ମାଟ୍ରିକ ସପ୍ଲିମେଣ୍ଟାରୀ ଫଳ ଫେଲ୍ ହାର ଅଧିକ
କଟକ, ୭ା୮(ବୁ୍ୟରୋ): ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ)ଦ୍ୱାରା ପରି·ଳିତ ମାଟ୍ରିକ୍ ସପ୍ଲିମେଣ୍ଟାରୀ-୨୦୨୩ ଓ ରାଜ୍ୟ ମୁକ୍ତ ବିଦ୍ୟାଳୟ ପରୀକ୍ଷା (ଷ୍ଟେଟ୍ ଓପନ୍ ସ୍କୁଲ୍ ସାର୍ଟିଫିକେଟ୍ -ଏସ୍ଓଏସ୍ସି) ଫଳ ସୋମବାର ପ୍ରକାଶ ପାଇଛି । ସପ୍ଲିମେଣ୍ଟାରୀରେ ୪୩୩ ଜଣ ପାସ୍ କରିଥିବା ବେଳେ ୫୧୭ ଜଣ ଫେଲ୍ ହୋଇଛନ୍ତି । ଫଳରେ ପାସ୍ ଅପେକ୍ଷା ଫେଲ୍ ହାର ଅଧିକ ରହିଛି । ଏସ୍ଓଏସ୍ସି ପରୀକ୍ଷାରେ ୬୭୭୮ ଜଣ ପାସ୍ କରିଛନ୍ତି । ଦୁଇଟି ଯାକ ପରୀକ୍ଷାର ଫଳ ବୋର୍ଡର ୱେବ୍ସାଇଟ୍ରେ ଉପଲବ୍ଧ ବୋଲି ଉପସଭାପତି ଡ. ନିହାର ରଞ୍ଜନ ମହାନ୍ତି ସୂଚନା ଦେଇଛନ୍ତି । ୨୦୨୩ ମାଟ୍ରିକ୍ ପରୀକ୍ଷାରେ ଫେଲ୍ ହୋଇଥିବା ଏବଂ ସମେଟିଭ୍ ଆସେସମେଣ୍ଟ-୧ ଓ ୨ ପରୀକ୍ଷାରେ ଅନୁପସ୍ଥିତ ଥିବା ପରୀକ୍ଷାର୍ଥୀଙ୍କୁ ସପ୍ଲିମେଣ୍ଟାରୀ ପରୀକ୍ଷା ଦେବା ଲାଗି ସୁଯୋଗ ଦିଆଯାଇଥିଲା । ମୋଟ ୧୩୧୦ ଜଣ ସପ୍ଲିମେଣ୍ଟାରୀ ପରୀକ୍ଷା ଲାଗି ଫର୍ମପୂରଣ କରିଥିଲେ । ସେମାନଙ୍କ ମଧ୍ୟରୁ ୩୬୦ ଜଣ ପରୀକ୍ଷା କେନ୍ଦ୍ରରେ ଅନୁପସ୍ଥିତ ରହିଥିଲେ । ଏସ୍ଓଏସ୍ସିରେ ୮୯୨୦ ଜଣ ଫର୍ମ ପୂରଣ କରିଥିଲେ । ୫୨୫ ଜଣ ପରୀକ୍ଷାର୍ଥୀ ଅନୁପସ୍ଥିତ ରହିଥିବା ବେଳେ ୪୯ ଜଣ କପି କରି ଧରାପଡିଥିଲେ । ୧୫୫୮ ପରୀକ୍ଷାର୍ଥୀ ଫେଲ୍ ହୋଇଛନ୍ତି । ଜୁଲାଇ ୩ ତାରିଖରେ ମାଟ୍ରିକ ସପ୍ଲିମେଣ୍ଟାରୀ ପରୀକ୍ଷା ଆରମ୍ଭ ହୋଇ ୮ ତାରିଖ ପର୍ଯ୍ୟନ୍ତ ·ଲିଥିଲା । ୮୦ଟି କେନ୍ଦ୍ରରେ ଏହି ପରୀକ୍ଷା ଅନୁଷ୍ଠିତ ହୋଇଥିଲା । ସକାଳ ୯ଟାରୁ ପରୀକ୍ଷା ଆରମ୍ଭ ହୋଇ ଦିନ ୧୧ଟାରେ ସରିଥିଲା । ଦ୍ୱିତୀୟ ସିଟିଂରେ ଷ୍ଟେଟ୍ ଓପନ ସ୍କୁଲ ପରୀକ୍ଷା କରାଯାଇଥିଲା । ପରୀକ୍ଷାରେ କୃତକାର୍ଯ୍ୟ ହେଲେ ଛାତ୍ରଛାତ୍ରୀଙ୍କୁ ସିଧା ଯୁକ୍ତ ଦୁଇରେ ନାମ ଲେଖାଇବାକୁ ସୁଯୋଗ ମିଳିବ ବୋଲି ସୂଚନା ଦିଆଯାଇଥିଲା । ରାଜ୍ୟରେ ଚଳିତ ଶିକ୍ଷାବର୍ଷରେ ଯୁକ୍ତ ଦୁଇ ଶ୍ରେଣୀ (ଏକାଦଶ)ରେ ମୋଟ ୧ଲକ୍ଷ ୩୧ହଜାର ୬୦୩ଟି ସିଟ୍ ଖାଲି ପଡ଼ିଛି ।