ସଂସଦରେ ଜୋର୍ଦାର ହଙ୍ଗାମା
ନୂଆଦିଲ୍ଲୀ,୨ଠା୭: ଗୁରୁବାରଠାରୁ ଆରମ୍ଭ ହୋଇଥିବା ସଂସଦର ମୌସୁମୀ ଅଧିବେଶନରେ ମଣିପୁର ଘଟଣା ନେଇ ଜୋରଦାର ହଙ୍ଗାମା ହୋଇଛି । ରାଜ୍ୟସଭାରେ ଏହା ଉପରେ ଆଲୋଚନା ଦାବି କରି ବିରୋଧୀ ଦଳ ନେତା ତଥା କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ୍ଗେ କହିଲେ- ମଣିପୁର ଜଳୁଛି, ମହିଳାଙ୍କ ସହ ବଳାକ୍ରାର ହେଉଛି । ସେମାନଙ୍କୁ ଉଲଗ୍ନ କରି ରାସ୍ତାରେ ଚଲାଯାଉଛି । ଅଥଚ ପ୍ରଧାନମନ୍ତ୍ରୀ ଚୁପ୍ ହୋଇ ବସିଛନ୍ତି । ସେ ଗୃହ ବାହାରେ ବୟାନ ଦେଉଛନ୍ତି । ଆମେ ମଣିପୁର ଉପରେ ବିସ୍ତୃତ ଆଲୋଚନା ଚାହୁଁଛୁ । ପ୍ରଧାନମନ୍ତ୍ରୀ ଗୃହରେ ବିବୃତି ଦେବା ଦରକାର । ମଣିପୁର ମୁଖ୍ୟମନ୍ତ୍ରୀ ତକ୍ରାଳ ଇସ୍ତଫା ଦିଅନ୍ତୁ ଏବଂ ରାଜ୍ୟରେ ରାଷ୍ଟ୍ରପତି ଶାସନ ଜାରି କରାଯାଉ । ଟିଏମ୍ସି ସାଂସଦ ଡେରେକ ଓ ବ୍ରାଏନ୍ ରୁଲ୍ ୨୬୭ର ଉଲ୍ଲେଖ କରି ସବୁ କାର୍ଯ୍ୟ ସସ୍ପେଣ୍ଡ କରି ତୁରନ୍ତ ମଣିପୁର ଘଟଣା ଉପରେ ବିତର୍କ ଦାବି କରିଥିଲେ । ରାଜ୍ୟସଭା ଅଧ୍ୟକ୍ଷ ଜଗଦୀପ ଧନଖଡ ନିୟମ ଓ ପ୍ରକ୍ରିୟା ସମ୍ପର୍କରେ ବୁଝାଇବା ଆରମ୍ଭ କରିବାରୁ ବ୍ରାଏନ୍ କ୍ରୁଦ୍ଧ ହୋଇ ଚିକ୍ରାର କରିବା ଭଳି କହିଥିଲେ, “ପ୍ରଧାନମନ୍ତ୍ରୀଙ୍କୁ ମଣିପୁର ଭିଡିଓ ଉପରେ ବିବୃତି ଦେବାକୁ ହେବ । ସେ ଏବେ ଚୁପ୍ ରହିପାରିବେ ନାହିଁ । ମଣିପୁର, ମଣିପୁର, ମଣିପୁର… ଏ କିଭଳି ପ୍ରଧାନମନ୍ତ୍ରୀ!” ଏହାପରେ ଗୃହରେ ଆରମ୍ଭ ହୋଇଥିବା ପ୍ରବଳ ହଟ୍ଟଗୋଳ । ପରିସ୍ଥିତି ଅଣାୟତ ହେବାରୁ ଗୃହକୁ ପ୍ରଥମେ ଅପରାହ୍ଣ ୨ଟା ପର୍ଯ୍ୟନ୍ତ ସ୍ଥଗିତ ରଖିବାକୁ ପଡିଥିଲା । ପରେ ଶୁକ୍ରବାର ପର୍ଯ୍ୟନ୍ତ ଗୃହକୁ ମୁଲତବୀ ରଖାଗଲା ।