ରାହୁଲଙ୍କ ଫ୍ଲାଇଙ୍ଗ୍ କିସ୍ ନେଇ ଝଡ଼
ନୂଆଦିଲ୍ଲୀ, ୯ା୮: ଲୋକସଭାରେ ଅନାସ୍ଥା ପ୍ରସ୍ତାବ ଆଲୋଚନା ·ଲିଥିବା ବେଳେ କଂଗ୍ରେସ ସାଂସଦ ରାହୁଲ ଗାନ୍ଧି ଫ୍ଲାଇଙ୍ଗ କିସ୍ କରିଥିବା ଅଭିଯୋଗ ହୋଇଛି । ସଂସଦ ଭିତରେ ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ସ୍ମୃତି ଇରାନୀଙ୍କ ପ୍ରତି ରାହୁଲଙ୍କ ଏପରି ଅଶୋଭନୀୟ ଆଚରଣ ବିରୋଧରେ ୨୧ ଜଣ ମହିଳା ସାଂସଦମାନେ ବାଚସ୍ପତିଙ୍କୁ ଚିଠି ଲେଖି କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି । ଚିଠିରେ ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କ ଦସ୍ତଖତ ମଧ୍ୟ ରହିଛି ।
ସେମାନେ ଲେଖିଛନ୍ତି- କେରଳର ୱାୟନାଡରୁ ସାଂସଦ ହୋଇଥିବା ରାହୁଲ ଗାନ୍ଧି ବୁଧବାର ଗୃହରେ କରିଥିବା ଅଶୋଭନୀୟ ଆଚରଣ ନେଇ ଆପଣଙ୍କ ଦୃଷ୍ଟି ଆକର୍ଷଣ କରିବାକୁ ·ହୁଁଛୁ ।ଏହି ସଦସ୍ୟ ଜଣକ ଅତ୍ୟନ୍ତ ଅଭଦ୍ର ଆଚରଣ ପ୍ରଦର୍ଶନ କରିଛନ୍ତି ଓ ସ୍ମୃତି ଇରାନୀଙ୍କ ପ୍ରତି ଅନାବଶ୍ୟକ ଇଙ୍ଗିତ କରିଥିଲେ । ଏହା କେବଳ ଗୃହରେ ଉପସ୍ଥିତ ମହିଳା ସଦସ୍ୟଙ୍କ ସମ୍ମାନକୁ କ୍ଷତି ପହଞ୍ଚାଇ ନାହିଁ, ବରଂ ପବିତ୍ର ଗୃହକୁ ଅସମ୍ମାନ କରିଛି । ଏହି ସଦସ୍ୟଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଆମେ ଦାବି କରୁଛୁ ।
ରାହୁଲ ଗାନ୍ଧି ବୁଧବାର ମଣିପୁର ପ୍ରସଙ୍ଗ ଉଠାଇ କେନ୍ଦ୍ର ସରକାରଙ୍କୁ କଡା ସମାଲୋଚନା କରିଥିଲେ । ରାହୁଲ ଅଭିଯୋଗ କରିଥିଲେ, ମଣିପୁରରେ ବିଜେପି ହିନ୍ଦୁସ୍ତାନକୁ ହତ୍ୟା କରିଛି । ମଣିପୁର ଆଉ ମଣିପୁର ହୋଇ ନାହିଁ, ତାକୁ ଭାଗ ଭାଗ କରି ଦିଆଯାଇଛିୟ ସରକାରଙ୍କ ନୀତି ଯୋଗୁ ମଣିପୁର ଦୁଇ ଭାଗ ହୋଇଯାଇଛି । ନିକଟରେ ମୁଁ ମଣିପୁର ଯାଇଥିଲି, କିନ୍ତୁ ପ୍ରଧାନମନ୍ତ୍ରୀ ବର୍ତ୍ତମାନ ସୁଦ୍ଧା ସେଠାକୁ ଗଲେ ନାହିଁ । ମୋତେ ଦୁଃଖ ବଖାଣିବା ସମୟରେ ମଣିପୁର ବାସିନ୍ଦା
କାନ୍ଦି କାନ୍ଦି ବେହୋସ୍ ହୋଇ ପଡୁଥିଲେ ।
ରାହୁଲଙ୍କୁ କାଉଣ୍ଟର କରିବା ପାଇଁ ବିଜେପି ପକ୍ଷରୁ ସ୍ମୃତି ଇରାନୀ ଛିଡ଼ା ହୋଇଥିଲେ । ସେ କହିଥିଲେ, ସରକାରଙ୍କ ନୀତି ଯୋଗୁ ମଣିପୁର ଦୁଇ ଭାଗ ହୋଇଯାଇଛି । ସ୍ମୃତି ଇରାନୀ କହିଥିଲେ, ଦେଶର ଇତିହାସରେ ପ୍ରଥମ ଥର ପାଇଁ କେହି ଜଣେ ଭାରତ ମାତାଙ୍କୁ ହତ୍ୟା କରାଯାଇଥିବା କଥା କହିଛନ୍ତି ଓ କଂଗ୍ରେସ ଏହାକୁ ତାଳିମାରି ସ୍ୱାଗତ କରିଛିୟ ମଣିପୁର ଭାରତର ଅବିଚ୍ଛେଦ୍ୟ ଅଙ୍ଗ । ଏହା ଭାଗଭାଗ ହୋଇନାହିଁ, କେବେ ଭାଗଭାଗ ହେବନି ।
ଫ୍ଲାଇଙ୍ଗ କିସ୍ ବିବାଦ ନେଇ ଲୋକସଭାରେ ସ୍ମୃତି ଇରାନୀ କହିଥିଲେ, ମୋ ପୂର୍ବରୁ ଯେଉଁ ବ୍ୟକ୍ତି କହୁଥିଲେ, ସେ ଗୃହ ଛାଡ଼ିବା ବେଳେ ଅଶୋଭନୀୟ ଇଙ୍ଗିତ କରିଥିଲେ । ମହିଳା ପ୍ରତି ଘୃଣା ଭାବ ରଖିଥିବା ବ୍ୟକ୍ତିହିଁ ସଂସଦକୁ ଫ୍ଲାଇଙ୍ଗ କିସ୍ ଦେଇ ପାରିବ । ଏଠାରେ ମହିଳା ସାଂସଦମାନେ ମଧ୍ୟ ବସିଛନ୍ତି । ଗୃହ ବାହାରେ ସ୍ମୃତି ପ୍ରତିକ୍ରିୟା ରଖି କହିଛନ୍ତି, ମହିଳାଙ୍କ ପ୍ରତି ଏପରି ଘୃଣା ଭାବ ରଖିଥିବା ବ୍ୟକ୍ତିଙ୍କୁ ସଂସଦରେ କେବେ ହେଲେ ଦେଖି ନ ଥିଲି । ରାହୁଲ ଗାନ୍ଧିଙ୍କ ଭଳି ଆଚରଣ କେବେ ହେଲେ କେହି କରି ନ ଥିଲେ । ଏହା ଲୋକଙ୍କ ଗୃହୟ ମହିଳାଙ୍କ ସମ୍ମାନ ପାଇଁ ଏଠାରେ ଆଇନ କରାଯାଏ । ଆଜି ଯାହା ଘଟିଲା, ତାହା ଆଦୌ ଗ୍ରହଣନୀୟ ନୁହେଁ ।
କେନ୍ଦ୍ରମନ୍ତ୍ରୀ ଶୋଭା କରଣ୍ଡାଲାଜେ କହିଛନ୍ତି, ସମସ୍ତ ମହିଳା ସାଂସଦଙ୍କୁ ଫ୍ଲାଇଙ୍ଗ କିସ୍ ଦେଇ ରାହୁଲ ଗୃହରୁ ବାହାରିଥିଲେୟ ଏହା ସଂପୂର୍ଣ୍ଣ ଅଶୋଭନୀୟ ବ୍ୟବହାରୟ ପୂର୍ବରୁ ସଂସଦରେ କେବେ ଏମିତି ହୋଇ ନ ଥିଲାୟ ଆମର ଦାବି – ସିସିଟିଭି ଫୁଟେଜ ଦେଖି ବାଚସ୍ପତି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରନ୍ତୁ ।
ବିଜେପିର ବରିଷ୍ଠ ସାଂସଦ ରବି ଶଙ୍କର ପ୍ରସାଦ କହିଛନ୍ତି, ରାହୁଲ ଗାନ୍ଧିଙ୍କର କ’ଣ ହୋଇଛି? ସେ ଏମିତି ବ୍ୟବହାର କାହିଁକି କରୁଛନ୍ତି? ଗୃହରେ ଅନେକ ମହିଳା ବସିଥିଲେୟ ସେମାନଙ୍କ ସାମ୍ନାରେ ଏଭଳି ଆଚରଣ ଆଦୌ ସମୀଚିନ ନୁହେଁ । ରାହୁଲଙ୍କ ଏଭଳି ଆଚରଣ ଅତ୍ୟନ୍ତ ପୀଡ଼ାଦାୟକ ।
ଶିବସେନା (ୟୁବିଟି) ସାଂସଦ ପ୍ରିୟଙ୍କା ଚତୁର୍ବେଦୀ ରାହୁଲଙ୍କ ସପକ୍ଷରେ କହିଛନ୍ତି, ମୁଁ ଭିଜିଟର ଗ୍ୟାଲେରୀରେ ଥିଲି । ତାଙ୍କ ଫ୍ଲାଇଙ୍ଗ୍ କିସ୍ ସ୍ନେହର ସଙ୍କେତ ଛଡା ଅନ୍ୟ କିଛି ନୁହେଁ ।
୨୦୧୮ରେ ଅନାସ୍ଥା ଆଲୋଚନା ବେଳେ ପ୍ରଧାନମନ୍ତ୍ରୀ ଦେଢ ଘଣ୍ଟା ଭାଷଣ ଦେବା ପରେ ରାହୁଲ ତାଙ୍କ ନିକଟକୁ ଚାଲିଯାଇ ଆଲିଙ୍ଗନ କରିଥିଲେ । ପ୍ରଧାନମନ୍ତ୍ରୀଙ୍କ ଆସନ ନିକଟରୁ ଫେରିବା ବେଳେ ସେ କଂଗ୍ରେସ ସାଂସଦମାନଙ୍କୁ ଆଖି ମାରୁଥିବା ଦୃଶ୍ୟ ସାମ୍ନାକୁ ଆସିଥିଲା ।