କୃମି ବଟିକା ଖାଇ ୮ ଛାତ୍ରଛାତ୍ରୀ ଗୁରୁତର
ବାଲେଶ୍ୱର, ୧ଠା୮ (ଆପ୍ର): ଏହି ଜିଲ୍ଲାର ବସ୍ତା ଥାନା ଅନ୍ତର୍ଗତ ବନବିହାରୀ ଲାଲ୍ ବିଦ୍ୟାଳୟରେ କୃମି ବଟିକା ଖାଇ ୬ ଜଣ ଛାତ୍ରୀ ଓ ୨ ଜଣ ଛାତ୍ର ଗୁରୁତରଭାବେ ଅସୁସ୍ଥ ହୋଇପଡିଛନ୍ତି । ସେମାନଙ୍କୁ ବସ୍ତା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି । ଗୁରୁବାର ବିଦ୍ୟାଳୟର ୩୬୦ ଛାତ୍ରଛାତ୍ରୀଙ୍କୁ କୃମି ବଟିକା ଖାଇବାକୁ ଦିଆଯାଇଥିଲା । ପରେ ପରେ କେତକ ଛାତ୍ରଛାତ୍ରୀଙ୍କ ମୁଣ୍ଡ ବୁଲାଇବା ସହ ବାନ୍ତି ହୋଇଥିଲା । କେତେକ ଛାତ୍ରୀ ପେଟରେ ଯନ୍ତ୍ରଣା ଅନୁଭବ କରିଥିଲେ । ୮ ଜଣ ଛାତ୍ରଛାତ୍ରୀଙ୍କୁ ଚେତାଶୂନ୍ୟ ଅବସ୍ଥାରେ ଆମ୍ବୁଲାନ୍ସ ଯୋଗେ ହସ୍ପିଟାଲକୁ ନିଆଯାଇଥିଲା । ହସ୍ପିଟାଲରେ ସେମାନଙ୍କୁ ସାଲାଇନ୍ ଦେବାକୁ ପଡିଲା ।
ଗୁଡିଖାଳ ଅଞ୍ଚଳର ନିତ୍ୟାନନ୍ଦ ସାହୁଙ୍କ ଝିଅ ସୁଦୀପ୍ତା, ଅରୁଣ ବେଚଙ୍କ ଝିଅ ପ୍ରତୀମା, କେଶବ ବେହେରାଙ୍କ ଝିଅ ସୁମିତ୍ରା, ଉମେଶ ମହାନ୍ତିଙ୍କ ଝିଅ ବିଦ୍ୟାଭାରତୀ, ଦିଲ୍ଲୀପ ବେହେରାଙ୍କ ଝିଅ ଜ୍ୟୋତ୍ସ୍ନା ଓ ମଧୁସୁଦନ ସେଠୀଙ୍କ ପୁଅ ସୁଭ୍ରାଂଶୁଙ୍କୁ ଡାକ୍ତରଖାନାକୁ ପଠାଯାଇଥିଲା । ପରେ ଆଉ ଦୁଇ ଜଣଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ହେବାରୁ ସେମାନଙ୍କୁ ବାଲେଶ୍ୱର ମୁଖ୍ୟ ଚିକିତ୍ସାଳୟକୁ ପଠାଯାଇଛି । ସେମାନଙ୍କ ମଧ୍ୟରେ ରବୀନ୍ଦ୍ର ଦଳେଇଙ୍କ ଝିଅ କାବେରୀ ଓ ଅନ୍ୟଜଣେ ଛାତ୍ର ଅଛନ୍ତି ।