ଶେଷ ହେଲା ମୌସୁମୀ ଅଧିବେଶନ
ଲୋକସଭା ଏବଂ ରାଜ୍ୟସଭା ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ସ୍ଥଗିତ
ନୂଆଦିଲ୍ଲୀ, ୧୧ା୮: ଜୁଲାଇ ୧ରୁ ଆରମ୍ଭ ହୋଇଥିବା ସଂସଦ ମୌସୁମୀ ଅଧିବେଶନକୁ ଆଜି (ଅଗଷ୍ଟ ୧୧) ରେ ଅର୍ନିଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ସ୍ଥଗିତ ରଖାଯାଇଛି । ଲୋକସଭା ବାଚସ୍ପତି ଓମ ବର୍ଲା ଲୋକସଭା ଏବଂ ରାଜ୍ୟସଭାକୁ ଅର୍ନିଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ସ୍ଥଗିତ ଘୋଷଣା କରିଛନ୍ତିୟ ଅଧିବେଶନର ଶେଷ ଦିନରେ ଉଦଯାପନୀ ଭାଷଣରେ ବାଚସ୍ପତି କହିଛନ୍ତି, ଲୋକସଭାର ମୌସୁମୀ ଅଧିବେଶନରେ ୧୭ଟି ବୈଠକ ହୋଇଛି । ଏହି ଅବିଧରେ ଗୃହ କାର୍ଯ୍ୟ ୪୪ ଘଣ୍ଟା ୧୫ ମିନିଟ୍ ·ଲିଥିଲା । ଅଧିବେଶନରେ ମୋଟ ୨୦ଟି ବିଧେୟକ ଆଗତ କରାଯାଇଥିଲା ଏବଂ ୨୨ ବିଧେୟକ ପାରିତ କରାଯାଇଛି । ୨୦୧୮ ପରେ ମୋଦି ସରକାରଙ୍କ ବିରୋଧରେ ବିରୋଧୀ ଦଳ ଚଳିତ ଅଧିବେଶନରେ ମଣିପୁର ପ୍ରସଙ୍ଗକୁ ନେଇ ଅବିଶ୍ୱାସ ପ୍ରସ୍ତାବ ଆଣିଥିଲେ । ଅବିଶ୍ୱାସ ପ୍ରସ୍ତାବ ଉପରେ ବିରୋଧୀ ଦଳର ସାଂସଦ ଓ ସରକାରୀ ଦଳର ସାଂସଦଙ୍କ ମଧ୍ୟରେ ଅନେକ ବିତର୍କ ହୋଇ ବାଚନିକ ଭୋଟରେ ପ୍ରସ୍ତାବ କାଟ୍ ଖାଇଥିଲା । ସାଂସଦ ପଦରୁ ନିଲମ୍ବିତ ହୋଇଥିବା କଂଗ୍ରେସ ନେତା ରାହୁଲ ଗାନ୍ଧି ଚଳିତ ଅଧିବେଶନ ·ଲିଥିବା ବେଳେ ସାଂସଦ ପଦ ଫେରିପାଇଥିଲେ ।