ଶପଥ ନେଲେ ହାଇକୋର୍ଟ ମୁଖ୍ୟ ବିଚାରପତି
କଟକ, ୮ା୮ (ବୁ୍ୟରୋ): ଓଡ଼ିଶା ହାଇକୋର୍ଟର ନୂତନ ବିଚରପତି ଭାବେ ଜଷ୍ଟିସ୍ ଶୁଭାଶୀଷ ତାଳପତ୍ର ମଙ୍ଗଳବାର ଶପଥ ଗ୍ରହଣ କରିଛନ୍ତି । ହାଇକୋର୍ଟର ପୁରୁଣା କୋଠରୀ ସମ୍ମିଳନୀ କକ୍ଷରେ ଆୟୋଜିତ ଏକ ସ୍ୱତନ୍ତ୍ର ସମାରୋହରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ମୁଖ୍ୟ ବିଚାରପତି ଜଷ୍ଟିସ୍ ତାଳପତ୍ରଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଥିଲେ । ଏହି ଅବସରରେ ବହୁ ବିଚାରପତି, ଆଇନଜୀବୀ ଓ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ । ଓଡ଼ିଶା ହାଇକୋର୍ଟର ୩୩ ତମ ମୁଖ୍ୟ ବିଚାରପତି ଭାବେ ଜଷ୍ଟିସ ତଳପତ୍ର ଦାୟିତ୍ୱ ଗ୍ରହଣ କରିଛନ୍ତି । ୧୯୬୧ ମସିହା ଅକ୍ଟୋବର ୪ ତାରିଖରେ ଜଷ୍ଟିସ୍ ତଳପାତ୍ର ତ୍ରୀପୁରା ରାଜ୍ୟର ଉଦୟପୁର ଠାରେ ଜନ୍ମଗ୍ରହଣ କରିଥିଲେ । କଲିକତାର ବିଶ୍ୱବିଦ୍ୟାଳୟରେ ଆର୍ଟସ ଆଣ୍ଡ ଲ’ରେ ସ୍ନାତକ କରିବା ପରେ
ଓକିଲାତି ପେଶାରେ ଯୋଗ ଦେଇଥିଲେ । ଉତ୍ତରପୂର୍ବ ରାଜ୍ୟ ଯଥାକ୍ରମେ ଆସାମ, ଅରୁଣାଚଳପ୍ରଦେଶ, ତ୍ରୀପୁରା, ମେଘାଳୟ, ମଣିପୁର ଏବଂ ମିଜୋରାମ ଆଦି ରାଜ୍ୟରେ ସେ ଜଣେ ଦକ୍ଷ ଆଇନଜୀବୀ ଭାବେ ଖୁବ୍ ପରିଚିତ ଥିଲେ । ୨୦୦୪ ମସିହାରେ ତାଙ୍କୁ ବରିଷ୍ଠ ଆଇନଜୀବୀ ଭାବେ ମାନ୍ୟତା ମିଳିଥିଲା । ୨୦୧୧ ମସିହାରେ ଜଷ୍ଟିସ ତାଳପତ୍୍ର ତ୍ରୀପୁରା ହାଇକୋର୍ଟର କାର୍ଯ୍ୟକାରୀ ବିଚାରପତି ଭାବେ ନିଯୁକ୍ତ ହୋଇଥିଲେ । ୨୦୧୩ ମସିହାରେ ଗୁଆହାଟି ହାଇକୋର୍ଟରେ ସେ ସ୍ଥାୟୀ ବିଚାରପତି ଭାବେ ନିଯୁକ୍ତ ହୋଇଥିଲେ, ପରବର୍ତ୍ତୀ ସମୟରେ ସେ ୨ ଥର ସେ ତ୍ରୀପୁରା ହାଇକୋର୍ଟର କାର୍ଯ୍ୟକାରୀ ମୁଖ୍ୟବିଚାରପତି ଭାବେ କାର୍ଯ୍ୟ ସମ୍ପାଦନ କରିଛନ୍ତି । ଏହାଛଡ଼ା ସେ ତ୍ରୀପୁରା ରାଜ୍ୟ ଆଇନସେବା ପ୍ରାଧିକରଣ ଅଧ୍ୟକ୍ଷ, ଜୁଭଏନାଇଲ ଜଷ୍ଟିସ୍ କମିଟିର ଅଧ୍ୟକ୍ଷ ଭାବେ ମଧ୍ୟ ସେ ବେଶ ଦକ୍ଷତାର ସହ କାର୍ଯ୍ୟ ଚୁଲାଇଛନ୍ତି । ଏହା ବ୍ୟତୀତ କ୍ରୀଷ୍ଣା ନଦୀ ଜଳ ବିବାଦ ଟି୍ରବୁ୍ୟନାଲର ସଦ୍ୟ ଭାବେ ସେ ନିଜର ଦକ୍ଷତା ପ୍ରତିପାଦନ କରିସାରିଛନ୍ତି । ୨୦୨୨ ମସିହା ଜୁନ୍ ମାସ ୧୦ ତାରିଖ ଦିନ ସେ ଓଡ଼ିଶା ହାଇାକୋର୍ଟରେ ବରିଷ୍ଠ ବିଚାରପତି ଭାବେ ଯୋଗ ଦେଇଥିଲେ । ସୋମବାର ପୂର୍ବତନ ମୁଖ୍ୟ ବିଚାରପତି ଜଷ୍ଟିସ ଏସ୍ ମୁରଲୀଧର ଅବସର ନେବା ପରେ ମଙ୍ଗଳବାର ଠାରୁ ଜଷ୍ଟିସ୍ ଶୁଭାଶିଷ ତାଳପତ୍ର ହାଇକୋର୍ଟର ମୁଖ୍ୟ ବିଚାରପତି ଭାବେ ଦାୟିତ୍ୱ ତୁଲାଇବେ ।