ଚନ୍ଦ୍ରଯାନ-୩ ପୂର୍ବରୁ ପହଞ୍ଚôବ ଲୁନା-୨୫
ମସ୍କୋ, ୧୧ା୮: ଭାରତର ଚନ୍ଦ୍ରଯାନ-୩ ମିଶନ ଉପରେ ସାରା ପୃଥିବୀର ନଜର ରହିଛି । ଜୁଲାଇ ୧୪ରେ ଏହାକୁ ଲଞ୍ଚ୍ କରାଯିବା ପରେ ରୁଷିଆ ତା’ର ୪୭ ବର୍ଷ ପରେ ଶୁକ୍ରବାର ତା’ର ପ୍ରଥମ ଚନ୍ଦ୍ର ମିଶନ ଲୁନା-୨୫ ଲଞ୍ଚ୍ କରିଛି । ଗୋସ୍ତୋଚନ ଅନ୍ତରୀକ୍ଷ ଯାନରେ ଚନ୍ଦ୍ର ଅଭିମୁଖେ ରୁଷ୍ ଲୁନା-୨୫ ପ୍ରକ୍ଷେପଣ କରିଛି । ଏହାର ଲାଣ୍ଡର ଅଗଷ୍ଟ ୨୨ରେ ଚନ୍ଦ୍ରପୃଷ୍ଠରେ ଅବତରଣ କରିବା ସମ୍ଭାବନା ରହିଛି । ତା ପରଦିନ ଭାରତର ଚନ୍ଦ୍ରଯାନ ଅବତରଣ କରିବ । ଚନ୍ଦ୍ରଯାନ-୩ ଉତ୍କ୍ଷେପଣର ଅନେକ ଦିନ ପରେ ଲୁନା-୨୫ ମିଶନ ଆରମ୍ଭ ହୋଇଥିଲେହେଁ ଏକାଦିନକେ ଦୁଇଟିଯାନ ଲକ୍ଷ୍ୟସ୍ଥଳରେ ପହଞ୍ଚôବା ଚର୍ଚ୍ଚାର ବିଷୟ ହୋଇଛି । ରୁଷୀୟ ଯାନ ଚନ୍ଦ୍ରର ନିକଟବର୍ତ୍ତୀ ହେବାପରେ ୩ରୁ ୭ ଦିନ ୧୦୦ କିମି ଦୂରରୁ ଚନ୍ଦ୍ରକକ୍ଷ୍ୟରେ ପରିକ୍ରମା କରିବ । ବିଶେଷଜ୍ଞଙ୍କ ମତରେ ରୁଷୀୟ ରକେଟ୍ ଭାରତୀୟ ରକେଟ୍ ତୁଳନାରେ ବହୁତ ବଡ । ତେଣୁ ଭାରରୀୟ ରକେଟ୍ ଚନ୍ଦ୍ରଯାନ-୩କୁ ରୁଷୀୟ ରକେଟ୍ ଭଳି ବେଗ (ଭେଲୋସିଟି) ଦେଇପାରୁ ନାହିଁ । ଭାରତର ସୀମିତ ସମ୍ବଳରେ ଏହି ମିଶନ ଜାରି ରଖିଛି । ଇସ୍ରୋ ପକ୍ଷରୁ ରୁଷୀୟ ମହାକାଶ ଏଜେନ୍ସି ରସ୍କସ୍ମସ୍କୁ ଅଭିନନ୍ଦନ ଜ୍ଞାପନ କରାଯାଇଛି ।