧ କରିଛି । ଚିଲିକାର ଡେଲଟାକୁ ନେଇ ଦୁଇ ରାଜ୍ୟ ମଧ୍ୟରେ ବିବାଦର ସମାଧାନ ହୋଇ ପାରୁ ନାହିଁ ।
ଓଡିଶା ପକ୍ଷରୁ ୪୭ଟି ପଏଣ୍ଟ ଦିଆଯାଇଥିବାବେଳେ ୧୮ଟି ବାକି ଅଛି । ଛତିଶଗଡ଼ ୫୦ ପଏଣ୍ଟ ଦାଖଲ କରିଥିବାବେଳେ
୧୫ଟି ବାକି ଅଛି । ଏହାକୁ ତୁରନ୍ତ ଫାଇନାଲ କରିବା ପାଇଁ ଶେଷ ସୁଯୋଗ ଦେଇଛନ୍ତି ଟ୍ରିବୁ୍ୟନାଲ । ସେପ୍ଟେମ୍ବର ୧୬ ରେ ପରବର୍ତ୍ତୀ ଶୁଣାଣି ହେବ । ଏହା ପୂର୍ବରୁ ସାକ୍ଷ୍ୟ ଚୂଡାନ୍ତ କରି ଦାଖଲ କରିବାକୁ ନିଦେ୍ର୍ଦଶ ଦିଆଯାଇଛି ।