ପ୍ରମାଣ ଦେଇପାରିଲାନି ଆନ୍ଧ୍ର

ରାଇପାହାଡ଼ ବିବାଦ
କୋରାପୁଟ, ୨୭ା୭ (ଆପ୍ର): କୋରାପୁଟର ନନ୍ଦପୁର ବ୍ଲକ୍ସ୍ଥିତ ରାଇପାହାଡ଼ ସୀମା ବିବାଦକୁ ନେଇ ଓଡ଼ିଶା-ଆନ୍ଧ୍ର ଅଧିକାରୀଙ୍କ ମଧ୍ୟରେ ଗୁରୁବାର ପୁଣି ବସିଥିଲା ବୈଠକ । ହେଲେ ଆନ୍ଧ୍ର ପକ୍ଷରୁ ପ୍ରତିନିଧିତ୍ୱ କରୁଥିବା ମହିଳା ଅଫିସର୍ କୌଣସି ପ୍ରମାଣପତ୍ର ଦେଖାଇପାରି ନାହାନ୍ତି କିମ୍ବା ସନ୍ତୋଷଜନକ ଉତ୍ତର ଦେଇ ନ ପାରି ପଛଘୁଞ୍ଚା ଦେଇଛନ୍ତି ।
ସୀମାକୁ ଲାଗିଥିବା ଚାଟୁଆ ଡାକ ବଙ୍ଗଳାରେ ଗୁରୁବାର ଉଭୟ ରାଜ୍ୟ ପ୍ରତିନିଧିଙ୍କ ମଧ୍ୟରେ ଦ୍ୱିତୀୟ ବୈଠକ ବସିଥିଲା । ସୀମା ସଂଲଗ୍ନ ଅଞ୍ଚଳକୁ ଆନ୍ଧ୍ର ପକ୍ଷରୁ ନିଜ ଅଞ୍ଚଳଭାବେ ଦାବି କରାଯାଉଛି । ହେଲେ ଦାବି ସପକ୍ଷରେ ପ୍ରମାଣ ଦର୍ଶାଇବା ଲାଗି କୁହାଯାଇଥିଲା । ଏହାସହିତ ଓଡିÿଶା ଅଧିକାରୀ କେତେକ ପ୍ରଶ୍ନ ପଚାରିଥିଲେ । କିନ୍ତୁ ପ୍ରତିପକ୍ଷର ମହିଳା ଅଧିକାରୀ ସୀମା ଚିହ୍ନଟ ସମ୍ପର୍କରେ ପ୍ରମାଣ ଦେଖାଇ ପାରି ନ ଥିଲେ କିମ୍ବା ଉତ୍ତର ଦେଇ ପାରି ନଥିଲେ । ଫଳସ୍ୱରୂପ କିଛି ନିଷ୍କର୍ଷ ବାହାରି ପାରି ନାହିଁ । ସମାଧାନର ବାଟ ନ ବାହାରିବା ଯାଏଁ ବିବାଦୀୟ ସ୍ଥାନରେ ଆନ୍ଧ୍ର ପକ୍ଷରୁ କୌଣସି କାର୍ଯ୍ୟକୁ କରାଇ ଦିଆଯିବ ନାହିଁ । ଯଦି ବଳପୂର୍ବକ କରାଯାଏ ତେବେ ପୁଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ ବୋଲି ନନ୍ଦପୁର ଏସ୍ଡିପିଓ କହିଛନ୍ତି ।
ଆନ୍ଧ୍ର ପକ୍ଷରୁ ମହିଳା ତହସିଲଦାର ଓ ଅନ୍ୟ ଅଧିକାରୀ ବୈଠକରେ ସାମିଲଥିଲେ । ଓଡ଼ିଶା ପକ୍ଷରୁ କୋରାପୁଟ ଉପଜିଲ୍ଲାପାଳ ବେଣୁଧର ଶବର, ନନ୍ଦପୁର ବିଡିଓ ସୁଜିତ ମିଶ୍ର, ଏସଡିପିଓ ସଞ୍ଜୟ ମହାପାତ୍ର ରାଇପାହାଡ଼ ଓଡ଼ିଶାର ବୋଲି ମାଡ୍ରାସ ପ୍ରେସିଡେନ୍ସି ମ୍ୟାପ ଆଧାରରେ ଦର୍ଶାଇଥିଲେ । ଏହି ମ୍ୟାପ ଆମ ପାଖରେ ନାହିଁ ବୋଲି କହିଥିଲେ ଆନ୍ଧ୍ର ଡୁମ୍ବୁରିଗୁଡା ତହସିଲଦାର । ବୈଠକରେ ସୀମା ବିବାଦର ସମାଧନ ନ ହେବାରୁ ସ୍ଥାନୀୟ ଲୋକଙ୍କ୍ ମଧ୍ୟରେ ଉତ୍ତେଜନା ପ୍ରକାଶ ପାଇଛି । ଆନ୍ଧ୍ରକୁ ଇଞ୍ଚେ ବି ଜାଗା ଛାଡିବୁ ନାହିଁ ବୋଲି ସେମାନେ ଚେତାବନୀ ଦେଇଛନ୍ତି ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *