୪ ବିଲ୍କୁ ରାଷ୍ଟ୍ରପତିଙ୍କ ମଞ୍ଜୁରି
ନୂଆଦିଲ୍ଲୀ, ୧୨ା୮: ମୌସୁମୀ ଅଧିବେଶନରେ ଲୋକସଭା ଓ ରାଜ୍ୟସଭାରେ ପାରିତ ୪ଟି ବିଲ୍ ଉପରେ ଶନିବାର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ମୋହର ମାରିଥିବାରୁ ବିଲ୍ ଗୁଡ଼ିକ ଆଇନରେ ପରିଣତ ହୋଇଛି । ଭାରତ ସରକାରଙ୍କ ପୃଥକ ପୃଥକ ଗେଜେଟ୍ ବିଜ୍ଞପ୍ତିରେ ଏହିସବୁ ଅଧିନିୟମ ଲାଗୁ କରାଯିବା ସମ୍ବନ୍ଧୀୟ ସୂଚନା ଦିଆଯାଇଛି । ବିଜ୍ଞପ୍ତିରେ ଉଲ୍ଲେଖ ଅଛି ଯେ ରାଜଧାନୀ କ୍ଷେତ୍ର ଦିଲ୍ଲୀ ସରକାର (ସଂଶୋଧନ) ଅଧିନିୟମ ୨୦୨୩ ମେ, ୨୦୨୩ରୁ ଲାଗୁ ହୋଇଛି ବୋଲି ଧରାଯିବ । ଡିଜିଟାଲ ପର୍ସନାଲ ଡାଟା ପ୍ରୋଟେକସନ ବିଲ୍, ଜନ୍ମ ଓ ମୃତୁ୍ୟ ପଞ୍ଜିକରଣ (ସଂଶୋଧନ) ବିଲ୍, ଜନ ବିଶ୍ୱାସ (ସଂଶୋଧନ) ବିଲ୍ ଓ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ନ୍ୟାସନାଲ କ୍ୟାପିଟାଲ ଟେରିଟୋରୀ ଅଫ ଦିଲ୍ଲୀ (ସଂଶୋଧନ) ବିଲ୍ ମୌସୁମୀ ଅଧିବେଶନ ବେଳେ ସଂସଦର ଉଭୟ ଗୃହରେ ପାରିତ ହୋଇଥିଲା ।
ଦିଲ୍ଲୀର ପ୍ରଶାସନିକ ବଦଳି ଓ ନିଯୁକ୍ତି ଅଧିକାର ରାଜ୍ୟ ସରକାରଙ୍କର ବୋଲି ସୁପ୍ରିମକୋର୍ଟ କହିଥିଲେ । ଦିଲ୍ଲୀର ପ୍ରଶାସନିକ ସେବାକୁ ନିୟନ୍ତ୍ରଣ କରିବା ପାଇଁ କେନ୍ଦ୍ର ସରକାର ସୁପ୍ରିମକୋର୍ଟଙ୍କ ନିଦେ୍ଦର୍ଶକୁ ମାତ ଦେଇ ପ୍ରଥମେ ଅଧ୍ୟାଦେଶ ଅ ।ଣି ପରେ ମୌସୁମୀ ଅଧିବେଶନରେ ନ୍ୟାସନାଲ କ୍ୟାପିଟାଲ ଟେରିଟୋରୀ ଅଫ୍ ଦିଲ୍ଲୀ (ସଂଶୋଧନ) ବିଲ୍ ପାରିତ କରାଇଥିଲେ ।
ମଣିପୁର ପ୍ରସଙ୍ଗରେ ଆଲୋଚନା ଦାବିରେ ବିରୋଧୀ ନାରାବାଜୀ କରୁଥିବାବେଳେ ଡିଜିଟାଲ ପର୍ସନାଲ ଡାଟା ପ୍ରୋଟେକ୍ସନ୍ ବିଲ୍ ବାଚନିକ ଭୋଟରେ ପାରିତ ହୋଇଥିଲା । ବିରୋଧୀ ବିଲ୍ରେ କିଛି ସଂଶୋଧନ ଦାବି କରିଥିଲେ । ବିରୋଧୀଙ୍କ କହିବା କଥା ଏପରି ଆଇନ ଦ୍ୱାରା ସରକାର ଦେଶକୁ ଗୋଟିଏ ସର୍ଭେଲାନ୍ସ ଷ୍ଟେଟରେ ପରିଣତ କରିବାକୁ ଲକ୍ଷ୍ୟ ରଖିଛନ୍ତି । ସରକାର ଅନଲାଇନ ପ୍ଲାଟଫର୍ମରେ ଭାରତୀୟଙ୍କ ବ୍ୟକ୍ତିଗତ ତଥ୍ୟର ସୁରକ୍ଷା ପାଇଁ ଏହି ବିଲ୍ ଆଣିଥିବା କହିଥିଲେ । ତଥ୍ୟ ସାର୍ବଜନୀନ ହେଲେ ଦୋଷୀକୁ ୨୫୦ କୋଟି ଯାଏ ଜରିମାନା ବ୍ୟବସ୍ଥା ଏଥିରେ ଅଛି ।