ସତ୍ୟବାଦୀ ଓଡ଼ିଆ ବିଶ୍ୱବିଦ୍ୟାଳୟ

ଗୁରୁଦିବସରୁ ହେବ ପାଠପଢ଼ାଭୁବନେଶ୍ୱର, ୧୧ା୮ (ବୁ୍ୟରୋ): ଆସନ୍ତା ସେପ୍ଟେମ୍ବର ୫ ଗୁରୁଦିବସରୁ ସତ୍ୟବାଦୀ ଓଡିଆ ବିଶ୍ୱବିଦ୍ୟାଳୟରେ ପାଠପଢା ଆରମ୍ଭ ହେବ । ଏ ସମ୍ପର୍କରେ ସୂଚନା ଦେଇ ଉଚ୍ଚଶିକ୍ଷା ବିଭାଗର ସ୍ୱତନ୍ତ୍ର ସଚିବ ରମାକାନ୍ତ ନାୟକ କହିଛନ୍ତି, ଓଡିଆ ଭାଷା ଓ ସାହିତ୍ୟ, ଭାଷା ବିଜ୍ଞାନ ଓ ପ୍ରାୟୋଗିକ ଭାଷା ତଥା ଆଞ୍ଚଳିକ, ଆଦିବାସୀ ଭାଷା ଏବଂ ଐତିହ୍ୟ ଏହି ତିନିଟି ବିଭାଗରେ ଛାତ୍ରଛାତ୍ରୀ ନାମଲେଖାଇବେ । ପ୍ରତି ବିଭାଗରେ ରହିଛି ୨୪ ସିଟ୍ । ମୋଟ୍ ୭୨ ଛାତ୍ରଛାତ୍ରୀ ନାମଲେଖାଇବାକୁ ଥିବାବେଳେ ପାଠ୍ୟକ୍ରମ ପ୍ରସ୍ତୁତି ପାଇଁ ସିଲାବସ୍ କମିଟି ବୈଠକ ଶୁକ୍ରବାର ଅନୁଷ୍ଠିତ ହୋଇଛି । ବୈଠକର ନିଷ୍ପତ୍ତି ଅନୁଯାୟୀ ପ୍ରସ୍ତାବିତ ପାଠ୍ୟକ୍ରମ ରାଜ୍ୟ ସରକାରଙ୍କୁ ଦିଆଯିବ । ତାହା ଅନୁମୋଦନ ଲାଭ କରିବା ପରେ ସେହି ପାଠ୍ୟକ୍ରମ ଆଧାରରେ ଛାତ୍ରଛାତ୍ରୀ ପାଠ ପଢିବେ । ତେବେ କ୍ୟାମ୍ପସ୍ କାମ ସରି ନ ଥିବାରୁ ଛାତ୍ରଛାତ୍ରୀଙ୍କୁ କିଛିଦିନ ଏକ ଅସ୍ଥାୟୀ କ୍ୟାମ୍ପସ୍ରେ ପଢାଯାଇପାରେ । ସୂଚନା ଅନୁଯାୟୀ, ପୂର୍ବୋକ୍ତ ତିନି ବିଭାଗର ଉଭୟ ସ୍ନାତକୋତ୍ତର ଓ ପିଏଚ୍ଡି ପାଇଁ ନାମଲେଖା ହେବ ।
ସ୍ଥାନୀୟ ଅତିଥି ଭବନରେ ୬ ଜଣିଆ ସିଲାବସ୍ କମିଟି ବୈଠକ ଅନୁଷ୍ଠିତ ହୋଇଥିଲା । କମିଟିର ଅଧ୍ୟକ୍ଷ ରବିନାରାୟଣ ସେନାପତି ବୈଠକରେ ଅଧ୍ୟକ୍ଷତା କରିଥିଲେ । କମିଟିର ଅନ୍ୟ ସଦସ୍ୟ ପ୍ରିୟମ୍ବଦା ମହାନ୍ତି ହେଜମାଦି, ଦେବୀ ପ୍ରସନ୍ନ ପଟ୍ଟନାୟକ, ପ୍ରତିଭା ରାୟ ପ୍ରମୁଖଙ୍କ ବୈଠକରେ ଯୋଗଦେଇ ସିଲାବସ୍ ଓ ପାଠ୍ୟ ପୁସ୍ତକ ଉପରେ ବିସ୍ତୃତ ଆଲୋଚନା କରିଥିଲେ ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *