କେରଳ ହେବ କେରଳମ୍ ବିଧାନସଭାରେ ପ୍ରସ୍ତାବ ପାସ୍
ଥିରୁଅନନ୍ତପୁରମ୍, ୯ା୮: ଆଗାମୀ ଦିନରେ କେରଳର ନାଁ ବଦଳିଯିବ । ରାଜ୍ୟ ବିଧାନସଭାରେ ସର୍ବସମ୍ମତ ପ୍ରସ୍ତାବ ପାରିତ ହୋଇଛି । ବର୍ତ୍ତମାନ କେନ୍ଦ୍ର ସରକାରଙ୍କୁ ସମ୍ବଧାନ ତଥା ସମସ୍ତ ସରକାରୀ ରେକର୍ଡରେ ନୂଆ ନାଁ ରଖିବାକୁ ଅନୁରୋଧ କରାଯାଇଛି ।
ଧାରା ୧୧୮ ଅନୁସାରେ ମୁଖ୍ୟମନ୍ତ୍ରୀ ପିନାରାଇ ବିଜୟନ ଏହି ପ୍ରସ୍ତାବକୁ ଗୃହରେ ଉପସ୍ଥାପନ କରି କହିଥିଲେ, ରାଜ୍ୟର ନାମ ମଲୟାଲମ ଭାଷାରେ କେରଳମ୍ । ହେଲେ ଅନ୍ୟ ଭାଷାରେ ଏହା ବର୍ତ୍ତମାନ କେରଳ ରହିଛି । ମୁଖ୍ୟମନ୍ତ୍ରୀଙ୍କ ପ୍ରସ୍ତାବକୁ କଂଗ୍ରେସ ନେତୃତ୍ୱାଧୀନ ୟୁଡିଏଫ୍ ମଧ୍ୟ ଗ୍ରହଣ କରିଥିଲା । ପରେ ସ୍ପିକର ଏ ଏନ ସମଶୀର ସର୍ବସମ୍ମତିରେ ପ୍ରସ୍ତାବ ପାରିତ ହୋଇଥିବା ଘୋଷଣା କରିଥିଲେ । ସମ୍ବିଧାନର ୮ମ ସୂଚୀରେ କେରଳର ନାଁ ବଦଳାଇବା ସହ ସବୁ ସରକାରୀ ନଥିପତ୍ରରେ କେରଳମ ରଖିବାକୁ ସରକାରଙ୍କ ପକ୍ଷରୁ ଅନୁରୋଧ କରାଯାଇଛି ।