ଆୟରଲାଣ୍ଡ ଗସ୍ତ ପାଇଁ ବୁମ୍ରାଙ୍କୁ ନେତୃତ୍ୱ

ରୋହିତ, ବିରାଟ ଓ ହାର୍ଦ୍ଦିକଙ୍କ ସମେତ ସମସ୍ତ ବରିଷ୍ଠଙ୍କୁ ବିଶ୍ରାମ
ମୁମ୍ବାଇ, ୧ା୮ (ଏଜେନ୍ସି): ଅଗଷ୍ଟ ୧୮ରୁ ଆରମ୍ଭ ହେବାକୁ ଥିବା ଆୟରଲାଣ୍ଡ ଗସ୍ତ ପାଇଁ ସୋମବାର ଭାରତୀୟ ଟିମ୍ ଘୋଷଣା କରାଯାଇଛି । ପ୍ରାୟ ବର୍ଷେ ପରେ ଆଘାତରୁ ସ୍ୁସ୍ଥ ହୋଇ ପ୍ରତ୍ୟାବର୍ତ୍ତନ କରୁଥିବା ପେସ୍ ବୋଲର୍ ଯଶପ୍ରୀତ ବୁମ୍ରାଙ୍କୁ ଟିମ୍ର ଅଧିନାୟକ ଦାୟିତ୍ୱ ଦିଆଯାଇଛି । ଋତୁରାଜ ଗାଏକୱାଡ଼ ଉପ-ଅଧିନାୟକ ମନୋନୀତ ହୋଇଛନ୍ତି । ଅନ୍ୟପଟେ, ରୋହିତ ଶର୍ମା, ବିରାଟ କୋହଲି ଓ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଭଳି ସମସ୍ତ ବରିଷ୍ଠ ଖେଳାଳିଙ୍କୁ ବିଶ୍ରାମ ଦିଆଯାଇଛି ।
ଏହି ଶୃଙ୍ଖଳା ଟିମ୍ ଇଣ୍ଡିଆ ପାଇଁ ଏଇଥିପାଇଁ ଗୁରୁତ୍ୱପୂର୍ଣ୍ଣ ଯେ ଏଥିରେ ବୁମ୍ରା ପ୍ରତ୍ୟାବର୍ତ୍ତନ କରୁଛନ୍ତି । ଭାରତୀୟ ଟିମ୍ ଆସନ୍ତା ମାସରେ ଏସିଆ କପ୍ ଓ ଏହାପରେ ଅକ୍ଟୋବର-ନଭେମ୍ବରରେ ବିଶ୍ୱକପ୍ ଖେଳିବ । ଏପରିସ୍ଥଳେ ବୁମ୍ରା ପ୍ରତ୍ୟାବର୍ତ୍ତନ କରି ଫର୍ମ ହାସଲ କଲେ, ଟିମ୍ ମଜଭୁତ ହେବ । ବୁମ୍ରା ନୁ୍ୟଜିଲାଣ୍ଡରେ ବ୍ୟାକ୍ ସର୍ଜରୀ କରାଇଥିଲେ । ଏହାପରେ ସେ ବେଙ୍ଗାଲୁରୁ ଠାରେ ଏନ୍ସିଏରେ ରିହାବ୍ ପ୍ରକ୍ରିୟା ଦେଇ ଗତି କରୁଛନ୍ତି । ସେ ଶେଷ ଥର ୨୦୨୨ ସେପ୍ଟେମ୍ବର ୨୫ରେ ଅଷ୍ଟ୍ରେଲିଆ ବିପକ୍ଷରେ ଖେଳିଥିଲେ । ଆଘାତଜନିତ ସମସ୍ୟା ଯୋଗୁଁ ସେ ଗତ ବର୍ଷ ଏସିଆ କପ୍ ଓ ଟି-୨୦ ବିଶ୍ୱକପ୍ ଏବଂ ଚଳିତ ବର୍ଷ ବିଶ୍ୱ ଟେଷ୍ଟ ଚାମ୍ପିଅନ୍ସିପ୍ ଫାଇନାଲ୍ରେ ଖେଳିପାରି ନ ଥିଲେ ।
ଟିମ୍ ଇଣ୍ଡିଆ ଆୟରଲାଣ୍ଡ ବିପକ୍ଷରେ ତିନି ଟି-୨୦ ମ୍ୟାଚ୍ ଖେଳିବ । ଟିମ୍ କାରିବୀୟ ଗସ୍ତରୁ ସିଧା ଆୟରଲାଣ୍ଡ ଯାତ୍ରା କରିବ । ଏହି ଗସ୍ତରୁ ବରିଷ୍ଠ ଖେଳାଳିମାନଙ୍କୁ ବିଶ୍ରାମ ଦିଆଯାଇଥିବା ବେଳେ ତିଲକ ବର୍ମା, ରିଙ୍କୁ ସିଂହ ଓ ଜିତେଶ ଶର୍ମାଙ୍କ ଭଳି ଆଇପିଏଲ୍ ତାରକାମାନଙ୍କୁ ଟିମ୍ରେ ସୁଯୋଗ ଦିଆଯାଇଛି । ଭାରତୀୟ ଟି-୨୦ ଟିମ୍
ଯଶପ୍ରୀତ ବୁମ୍ରା (ଅଧିନାୟକ), ଋତୁରାଜ ଗାଏକୱାଡ଼ (ଉପ-ଅଧିନାୟକ), ଯଶସ୍ୱୀ ଜୟସ୍ୱାଲ, ତିଲକ ବର୍ମା, ରିଙ୍କୁ ସିଂହ, ସଞ୍ଜୁ ସାମ୍ସନ୍ (ୱିକେଟ୍କିପର୍), ଜିତେଶ ଶର୍ମା (ୱିକେଟ୍କିପର୍), ଶିବମ୍ ଦୁବେ, ୱାଶିଂଟନ୍ ସୁନ୍ଦର, ଶାହବାଜ ଅହମଦ, ରବି ବିଷ୍ନୋଇ, ପ୍ରସିଦ୍ଧ କ୍ରିଷ୍ଣା, ଅର୍ଶଦୀପ ସିଂହ, ମୁକେଶ କୁମାର ଓ ଆଭେଶ ଖାନ୍ ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *