ମୋଦି ସରକାରଙ୍କ ବିଜୟ
ନୂଆଦିଲ୍ଲୀ, ୧ଠା୮: ନରେନ୍ଦ୍ର ମୋଦି ସରକାରଙ୍କ ବିରୋଧରେ ବିରୋଧୀ ମେଣ୍ଟ ପକ୍ଷରୁ ଆସିଥିବା ଅନାସ୍ଥା ପ୍ରସ୍ତାବ ଗୁରୁବାର ଧ୍ୱନିମତରେ କାଟ୍ ଖାଇଛି । ଏହି ପ୍ରସ୍ତାବ ଉପରେ ତିନିଦିନ ବିତର୍କ ହୋଇଥିଲା । ଶେଷ ଦିନରେ ପ୍ରଧାନମନ୍ତ୍ରୀ ଅନାସ୍ଥା ପ୍ରସ୍ତାବର ଉତ୍ତର ଦେଇଥିଲେ । ମୋଟ ୨ ଘଣ୍ଟା ୧୨ ମିନିଟ୍ କହିଥିଲେ ପ୍ରଧାନମନ୍ତ୍ରୀ । ବିରୋଧୀ ଦଳମାନେ କକ୍ଷତ୍ୟାଗ କରିବା ପରେ ଅର୍ଥାତ୍ ୧ ଘଣ୍ଟା ୫୨ ମିନିଟ୍ ପରେ ପ୍ରଧାନମନ୍ତ୍ରୀ ମଣିପୁର ପ୍ରସଙ୍ଗରେ କହିଥିଲେ ।
ପ୍ରଧାନମନ୍ତ୍ରୀ ଭାଷଣ ଦେଉଥିବା ଭିତରେ ବିରୋଧୀ ସାଂସଦମାନେ କକ୍ଷତ୍ୟାଗ କରିବାରୁ ସେ କଟାକ୍ଷ କରି କହିଲେ, ଏମାନେ ଶୁଣାଇବାରେ ବିଶ୍ୱାସ ରଖନ୍ତି, କିନ୍ତୁ ଶୁଣିବାର ସାମର୍ଥ୍ୟ ଏମାନଙ୍କର ନାହିଁ । ମଣିପୁର ହିଂସାକାଣ୍ଡ ଉପରେ ଆଲୋଚନା ପାଇଁ ବିରୋଧୀମାନେ ଯଦି ଗୃହମନ୍ତ୍ରୀ ଅମିତ ଶାହାଙ୍କ କଥାରେ ସହମତ ହୋଇଥାନ୍ତେ, ବିସ୍ତୃତ ଆଲୋଚନା ହୋଇପାରିଥାଆନ୍ତା । ମଣିପୁର ଉପରେ ଅଦାଲତଙ୍କ ନିଷ୍ପତ୍ତି ଆସିଛି । ଏବେ ଅଦାଲତରେ କ’ଣ ହେଉଛି ସମସ୍ତେ ଜାଣନ୍ତି । ସେଠାରେ ପକ୍ଷ-ବିପକ୍ଷ ସ୍ଥିତି ଉପୁଜିଛି । ଅନେକ ପରିବାର ବିପନ୍ନ ହୋଇଛନ୍ତି । ମହିଳାଙ୍କ ସହ ସାଂଘାତିକ, ଅକ୍ଷମଣୀୟ ଅପରାଧ ହୋଇଛି । ଦୋଷୀଙ୍କୁ କଠୋରତମ ଦଣ୍ଡ ଦେବାକୁ ଆମେ ପୂର୍ଣ୍ଣପ୍ରାଣରେ ଚେଷ୍ଟା କରୁଛୁ । ଯେଭଳି ପ୍ରୟାସ ଚାଲିଛି, ନିକଟ ଭବିଷ୍ୟତରେ ଶାନ୍ତିର ସୂର୍ଯ୍ୟ ନିଶ୍ଚୟ ଉଦିତ ହେବେ । ମଣିପୁର ପୁଣିଥରେ ନୂଆ ଆତ୍ମବିଶ୍ୱାସର ସହ ଆଗେଇବ । ମଣିପୁରର ମାଆ, ଭଉଣୀ, ଝିଅମାନଙ୍କ ସହ ଦେଶ ଅଛି ।
କେନ୍ଦ୍ର ସରକାର ବିରୋଧରେ ବିରୋଧୀ ମେଣ୍ଟ ଇଣ୍ଡିଆର ଅନାସ୍ଥା ପ୍ରସ୍ତାବ ଉପରେ ଆଲୋଚନାର ତୃତୀୟ ତଥା ଅନ୍ତିମ ଦିନରେ ପ୍ରଧାନମନ୍ତ୍ରୀ ବିରୋଧୀଙ୍କ ସବୁ ପ୍ରଶ୍ନର ଉତ୍ତର ଦେଇଛନ୍ତି । ପ୍ରଧାନମନ୍ତ୍ରୀ କହିଛନ୍ତି, ବିରୋଧୀ ଦଳଗୁଡ଼ିକ ପୁଣି ୨୦୨୮ରେ ଅନାସ୍ଥା ପ୍ରସ୍ତାବ ଆଣିବେ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭବିଷ୍ୟବାଣୀ କରିଛନ୍ତି । (୨୦୧୮ରେ ଅନାସ୍ଥା ପ୍ରସ୍ତାବ ଆସିଥିଲାବେଳେ ବିରୋଧୀ ୨୦୨୩ରେ ଅନାସ୍ଥା ଆଣିବେ ମୋଦି ଆକଳନ କରିଥିଲେ ।) ଏହି ଅନାସ୍ଥା ବିଜେପି ଓ ଏନ୍ଡିଏ ପାଇଁ ଶୁଭଙ୍କର ହେବ । ୨୦୨୪ରେ ବିଜେପି ଓ ଏନ୍ଡିଏ ରେକର୍ଡ ବିଜୟ ସହ ପୁଣି କ୍ଷମତାକୁ ଆସିବ । ତେବେ ୨୦୨୮ରେ ବିରୋଧୀ ଅନାସ୍ଥା ଆଣିବାବେଳକୁ ଭାରତର ଅର୍ଥନୀତି ବିଶ୍ୱର ତୃତୀୟ ସ୍ଥାନରେ ପହଞ୍ଚି ସାରିଥିବ ବୋଲି ମୋଦି ଆଶା ପ୍ରକଟ କରିଛନ୍ତି ।
ବିରୋଧୀଙ୍କୁ କଟାକ୍ଷ କରି ପ୍ରଧାନମନ୍ତ୍ରୀ କହିଛନ୍ତି, ବିପକ୍ଷ ଦଳ ଫିଲ୍ଡିଂ ସଜାଇଲେ, କିନ୍ତୁ ଛକା ଓ ଚୌକା ଏପଟୁ ଲାଗିଲା । ଆପଣ ନୋ ବଲ୍…ନୋ ବଲ୍ ହେଉଥାନ୍ତୁ । ଏଠୁ ସେଞ୍ଚୁରୀ ହେଇ·ଲିଛି । ବିପକ୍ଷଙ୍କୁ ମୁଁ ଏତିକି କହିବେ ଯେ ଆପଣମାନେ ପ୍ରସ୍ତୁତ ହୋଇ କାହିଁକି ଆସୁନାହାନ୍ତି? ୨୦୧୮ରେ ମଧ୍ୟ ବିରୋଧୀ ଏପରି ଅନାସ୍ଥା ପ୍ରସ୍ତାବ ଅ ।ଣିଥିଲେ । ସେତେବେଳେ ମୁଁ କହିଥିଲି, ଏହା ଆମର ଫ୍ଲୋର ଟେଷ୍ଟ ନୁହେଁ ବରଂ ସେମାନଙ୍କର ଟେଷ୍ଟ । ଭୋଟିଂବେଳେ ଯେତିକି ସଦସ୍ୟ ଥିଲେ, ସେତିକି ଭୋଟ୍ ବି ପାଇଲେନି । ଏହା ପରେ ଆଉ ୫ ବର୍ଷ ସମୟ ଦେଲି । ୫ ବର୍ଷ ପରେ ବି ଆପଣ ପ୍ରସ୍ତୁତ ହୋଇପାରିଲେନି । କି ଅବସ୍ଥା! ବିପକ୍ଷଙ୍କ ଅବିଶ୍ୱାସ ପ୍ରସ୍ତାବ ଆମ ପାଇଁ ସବୁ ବେଳେ ଶୁଭ ହେଉଛି । ବିରୋଧୀ ଦଳଙ୍କୁ ଏକ ଗୋପନ ବରଦାନ ମିଳିଛି ଯେ ସେମାନେ ଯାହାର ଅମଙ୍ଗଳ ·ହିଁବେ, ତାର ମଙ୍ଗଳ ହେବ ।
ବିରୋଧୀଙ୍କୁ, ବିଶେଷକରି କଂଗ୍ରେସକୁ ଟାର୍ଗେଟ୍ କରି ମୋଦି କହିଛନ୍ତି, ଦେଶବାସୀଙ୍କ ବିଶ୍ୱାସ ଭାଙ୍ଗିବା ପାଇଁ ଚେଷ୍ଟା କରାଯାଉଛି । ଦେଶର ବିକାଶ ଲୋକଙ୍କର ଉନ୍ନତି ଆମ ସମସ୍ତଙ୍କର ପ୍ରଥମ କର୍ତ୍ତବ୍ୟ କାରଣର ବର୍ତ୍ତମାନର କାମ ହଜାର ବର୍ଷ ପର୍ଯ୍ୟନ୍ତ ଇତିହାସ ରଚିବ । ଭାରତର ଯୁବକଙ୍କର ସ୍ୱପ୍ନ ପୂରଣ କରିବା ଏ ଗୃହରେ ଉପସ୍ଥିତ ସମସ୍ତ ସଦସ୍ୟଙ୍କ ପ୍ରଥମ ଦାୟିତ୍ୱ । ବିରୋଧୀଙ୍କୁ ଗରିବର ଭୋକ ନୁହେଁ, କ୍ଷମତା ଭୋକ ଘାରିଛି । ବିରୋଧୀ ଦଳଗୁଡ଼ିକ ସେମାନଙ୍କ ଭବିଷ୍ୟତ କଥା ଚିନ୍ତା କରୁଛନ୍ତି । ସେମାନେ ଭାରତର ଭବିଷ୍ୟତ କଥା ଚିନ୍ତା କରୁ ନାହାନ୍ତି । ଦେଶର ସାମର୍ଥ୍ୟ ଓ ପରାକ୍ରମ ଉପରେ ବିରୋଧୀଙ୍କ ବିଶ୍ୱାସ ନାହିଁ । କଂଗ୍ରେସକୁ କଳ୍ପନାର ଦାରିଦ୍ର୍ୟ ଗ୍ରାସିଛି । କଂଗ୍ରେସର ନା ନୀତି ଅଛି ନା ନିୟତ ଅଛି । ଏଇଥି ପାଇଁ ଓଡିଶାରେ ୨୮ ବର୍ଷ ହେଲା କଂଗ୍ରେସ କ୍ଷମତାଚୁ୍ୟତ ହୋଇଛି । ସେହିପରି ପଶ୍ଚିମବଙ୍ଗ, ତାମିଲନାଡୁ, ତ୍ରିପୁରା, ଉତ୍ତର ପ୍ରଦେଶ, ବିହାର ଆଦି ରାଜ୍ୟରେ କଂଗ୍ରେସ ଲୋକଙ୍କ ଆସ୍ଥା ହରାଇଛି । ଏନ୍ଡିଏ ସରକାରଙ୍କ ଦୃୃୃଢ ନୀତି ଓ କଠୋର ପରିଶ୍ରମ ଯୋଗୁ ଆଜି ଦେଶ ଏତେ ଉଚ୍ଚକୁ ଉଠିଛି । କଂଗ୍ରେସ ସେମିତି କରିନି । ଖାଲି ଭାରତର କାମକୁ ବିରୋଧ କରିଛି । ନୀତି ଆୟୋଗର ରିପୋର୍ଟ ଅନୁସାରେ ଗତ ୫ ବର୍ଷ ମଧ୍ୟରେ ଦେଶର ୧୩.୫ କୋଟି ଲୋକଙ୍କୁ ଗରିବ ସୀମାରେଖା ତଳୁ ଉପରକୁ ଅଣାଯାଇଛି । ସେହିପରି ଭାରତ ଏବେ ଅତି ଗରିବ ରେଖାକୁ ପ୍ରାୟତଃ ଶେଷ କରି ଦେଇଥିବା ଆଇଏମ୍ଏଫ ରିପୋର୍ଟ ଦେଇଛି ।
ପ୍ରଧାନମନ୍ତ୍ରୀ ଆହୁରି କହିଛନ୍ତି, ମେ ନାଁ ଦେବା ପାଇଁ ବିରୋଧୀଙ୍କୁ ଏନ୍ଡିଏର ସହଯୋଗ ନେବାକୁ ପଡ଼ିଲା । ଏନ୍ଡିଏରେ ୨ଟି ଆଇ ଯୋଡ଼ି ଦେଇ ନୂଆ ନାମ ଦେଲେ । ଗୋଟିଏ “୨୬ ଦଳର ଆତ୍ମଗର୍ବକୁ, ଆଉ ଗୋଟିଏ “ଏକ ପରିବାରର ଗର୍ବକୁ ଦର୍ଶାଉଛି । ଏହା ଇଣ୍ଡିଆ ମେଣ୍ଟ ନୁହେଁ, ଏହା ଏକ ଘମଣ୍ଡିଆ (ଅହଂକାରୀ) ମେଣ୍ଟ ।