ଗୋଟିଏ ମୋବାଇଲ୍ ନମ୍ବରରେ ୭.୫ ଲକ୍ଷ ପଞ୍ଜୀକରଣ

ଆୟୁଷ୍ମାନ ଯୋଜନାରେ ମହାଘୋଟାଲା
ନୂଆଦିଲ୍ଲୀ, ୯ା୮: ଆୟୁଷ୍ମାନ ଭାରତ-ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା ସମ୍ବନ୍ଧୀୟ ସିଏଜି ରିପୋର୍ଟରୁ ଚାଞ୍ଚଲ୍ୟକର ତଥ୍ୟ ମିଳିଛି । ଏହି ଯୋଜନାର ସାଢେ ୭ ଲକ୍ଷ ହିତାଧିକାରୀଙ୍କୁ ଗୋଟିଏ ମୋବାଇଲ୍ ନମ୍ବରରେ ପଞ୍ଜୀକୃତ କରାଯାଇଛି । ମୋବାଇଲ ନମ୍ବରର ସମସ୍ତ ୧୦ ନମ୍ବରରେ ରହିଛି ୯ (୯୯୯୯୯୯୯୯୯୯) । ଆହୁରି ଆଶ୍ଚର୍ଯ୍ୟର କଥା ଏହିଯେଉଁ ନମ୍ବରରେ ପଞ୍ଜୀକରଣ କରାଯାଇଛି ତାହା ମଧ୍ୟ ଭୁଲ୍ ନମ୍ବର । ଅର୍ଥାତ୍ ଏଭଳି କୌଣସି ମୋବାଇଲ୍ ନମ୍ବର ନାହିଁ । ସେହିପରି ୧୦ଟି ୮ ସଂଖ୍ୟା ଥିବା ଆଉ ଏକ ମୋବାଇଲ୍ ନମ୍ବରରେ ୧ ଲକ୍ଷ ୩୯ ହଜାର ୩୦୦ ହିତାଧିକାରୀ ପଞ୍ଜିକୃତ ହୋଇଛନ୍ତି । ତୃତୀୟ ଏକ ନମ୍ବର ୯୦୦୦୦୦୦୦୦୦ରେ ପଞ୍ଜୀକୃତ ହୋଇଛନ୍ତି ୯୬,୦୪୬ ଜଣ । ଏପରି ଆହୁରି ୨୦ ମୋବାଇଲ ନମ୍ବର ସାମ୍ନାକୁ ଆସିଛି ଯେଉଁଥିବେ ୧୦ ହଜାରରୁ ୫୦ ହଜାର ହିତାଧିକାରୀ ପଞ୍ଜୀକୃତ ହୋଇଛନ୍ତି । ବିଆଇଏସ୍ର ଡାଟା ବେସ୍ ବିଶ୍ଳେଷଣରୁ ଏକଥା ଜଣାପଡିଛି । ସିଏଜିଙ୍କ ଏ ସମ୍ପର୍କିତ ଅଡିଟ୍ ରିପୋର୍ଟ ଲୋକସଭାରେ ଉପସ୍ଥାପନ କରାଯାଇଛି । ଏପର୍ଯ୍ୟନ୍ତ ୨୪ କୋଟି ଆୟୁଷ୍ମାନ କାର୍ଡ ପ୍ରସ୍ତୁତ କରାଯାଇଛି । ସିଏଜି ରିପୋର୍ଟ ଅନୁଯାୟୀ, ୪୩,୧୯୭ ଘରେ ପରିବାର ସଦସ୍ୟ ସଂଖ୍ୟା ୧୧ରୁ ୨୦୧ ଦର୍ଶାଯାଇଛି । ରିପୋର୍ଟରେ ମୋଟ୍ ୭ କୋଟି ୮୭ ଲକ୍ଷ ହିତାଧିକାରୀ ପଞ୍ଜୀକୃତ ହୋଇଥିବା ଦର୍ଶାଯାଇଛି । ଏହା ନିର୍ଦ୍ଧାରିତ ୧୦ କୋଟି ୭୪ ଲକ୍ଷ ପରିବାରର ୭୩ ପ୍ରତିଶତ ୨୦୨୨ ପରେ ସରକାର ହିତାଧିକାରୀ ସଂଖ୍ୟା ୧୨ କୋଟି କରିବାକୁ ନିଷ୍ପତ୍ତି ନେଇଥିଲେ ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *