ଭ୍ରମ ସୃଷ୍ଟି ପାଇଁ ଅଣାଯାଇଛି ଅନାସ୍ଥା

ବିରୋଧୀଙ୍କୁ ଗୃହ ମନ୍ତ୍ରୀଙ୍କ କଡ଼ା ଜବାବ
ନୂଆଦିଲ୍ଲୀ, ୯ା୮: ଅନାସ୍ଥା ବିତର୍କର ଦ୍ୱିତୀୟ ଦିନରେ ବିରୋଧୀଙ୍କୁ କଡ଼ା ଜବାବ ଦେବା ସହ ବର୍ଷିଛନ୍ତି ଗୃହ ମନ୍ତ୍ରୀ ଅମିତ ଶାହ । ସେ କହିଛନ୍ତି, ସରକାରଙ୍କ ଉପରେ ଲୋକଙ୍କ ଅନାସ୍ଥା ନାହିଁ, କେବଳ ବିରୋଧୀ ଦଳ ଜନତାଙ୍କ ମନରେ ଭ୍ରମ ସୃଷ୍ଟି କରିବା ପାଇଁ ଏହି ପ୍ରସ୍ତାବ ଆଣିଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭ୍ରଷ୍ଟା·ର, ପରିବାରବାଦ ଓ ତୁଷ୍ଟୀକରଣକୁ ହଟାଇଛନ୍ତି । ସେଥିପାଇଁ ବିରୋଧୀ ଅସମ୍ଭାଳ ହେଉଛନ୍ତି ।
ମୋଦି ସରକାର ସହୁଠାରୁ ଭରସାଯୋଗ୍ୟ ସରକାର । ସ୍ୱାଧୀନତା ପରେ ସବୁଠାରୁ ଲୋକପ୍ରିୟ ପ୍ରଧାନମନ୍ତ୍ରୀ ହେଉଛନ୍ତି ନରେନ୍ଦ୍ର ମୋଦି । ଖାଲି ସେତିକି ନୁହେଁ, ୯ ବର୍ଷରେ ସେ ୫୦ ଯୁଗାନ୍ତକାରୀ ନିର୍ଣ୍ଣୟ ନେଇଛନ୍ତି । ପ୍ରାୟ ୩୦ ବର୍ଷ ଧରି ଦେଶରେ ଭ୍ରଷ୍ଟା·ର, ଦୁର୍ନୀତିପୂର୍ଣ୍ଣ ଶାସନ ·ଲିଥିଲା । ମୋଦି ଏହି ଭ୍ରଷ୍ଟା·ର, ପରିବାରବାଦ ଓ ତୁଷ୍ଟୀକରଣକୁ ହଟାଇଛନ୍ତି । ମାତ୍ର ୯ ବର୍ଷ ମଧ୍ୟରେ ମୋଦି ଦେଶର ଅର୍ଥନୀତିକୁ ପଞ୍ଚମ ସ୍ଥାନରେ ପହଞ୍ଚାଇଛନ୍ତି । ମୋର ଦୃଢ଼ ବିଶ୍ୱାସ ମୋଦି ତୃତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ ହେବେ, ତୃତୀୟ ଥର ପ୍ରଧାନମନ୍ତ୍ରୀ ହୋଇ ଅର୍ଥନୀତିକୁ ତୃତୀୟ ସ୍ଥାନକୁ ଆଣିବେ । ଶାହା କହିଛନ୍ତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପ୍ରତିଦିନ ପ୍ରାୟ ୧୭ ଘଣ୍ଟା ଦେଶ ପାଇଁ କାମ କରନ୍ତି । ୩୦ ବର୍ଷ ପରେ ପ୍ରଥମ ପୂର୍ଣ୍ଣ ସଂଖ୍ୟାଗରିଷ୍ଠ ସରକାର ହୋଉଛିି ମୋଦି ସରକାର ।
ଦେଶରେ ଦୁର୍ନୀତି ହଟାଅ ଅଭିଯାନ ମଧ୍ୟ ମୋଦି ସରକାର ଆଣିଛନ୍ତ । କଂଗ୍ରେସ ମୂଳରୁ କ୍ଷମତାରେ ରହିବା ପାଇଁ ·ହୁଁଛି । ୟୁପିଏ ସରକାର ·ଷୀଙ୍କୁ ୭୦ ହଜାର କୋଟିର ଋଣ ଛାଡ କରି ଭୂଆଁ ବୁଲାଇବା ପାଇଁ ଚେଷ୍ଟା କରିଥିଲା । ହେଲେ ମୋଦି ସରକାର ·ଷୀଙ୍କୁ ଋଣ ଛାଡ ଉପରେ ବିଶ୍ୱାସ ନ କରି କିପରି ·ଷୀ ସ୍ୱାବଲମ୍ବୀ ହୋଇ ଆଉ ଋଣ ନ ନେବ ସେ ଦିଗରେ କାମ କରୁଛି ।
ମଣିପୁର ମୁଖ୍ୟମନ୍ତ୍ରୀ ଏନ୍ ବୀରେନ ସିଂହଙ୍କୁ କାହିଁକି ହଟାଯାଉ ନାହିଁ ପ୍ରଶ୍ନର ଉତ୍ତରରେ ଶାହା କହିଲେ, କୌଣସି ରାଜ୍ୟ ମୁଖ୍ୟମନ୍ତ୍ରୀ ସହଯୋଗ ନ କଲେ ତାଙ୍କୁ ବଦଳା ଯାଇଥାଏ । ମଣିପୁର ମୁଖ୍ୟମନ୍ତ୍ରୀ କେନ୍ଦ୍ର ସହ ପୂର୍ଣ୍ଣ ସହଯୋଗ କରୁଛନ୍ତି ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *