୮୮ ପରୀକ୍ଷାର୍ଥୀଙ୍କୁ ଆଜୀବନ ବ୍ୟାନ୍ ସୁପାରିସ

ଜେଇ ସିଭିଲ୍ ମେନ୍ ପ୍ରଶ୍ନପତ୍ର ଲିକ୍
ବାଲେଶ୍ୱର, ୨୮ା୭(ଆପ୍ର): ଜେଇ ସିଭିଲ୍ ମେନ୍ ପ୍ରଶ୍ନପତ୍ର ଲିକ୍ ଘଟଣାରେ ପୁଲିସ୍ ଏବେ ଆକ୍ସନ ମୋଡରେ । ଲିକ୍ ପ୍ରଶ୍ନପତ୍ରରେ ସମ୍ପୃକ୍ତ ୮୮ ପରୀକ୍ଷାର୍ଥୀଙ୍କୁ ଆଜୀବନ ବ୍ୟାନ୍ ଲାଗି ଓଏସ୍ଏସ୍ସିକୁ ସୁପାରିଶ କରିଛନ୍ତି ବାଲେଶ୍ୱର ଏସ୍ପି ସାଗରିକା ନାଥ । ଏହା ସହିତ ମୁଖ୍ୟ ଅଭିଯୁକ୍ତ ବୀରେନ୍ଦ୍ର ସିଂହ ବିରୁଦ୍ଧରେ ବିଭାଗୀୟ କାର୍ଯ୍ୟାନୁଷ୍ଠାନ ଲାଗି ସେ ·କିରୀ କରୁଥିବା ପାଟନା ଆକାଉଣ୍ଟାଣ୍ଟ ଜେନେରାଲଙ୍କୁ ବି ଚିଠି ଲେଖିଛନ୍ତି ବାଲେଶ୍ୱର ଏସ୍ପି । ସେପଟେ ଓଏସ୍ଏସ୍ସିକୁ କାହିଁକି ତଦନ୍ତ ପରିସରଭୁକ୍ତ କରାଯିବନି ବୋଲି ପ୍ରଶ୍ନ ଉଠାଇଛନ୍ତି ପରୀକ୍ଷାର୍ଥୀ ଓ ପୂର୍ବତନ ପୁଲିସ୍ ଅଧିକାରୀ । ସେହିପରି ବିରୋଧୀ ଦଳମାନେ ସରକାରଙ୍କ ତଦନ୍ତକୁ କଡା ସମାଲୋଚନା କରି ସତସାହସ ଥିଲେ ସିବିଆଇ କିମ୍ବା ଏସ୍ଆଇଟି ସ୍ତରୀୟ ତଦନ୍ତ ପାଇଁ ଦାବି କରିଛନ୍ତି ।
ଗିରଫ ହୋଇଥିବା କନ୍ଧମାଳର ଶିକ୍ଷକ ଗୋବିନ୍ଦ ତ୍ରିପାଠୀ ଓ ଯାଜପୁରର ଶିକ୍ଷକ ସୁଶାନ୍ତ ସାହୁଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଲାଗି ଦୁଇ ଜିଲ୍ଲାର ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ଏସ୍ପି ଚିଠି ଲେଖିଛନ୍ତି । ଆବଶ୍ୟକ ହେଲେ ରାଜ୍ୟ ବାହାରର ଯେଉଁ ପ୍ରିଣ୍ଟିଂ ପ୍ରେସରୁ ପ୍ରଶ୍ନପତ୍ର ଲିକ୍ ହୋଇଥିଲା, ସେଠାକାର ସିସିଟିଭି ଫୁଟେଜ୍ ଚେକ୍ କରାଯିବା ସହ ପ୍ରେସ୍ ମାଲିକଙ୍କୁ ବି ତଦନ୍ତ ପରିସରଭୁକ୍ତ କରାଯିବ ବୋଲି ଏସ୍ପି ସୂଚନା ଦେଇଛନ୍ତି ।
ସୂଚନା ଥାଉକି, ଏହି ମାମଲାରେ ଏଯାଏଁ ୧୭ ଜଣଙ୍କୁ ଗିରଫ କରାଯାଇଛି । ତେବେ ଦେଖିବାର କଥା ବାଲେଶ୍ୱର ଏସ୍ପିଙ୍କ ସୁପାରିସ ପରେ ଓଏସ୍ଏସ୍ସି ସମ୍ପୃକ୍ତ ୮୮ ପରୀକ୍ଷାର୍ଥୀଙ୍କ ଉପରେ କେବେ ବ୍ୟାନ୍ ଲଗାଉଛି । ଆଉ ଓଏସ୍ଏସ୍ସିକୁ ତଦନ୍ତ ପରିସରଭୁକ୍ତ କରାଯାଉଛି ନା ନାହିଁ ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *