ବଦଳିବ ଅପରାଧିକ ଆଇନ
ନୂଆଦିଲ୍ଲୀ, ୧୧ା୮: ଶୁକ୍ରବାର ସଂସଦରେ ଗୃହମନ୍ତ୍ରୀ ଅମିତ ଶାହା ୩ଟି ବିଲ୍ ଆଗତ କରିଛନ୍ତି । ଏହି ବିଲରେ ବ୍ରିଟିଶ ଶାସନ ବେଳକୁ ପ୍ରଚଳିତ ଭାରତୀୟ ଅପରାଧିକ ଆଇନକୁ ବଦଳାଇବା ପାଇଁ ଆଇପିସି, ସିଆରପିସି ଏବଂ ଆଇଇଏ ହଟାଇବା ବ୍ୟବସ୍ଥା ହୋଇଛି । ଆଇପିସି ହଟିବା ପରେ ତା’ ସ୍ଥାନରେ ଭାରତୀୟ ନ୍ୟାୟ ସଂହିତା-୨୦୨୩ ଅଣାଯିବ । ସେହିପରି ସିଆରପିସି ହଟି ସ୍ଥାନ ନେବ ଭାରତୀୟ ନାଗରିକ ସୁରକ୍ଷା ସଂହିତା ।
ସରକାରଙ୍କ ଯୋଜନା ଅନୁସାରେ, ୧୮୬୦ ମସିହାକୁ ପ୍ରଚଳିତ ଆଇପିସି ବଦଳରେ ଏବେ ଭାରତୀୟ ନ୍ୟାୟ ସଂହିତା ଲାଗୁ ହେବ । ସେହିପରି ସିଆର୍ପିସି ବଦଳରେ ଭାରତୀୟ ନାଗରିକ ସୁରକ୍ଷା ଓ ଭାରତୀୟ ପ୍ରମାଣ ଆଇନ (ଆଇଇଏ) ବଦଳରେ ଭାରତୀୟ ସାକ୍ଷ୍ୟ ଲାଗୁ କରାଯିବ । ଗୃହମନ୍ତ୍ରୀ ଏହାକୁ ଶୁକ୍ରବାର ଲୋକସଭାରେ ଉପସ୍ଥାପନ କରିଥିବା ବେଳେ ଏଗୁଡ଼ିକର ସମୀକ୍ଷା ପାଇଁ ସଂସଦର ଷ୍ଟାଣ୍ଡିଂ କମିଟି ନିକଟକୁ ପଠାଇ ଦିଆଯାଇଛି । ବିଚ୍ଛିନ୍ନତାବାଦୀ କାର୍ଯ୍ୟ କଳାପ, ଅସ୍ତ୍ର ସହ ବିଦ୍ରୋହ, ବିପଦଜ୍ଜନକ ଗତିବିଧି ଓ ଭାରତର ସାର୍ବଭୌମତ୍ୱ, ଏକତା ଓ ଅଖଣ୍ଡତା ବିରୋଧୀ କାର୍ଯ୍ୟକଳାପ ପାଇଁ ପ୍ରସ୍ତାବିତ ଆଇନରେ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି । ଗଣଦୁଷ୍କର୍ମ କ୍ଷେତ୍ରରେ ଅପରାଧୀଙ୍କୁ ୨୦ ବର୍ଷ ବା ଆଜୀବନ ସଜା ମିଳିବ । ସେହିପରି ବିଲ୍ରେ ନାବାଳିକା ଗଣଦୁଷ୍କର୍ମୀଙ୍କୁ ମୃତ୍ୟୁଦଣ୍ଡ ମିଳିବ । ଭିଡ଼ ହିଂସା ପାଇଁ ୭ ବର୍ଷ, ଆଜୀବନ ବା ମୃତ୍ୟୁଦଣ୍ଡ ମିଳିବ । ନୂଆ ବିଲ୍ରେ ମହିଳା ଓ ଛୋଟ ପିଲା ହତ୍ୟା ଓ ଦେଶ ବିରୋଧୀ କାର୍ଯ୍ୟକଳାପ ରୋକିବାକୁ ସର୍ବାଧିକ ଗୁରୁତ୍ୱ ଦିଆଯାଇଛି ।
ଏଣିକି ୯୦ ଦିନରେ ଭିତରେ ହେବ ·ର୍ଜସିଟ୍ । ପୋଲିସ ବିଭିନ୍ନ ଆଳ ଦେଖାଇ ·ର୍ଜସିଟ୍ ଫାଇଲ୍ କରିବାରେ ବିଳମ୍ବ କରିପାରିବ ନାହିଁ । କେସ୍ ହେବାର ଅନୁ୍ୟନ ୯୦ ଦିନ ଭିତରେ କେସ୍ ଅଧିକାରୀଙ୍କୁ ·ର୍ଜସିଟ୍ ଦାଖଲ କରିବାକୁ ହେବ । ତେବେ କୋର୍ଟ ·ହିଁଲେ ହିଁ ·ର୍ଜସିଟ୍ ପାଇଁ ଆଉ ୯୦ ଦିନ ଦେଇ ପାରିବେ ବୋଲି ନୂଆ ନିୟମରେ ବ୍ୟବସ୍ଥା କରାଯାଇଛି ।
ସେପଟେ ·ର୍ଜସିଟ୍ ଦାଖଲର ୬୦ ଦିନ ଭିତରେ ·ର୍ଜଫ୍ରେମ୍ କରିବାକୁ ମଧ୍ୟ କୁହାଯାଇଛି । କୋର୍ଟ ୯୦ ଦିନ ଭିତରେ ମାମଲାର ଶୁଣାଣି ସାରି ରାୟ ଶୁଣାଇବେ ।
ସୁପ୍ରିମକୋର୍ଟ ଓ ହାଇକୋର୍ଟ ବି·ରପତି, ଆଇନ ବିଶ୍ୱବିଦ୍ୟାଳୟ, ମୁଖ୍ୟମନ୍ତ୍ରୀ, ରାଜ୍ୟପାଳଙ୍କ ସମେତ ବିଭିନ୍ନ ଅଂଶୀଦାରଙ୍କ ସହ ବ୍ୟାପକ ଆଲୋଚନା ପରେ ଏହି ବିଲ୍ ପ୍ରସ୍ତୁତ କରାଯାଇଛି । ବିଭିନ୍ନ କମିଟି ସୁପାରିଶରୁ ମଧ୍ୟ ଏହି ବିଲ ଗୁଡିକ କାର୍ଯ୍ୟକାରୀ ହୋଇଥାଏ ବୋଲି ଗୃହମନ୍ତ୍ରୀ ଲୋକସଭାରେ କହିଛନ୍ତି । ଭାରତୀୟ ନ୍ୟାୟ ସଂହିତା ଆଇପିସିର ୨୨ଟି ଧାରାକୁ ଉଚ୍ଛେଦ କରି ୧୭୫ଟି ପ୍ରଚଳିତ ବ୍ୟବସ୍ଥାରେ ପରିବର୍ତ୍ତନ ପ୍ରସ୍ତାବ ଦିଆଯାଇଛି ଏବଂ ଏହି ପ୍ରସ୍ତାବରେ ୯ଟି ନୂଆ ଧାରା ପ୍ରଣୟନ ନେଇ ପ୍ରସ୍ତାବ ଦିଆଯାଇଛି । ଏଥିରେ ସମୁଦାୟ ୩୫୬ଟି ଧାରା ରହିଛି ।
ଆଇପିସିରେ ୫୧୧ ଧାରା ଥିଲା, ହେଲେ ଏବେ ୩୫୬ଟି ଧାରା ରହିବ । ୧୭୫ଟି ଧାରାରେ ପରିବର୍ତ୍ତନ କରାଯିବ । ୮ଟି ନୂଆ ଧାରା ଯୋଡ଼ାଯିବ । ଆଇପିସିରୁ ୨୨ଟି ଅନାବଶ୍ୟକ ଧାରା ହଟିଯିବ ବୋଲି କୁହାଯାଇଛି । ସେହିପରି ସିଆରପିସିରେ ୫୩୩ ଧାରା ରହିବ । ହେଲେ ବଦଳିବ ୧୬୦ ଧାରା । ସିଆରପିସିରେ ସାମିଲ ହେବ ୯ ନୂଆ ଧାରା, ୯ ଧାରା ଉଚ୍ଛେଦ ହେବ ।
ପୂର୍ବରୁ ଆଇପିସିରେ ଥିବା ଦେଶଦ୍ରୋହ ଆଇନକୁ ବଦଳାଇ ଦିଆଯାଇଛି । ପ୍ରସ୍ତାବିତ ଆଇନରେ ଦେଶଦ୍ରୋହର ଶବ୍ଦ ନାହିଁ । ଏହି ଶ୍ରେଣୀରେ ଆସୁଥିବା ଅପରାଧକୁ ଧାରା ୧୫୦ ଅଧୀନରେ ବି·ର କରାଯିବ । କେହି ଜାଣିଶୁଣି ଭାରତର ଅଖଣ୍ଡତା ଓ ସାର୍ବଭୌମତ୍ୱକୁ ନିଜର ଶବ୍ଦ, ଆଚରଣ ଦ୍ୱାରା କ୍ଷତି ପହଞ୍ଚାଇଲେ କିମ୍ବା ଏଥିପାଇଁ ପାଣ୍ଠି ଯୋଗାଣ କଲେ, ତାଙ୍କୁ ୭ ବର୍ଷ କିମ୍ବା ଆଜୀବନ ଜେଲଦଣ୍ଡ ଓ ଜୋରିମାନା ଲାଗୁ କରାଯିବ ।
ପ୍ରଥମଥର ପାଇଁ ଛୋଟ ମୋଟ ଅପରାଧ ପାଇଁ ଜେଲ ବଦଳରେ ସମାଜ ସେବା ଭଳି ଦଣ୍ଡ ମିଳିବ । ସେହିପରି ଅପରାଧ ପାଇଁ ଲିଙ୍ଗଗତ ନିରପେକ୍ଷତା ଅବଲମ୍ବନ କରାଯିବ । ବିଭିନ୍ନ ପ୍ରକାରର ଅପରାଧ ପାଇଁ ଜୋରିମାନା ଓ ଜେଲଦଣ୍ଡର ବ୍ୟବସ୍ଥାକୁ ବୃଦ୍ଧି କରାଯାଇଛି । ବିଲ୍ରେ ସାଂଘାତିକ ଅପରାଧ ପାଇଁ ପୂର୍ବରୁ ଥିବା ମୃତ୍ୟୁଦଣ୍ଡକୁ ପୂର୍ବଭଳି କାଏମ ରଖାଯାଇଛି । ଅପରାଧ ଯେଉଁଠି ଘଟିଥିଲେ ମଧ୍ୟ ଯେକୌଣସି ସ୍ଥାନରେ ଏଫ୍ଆଇଆର୍ ରୁଜୁ କରାଯାଇ ପାରିବ ।
ଚେନ୍ ଛିଣ୍ଡାଇ ନେବା ଭଳି ଘଟଣା ପାଇଁ ଦଣ୍ଡ ମିଳିବ । ଦୋଷୀକୁ ସର୍ବାଧିକ ୭ ବର୍ଷ ଯାଏ ଜେଲଦଣ୍ଡ ମିଳିପାରେ । ଘଟଣାସ୍ଥଳରେ ଫରେନ୍ସି ଟିମ ମଧ୍ୟ ଯାଞ୍ଚ କରିବ । ଯଦି କୌଣସି ଅପରାଧ ପାଇଁ କାହାକୁ ଗିରଫ କରାଯାଉଛି, ତା’ହେଲେ ତୁରନ୍ତ ଏ ସମ୍ପର୍କରେ ତାଙ୍କ ପରିବାର ଲୋକଙ୍କୁ ଖବର ଦିଆଯିବ । ଏଥିପାଇଁ ଜଣେ ସ୍ୱତନ୍ତ୍ର ପୁଲିସ୍ କର୍ମ·ରୀ ନିଯୁକ୍ତି ପାଇବେ ।
୩ ବର୍ଷ ଯାଏ ଜେଲ ମିଳିବାକୁ ଥିବା ଅପରାଧଗୁଡ଼ିକ ଟ୍ରାଏଲ ଶୀଘ୍ର କରିବାକୁ ବ୍ୟବସ୍ଥା ହେବ । ·ର୍ଜଫ୍ରେମ ହେବାର ୩୦ ଦିନ ମଧ୍ୟରେ ବି·ରପତିଙ୍କୁ ଏହି ମାମଲାରେ ରାୟ ଦେବାକୁ ପଡ଼ିବ । ସାଂଗଠନିକ ଅପରାଧ ପାଇଁ କଠୋର ଦଣ୍ଡର ବ୍ୟବସ୍ଥା ରହିଛି । ମୃତ୍ୟୁର ଦଣ୍ଡକୁ ସ୍ଥିତି ଅନୁସାରେ ଆଜୀବନ ଜେଲରେ ପରିଣତ କରାଯାଇ ପାରିବ । କିନ୍ତୁ ଅପରାଧୀକୁ ସଂପୂର୍ଣ୍ଣ ଭାବେ ଖଲାସ କରାଯାଇ ପାରିବ ନାହିଁ । ୩ ବର୍ଷ ମଧ୍ୟରେ ନ୍ୟାୟ ମିଳିବ । ୨୦୨୭ ସୁଦ୍ଧା ଦେଶର ସବୁ କୋର୍ଟ କମ୍ପୁ୍ୟଟରାଇଜ ହେବ ।