ଗାଡ଼ି ଧକ୍କାରେ ବାଘ ମଲା

ବରିଷ୍ଠ ଅଧିକାରୀଙ୍କ ଉପସ୍ଥିତିରେ ଶବଦାହ
ଭଞ୍ଜନଗର, ୯ା୮(ଆପ୍ର): ଅଜଣା ଗାଡି ଧକ୍କାରେ ୪ରୁ ୫ ବର୍ଷର ଏକ କଲରାପତରିଆ ବାଘର ମୃତୁ୍ୟ ଘଟିଛି । ଭଞ୍ଜନଗର ଉତ୍ତର ଘୁମୁସର ବନଖଣ୍ଡ ଅନ୍ତର୍ଗତ ମୁଜାଗଡ ରେଞ୍ଜ୍ର ଭଞ୍ଜନଗର – ଫୁଲବାଣୀ ମୁଖ୍ୟ ରାସ୍ତାର ମୁଜାଗଡ-ବୁଦୁଲି ଠାରେ ଏଭଳି ଏକ ଦୁର୍ଘଟଣା ଘଟିଛି ।
ମଙ୍ଗଳବାର ବିଳମ୍ବିତ ରାତି ପ୍ରାୟ ସାଢେ ୨ଟାରେ ଏଭଳି ଦୁର୍ଘଟଣା ଘଟିଥିବା ବନ କର୍ମଚାରୀମାନେ ଉଲ୍ଲେଖ କରିଛନ୍ତି । ଦୁର୍ଘଟଣା ସଂପର୍କରେ ସୂଚନା ପାଇ ବନ
ତୁରନ୍ତ ଘଟଣାସ୍ଥଳରେ ପହଞ୍ଚô ଆହତ କଲରାପତରିଆ ବାଘକୁ ପାଣି ଦେଇଥିବା ବେଳେ ପଶୁ ଡାକ୍ତରଙ୍କୁ ନେଇ ସାଲାଇନ୍‌ ଦେଇଥିଲେ । ହେଲେ କଲରାପତରିଆ ବାଘ ଛୁଆକୁ ବଞ୍ଚାଇବା ସମ୍ଭବ ହୋଇ ପାରିନଥିଲା । ଶେଷରେ ମୃତ କଲରାପତରିଆ ବାଘକୁ ଲାଲସିଂ କେନ୍ଦ୍ରୀୟ ନର୍ସରୀରେ ରଖାଯାଇ ଭୁବନେଶ୍ୱରରୁ ବିଶେଷଜ୍ଞ ଦଳ ଆସିବାକୁ ଅପେକ୍ଷା କରାଯାଇଥିଲା । ତେବେ କୌଣସି କାରଣରୁ ଟିମ୍‌ ଆସିବାରେ ଅସୁବିଧା ଯୋଗୁଁ ବ୍ରହ୍ମପୁର ଆଞ୍ଚଳିକ ମୁଖ୍ୟ ବନ ସଂରକ୍ଷକଙ୍କ କାର୍ଯାଳୟରୁ ଡିଏଫଓ ରମା ରଞ୍ଜନ ପଟ୍ଟନାୟକ ପହଞ୍ଚି ସ୍ଥାନୀୟ ତହସିଲଦାର ଅଚୁ୍ୟତାନନ୍ଦ ଜାନୀଙ୍କ ଉପସ୍ଥିତିରେ ୪ ଜଣ ପଶୁ ଡାକ୍ତରଙ୍କ ତତ୍ତ୍ୱାବଧାନରେ କଲରାପତରିଆ ବାଘର ଶବ ବ୍ୟବଚ୍ଛେଦ କରାଯାଇଥିଲା । ପରେ ଉତ୍ତର ଘୁମୁସର ବନଖଣ୍ଡ ଅଧିକାରୀ ସୁଦର୍ଶନ ବେହେରା, ଦକ୍ଷିଣ ଘୁମୁସର ବନଖଣ୍ଡ ଅଧିକାରୀ ବିନୋଦ କୁମାର ଆଚାର୍ଯ୍ୟ, ପୂର୍ବତନ ଅବୈତନିକ ବନ୍ୟପ୍ରାଣୀ ତତ୍ତ୍ୱାବଧାରକ ଶୁଳପାଣି ଶତପଥୀ, ତହସିଲଦାର, ପଶୁ ଡାକ୍ତର, ଏସିଏଫ୍‌, ସମସ୍ତ ରେଞ୍ଜରଙ୍କ ଉପସ୍ଥିତିିରେ ବାଘର ଶବ ଦାହ କରାଯାଇଥିଲା । ସମସ୍ତ ଘଟଣାର ଭିଡିଓଗ୍ରାଫି କରାଯାଇଛି । ଏସଂପର୍କରେ ଏକ ମାମଲା ରୁଜୁ କରାଯାଇ ଡିଏଫଓ ଶ୍ରୀ ବେହେରାଙ୍କ ତତ୍ତ୍ୱାବଧାନରେ ବାଘ ମୃତୁ୍ୟର କାରଣ ଖୋଜୁଛି ମୁଜାଗଡ ରେଞ୍ଜ ଷ୍ଟାଫ୍‌ । ସେହି ସମୟର ସିସି ଟିଭି ଫୁଟେଜ ଯାଞ୍ଚ କରି ଦୁର୍ଘଟଣା ଘଟାଇଥିବା ଗାଡ଼ିକୁ ଧରିବାକୁ ଉଦ୍ୟମ ଆରମ୍ଭ ହୋଇଛି । ଘୁମୁସର ଉତ୍ତର ଘୁମୁସର ବନଖଣ୍ଡର ବିଭିନ୍ନ ରେଞ୍ଜ ଇଲାକାରେ ବାଘ ରହିଥିବା ଏହି ଦୁର୍ଘଟଣା ପରେ ଜଣାପଡିଛି । ତେବେ ବାଘ ଗଣନା କାର୍ଯ୍ୟ ହୋଇ ନଥିବାରୁ ଏମାନଙ୍କ ସଂଖ୍ୟା ସଂପର୍କରେ ସଠିକ୍‌ କିଛି କୁହାଯାଇ ପାରୁନଥିବା ଡିଏଫଓ ବେହେରା ଉଲ୍ଲେଖ କରିଛନ୍ତି ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *