ଡିପ୍ଲୋମା ବେକାରି ୩ଠ ପ୍ରତିଶତରୁ ଅଧିକ

ଭୁବନେଶ୍ୱର,୧୦ା୮ (ତଥ୍ୟ): ଓଡିଶାରେ ଡିପ୍ଲୋମା ସାର୍ଟିଫିକେଟଧାରୀଙ୍କ ମଧ୍ୟରେ ସର୍ବାଧିକ ବେକାର ରହିଛନ୍ତି । ଏହି ସାର୍ଟିଫିକେଟଧାରୀଙ୍କ ମଧ୍ୟରୁ ୩୦ ପ୍ରତିଶତର ଅଧିକ ବେକାର ଥିବାବେଳେ ସ୍ନାତକୋ ଡିଗ୍ରୀଧାରୀ ବେକାରଙ୍କ ସଂଖ୍ୟା ୨୩.୭ ପ୍ରତିଶତ ରହିଛି ।
କେନ୍ଦ୍ର ଶ୍ରମ ଓ ନିୟୋଜନ ରାଷ୍ଟ୍ରମନ୍ତ୍ରୀ ରାମେଶ୍ୱର ତେଲି ରାଜ୍ୟସଭାରେ ଦେଇଥିବା ଏକ ଉତ୍ତରରୁ ଏହି ସୂଚନା ମିଳିଛି । କେନ୍ଦ୍ରମନ୍ତ୍ରୀ ଦର୍ଶାଇଛନ୍ତି ଓଡିଶାରେ ୧୫ବର୍ଷ ବୟସରୁ ଉଦ୍ଧ୍ୱର୍ ଯେତିକି ଡିପ୍ଲୋମା ସାର୍ଟିଫିକେଟଧାରୀ ରହିଛନ୍ତି ସେମାନଙ୍କ ମଧ୍ୟରୁ ୩୦.୭ ପ୍ରତିଶତ କୌଣସି ନିଯୁକ୍ତି ପାଇ ନାହାନ୍ତି । ସ୍ନାତକ ଡିଗ୍ରୀଧାରୀଙ୍କ ମଧ୍ୟରେ ଏହି ହାର ୨୩.୭ ପ୍ରତିଶତ ଥିବାବେଳେ ମାଟି୍ରକ ସାର୍ଟିଫିକେଟଧାରୀଙ୍କ ମଧ୍ୟରେ ଏହି ହାର ୧୨.୭ ପ୍ରତିଶତ ରହିଛି ।
ତେବେ ଆଦୌ ପାଠପଢିନଥିବା ୧୫ବର୍ଷରୁ ଉଦ୍ଧ୍ୱର୍ ଯେତିକି ଯୁବଗୋଷ୍ଠି ରହିଛନ୍ତି ସେମାନଙ୍କ ମଧ୍ୟରେ ବେକାରଙ୍କ ହାର ମାତ୍ର ୦.୧ ପ୍ରତିଶତ ରହିଛି । ସେହିଭଳି ପ୍ରାଥମିକ ଶ୍ରେଣୀ ଉତ୍ତୀର୍ଣ୍ଣଙ୍କ ମଧ୍ୟରେ ୧.୮ ପ୍ରତିଶତ ବେକାର ରହିଥିବାବେଳେ ମାଧ୍ୟମିକ ଉତ୍ତୀର୍ଣ୍ଣଙ୍କ ମଧ୍ୟରେ ଏହା ୫.୩ ପ୍ରତିଶତ ରହିଛି । ତେବେ ମନ୍ତ୍ରୀ ଦେଇଥିବା ସୂଚନା ଅନୁଯାୟୀ ସମଗ୍ର ଦେଶରେ ଡିପ୍ଲୋମା ସାର୍ଟିଫିକେଟଧାରୀ ସର୍ବାଧିକ ବେକାର ମେଘାଳୟରେ ରହିଛନ୍ତି । ଏମାନଙ୍କ ହାର ୪୬.୭ ପ୍ରତିଶତ ରହିଛି । ସେହିଭଳି ଆଦୌ ପାଠପଢିନଥିବା ସର୍ବାଧିକ ବେକାର ଲକ୍ଷାଦ୍ୱୀପରେ ଥିବା ରେକର୍ଡ ହୋଇଛି । ସେଠାରେ ଏହି ବେକାରଙ୍କ ସଂଖ୍ୟା ସର୍ବାଧିକ ୬୨.୪ ପ୍ରତିଶତ ରହିଛି । ସ୍ନାତକ ଡିଗ୍ରୀଧାରୀ ସର୍ବାଧିକ ୩୦୧ ପ୍ରତିଶତ ବେକାର ଅରୁଣାଚଣ ପ୍ରଦେଶରେ ରହିଥିବା ମନ୍ତ୍ରୀଙ୍କ ଉତ୍ତରରୁ ଜଣାପଡିଛି ।
ସେହିଭଳି କେନ୍ଦ୍ରମନ୍ତ୍ରୀ ତାଙ୍କ ଉତ୍ତରରେ ଦର୍ଶାଇଛନ୍ତି ଯେ ଲକ୍ଷାଦ୍ୱୀପରେ ସର୍ବାଧିକ ୩୫.୨ ପ୍ରତିଶତ ମହିଳା ନିଯୁକ୍ତି ଠାରୁ ଦୂରରେ ରହିଛନ୍ତି । ଓଡିଶାରେ ୧୫ବର୍ଷ ବୟସରୁ ଅଧିକ ବୟସର ମହିଳାଙ୍କ ବେକାର ହାର ୪.୪ ପ୍ରତିଶତ ରହିଛି । ଗୋଆରେ ଏହା ୧୯.୭ ପ୍ରତିଶତ ଥିବାବେଳେ ଆନ୍ଧ୍ରପ୍ରଦେଶରେ ଏହା ୩.୫, ଛତିଶଗଡରେ ୧.୮, ଝାଡଖଣ୍ଡରେ ୦.୮ ଏବଂ ପଶ୍ଚିମବଙ୍ଗରେ ଏହା ୧.୮ ପ୍ରତିଶତ ରହିଛି ।
ତେବେ ସମଗ୍ର ଦେଶରେ ୧୫ବର୍ଷରୁ ଉଦ୍ଧ୍ୱର୍ ଆଦୌ ପାଠ ପଢିନଥିବା ବ୍ୟକ୍ତିଙ୍କ ମଧ୍ୟରେ ବେକାର ହାର ୦.୪ ପ୍ରତିଶତ ଥିବାବେଳେ ପ୍ରାଥମିକ ଶିକ୍ଷା ଗ୍ରହଣ କରିଥିବା ବେକାରଙ୍କ ହାର ୧.୦, ମାଧ୍ୟମିକ ଶିକ୍ଷା ଗ୍ରହଣ କରିଥିବା ୨.୬ ପତିଶତ, ମାଟି୍ରକ ଉତ୍ତୀର୍ଣର୍ ହୋଇଥିବା ୩.୪, ଡିପ୍ଲୋମା ସାର୍ଟିଫିକେଟଧାରୀ ୧୩.୦ ପ୍ରତିଶତ ଓ ସ୍ନାତକ ଡିଗ୍ରୀଧାରୀଙ୍କ ମଧ୍ୟରୁ ୧୪.୯ ପ୍ରତିଶତ ବେକାର ଅଛନ୍ତି ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *