ବିଦୁ୍ୟତ୍ ମିଟର ରିଡରଙ୍କୁ ନୃଶଂସ ହତ୍ୟା
ଭଞ୍ଜନଗର, ୭ା୮(ଆପ୍ର): ଗଞ୍ଜାମ ଜିଲ୍ଲା ତାରାସିଂ ଥାନା ଅନ୍ତର୍ଗତ କୁପାଟୀ ଗ୍ରାମରେ ବିଦୁ୍ୟତ୍ ବିଭାଗର ଜଣେ ମିଟର ରିଡରଙ୍କୁ ହତ୍ୟା କରାଯାଇଛି । ସୋମବାର ସକାଳ ସାଢ଼େ ୯ଟା ବେଳେ ମିଟର ରିଡର୍ ଲକ୍ଷ୍ମ୍ମୀ ନାରାୟଣ ତ୍ରିପାଠୀ ଓରଫ ବାବି (୫୨) କୁପାଟୀ ଗ୍ରାମରେ ପହଞ୍ଚô ଘରକୁ ଘର ବୁଲି ରିଡିଙ୍ଗ୍ ନେଉଥିଲେ । ବିଲ୍ ଅଧିକ ଆସିଥିବା ନେଇ ବିଦ୍ୟୁତ୍ ଉପଭୋକ୍ତା ଗୋବିନ୍ଦ ସେଠୀ ସହ ତାଙ୍କର ବଚସା ହୋଇଥିଲା । ଏହି ସମୟରେ ଅତର୍କିତ ଭାବେ ଗୋବିନ୍ଦ ତାଙ୍କୁ ପଛପଟୁ ଆକ୍ରମଣ କରିଥିଲା । ବାବିଙ୍କ ବେକକୁ ଗୋବିନ୍ଦ ଧାରୁଆ ଅସ୍ତ୍ରରେ ବାରମ୍ବାର ହାଣି ମୁଣ୍ଡ-ଗଣ୍ଡି ଅଲଗା କରିଦେଇଥିଲା । ବାବିଙ୍କ ଗୋଟିଏ ହାତକୁ ମଧ୍ୟ ହାଣି ଦୁଇ ଖଣ୍ଡ କରିଦେଇଥିଲା ଗୋବିନ୍ଦ ସେଠୀ । ଘଟଣା ଏତେ ଆକସ୍ମିକ ଥିଲା ଯେ ଏସଂପର୍କରେ ଗ୍ରାମର ଅନ୍ୟ କେହି ସାମାନ୍ୟତମ ସୂଚନା ପାଇନଥିଲେ । ବାବିଙ୍କ ଶବ ଗାଁରେ ୫ ଘଣ୍ଟା ପଡି ରହିଥିଲେ ମଧ୍ୟ ବିଦୁ୍ୟତ୍ ବିଭାଗର କୌଣସି ଅଧିକାରୀ ଘଟଣାସ୍ଥଳକୁ ନଯିବାରୁ ଉତ୍ତ୍ୟକ୍ତ ହୋଇ ପଡିଥିଲେ ମିଟର ରିଡର୍ ସଂଘର ସଦସ୍ୟଗଣ । ଭଞ୍ଜନଗର ଡିଭିଜନ ଅଫିସ ଆଗରେ ମିଟର ରିଡର୍ ସଂଘ ପକ୍ଷରୁ ରାସ୍ତା ଅବରାଧ କରାଯାଇ ମୃତକଙ୍କ ପରିବାରକୁ ୫୦ ଲକ୍ଷ ଟଙ୍କାର କ୍ଷତିପୂରଣ ଦେବାକୁ ଦାବି ରଖାଯାଇଛି । ଏଥିସହ ମୃତକଙ୍କ ପରିବାରର ଜଣଙ୍କୁ ଚାକିରି ଦେବାକୁ ମଧ୍ୟ ସଂଘ ଦାବି କରିଛି । ସାରା ରାଜ୍ୟରେ ମିଟର ରିଡର୍ ମାନଙ୍କ ପାଇଁ ଏକ ସ୍ୱତନ୍ତ୍ର ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାନଗଲେ ରାଜ୍ୟର କୌଣସି ସ୍ଥାନରେ ମିଟର ରିଡର୍ ମାନେ ରିଡିଙ୍ଗ୍ ନେବାକୁ ଯିବେ ନାହିଁ ବୋଲି ବ୍ରହ୍ମପୁର ଇଣ୍ଡଷ୍ଟ୍ରିଆଲ ସବ୍ ଡିଭିଜନ ସଂଘର ଶ୍ରୀନିବାସ ସାହୁ ଚେତାବନୀ ଦେଇଛନ୍ତି । ଘଟଣାସ୍ଥଳରେ ଟାଟା ପାୱାରର କିଛି ଉପରିସ୍ଥ ଅଧିକାରୀ ପହଞ୍ଚô ମିଟର ରିଡର୍ ସଂଘର କାର୍ଯ୍ୟକର୍ତ୍ତାମାନଙ୍କ ସହ ଆଲୋଚନା କରିଛନ୍ତି । ଅପରପକ୍ଷରେ ବାବିଙ୍କୁ ହତ୍ୟା କରାଯାଇଥିବା ଖବର ନିଜ ଗ୍ରାମ ଗାଲେରୀ ପହଞ୍ଚôବା ପରେ ଗ୍ରାମର କିଛି ଯୁବକ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚôି ଅଭିଯୁକ୍ତ ଗୋବିନ୍ଦ ସେଠୀକୁ କାବୁ କରିବାକୁ ଚେଷ୍ଟା କରିଥିଲେ । ଗୋବିନ୍ଦ ଖସି ଯିବାକୁ ଉଦ୍ୟମ କରିଥୁବା ବେଳେ କିଛି ଯୁବକ ତାକୁ ଧରିବାକୁ ଉଦ୍ୟମ କରିଥିଲେ । ଏହି ସମୟରେ ଅଭିଯୁକ୍ତ ଗୋବିନ୍ଦ ଧାରୁଆ ଅସ୍ତ୍ରରେ ଆକ୍ରମଣ କରିବାରୁ ଗାଲେରୀ ଗ୍ରାମର ରିଙ୍କୁ ନାୟକ ନାମକ ଜଣେ ଯୁବକଙ୍କ ଡାହାଣ ହାତର ୩ଟି ଆଙ୍ଗୁଠି ଛିଣ୍ଡି ଯାଇଛି । ଫେରାର ହୋଇଯିବା ଉଦ୍ୟମକ୍ରମେ ଗୋବିନ୍ଦ ଦୌଡ଼ି ପଳାଇବା ବେଳେ ତଳେ ପଡିଯାଇ ଆହତ ହୋଇଥିବା ଜଣାପଡିଛି । ଗାଲେରୀ ଫାଣ୍ଡି ପୁଲିସ୍ ଶବ ଓ ଖଣ୍ଡା ଜବତ କରିଛି । ଗୁରୁତର ଆହତ ଅଭିଯୁକ୍ତ ଗୋବିନ୍ଦ ଓ ଗାଲେରୀ ଗ୍ରାମର ରିଙ୍କୁ ନାୟକଙ୍କୁ ପୁଲିସ ଭଞ୍ଜନଗର ମେଡିକାଲରେ ଭର୍ତ୍ତି କରିଥିଲା । ଅଧିକ ଚିକିତ୍ସା ପାଇଁ ରିଙ୍କୁ ନାୟକଙ୍କୁ ଏଠାରୁ ବ୍ରହ୍ମପୁର ସ୍ଥାନାନ୍ତର କରାଯାଇଛି । ଏଭଳି ଏକ ସମ୍ବେଦନଶୀଳ ଘଟଣା ନେଇ ଗାଲେରୀ ଅଞ୍ଚଳରେ ଚହଳ ସୃଷ୍ଟି ହାଇଛି । ରିପୋର୍ଟ ଲେଖାଯିବା ସୁଦ୍ଧା ମିଟର ରିଡର୍ ସଂଘ ପକ୍ଷରୁ ଟାଟା ପାୱାର ଡିଭିଜନ ଅଫିସ ଆଗରେ ରାସ୍ତା ଅବରୋଧ ଜାରି ରହିଛି । ଫଳରେ ଭଞ୍ଜନଗର – କନ୍ଧମାଳ ଜିଲ୍ଲା ମଧ୍ୟରେ ଯାନବାହନ ଚଳାଚଳ ବନ୍ଦ ରହିଛି । ଟାଟା ପାୱାର କାର୍ଯ୍ୟକର୍ତ୍ତା ଓ ସ୍ଥାନୀୟ ଥାନା ଅଧିକାରୀ ଧୀରେଶ କୁମାର ଦାସଙ୍କ ସମେତ ପୁଲିସ ବଳ ଉପସ୍ଥିତ ରହି ପରିସ୍ଥିିତି ଉପରେ ତୀକ୍ଷ୍ମ୍ମ ନଜର ରଖିଛନ୍ତି ।