ମୋ ହୃଦୟ ପୀଡ଼ା ଓ କ୍ରୋଧରେ ଜର୍ଜରିତ

୧୪ଠ କୋଟି ଭାରତୀୟଙ୍କ ବେଇଜ୍ଜତି ହୋଇଛି
ନୂଆଦିଲ୍ଲୀ,୨ଠା୭: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଣିପୁର ଘଟଣାରେ ଗଭୀର କ୍ଷୋଭ ଓ ଉଦ୍ବେଗ ପ୍ରକାଶ କରିଛନ୍ତି । ଗୁରୁବାର ସଂସଦର ମୌସୁମୀ ଅଧିବେଶନ ଆରମ୍ଭ ହେବା ପୂର୍ବରୁ ଗୃହ ବାହାରେ କହିଛନ୍ତି, ଯାହା ଘଟିଛି ତାକୁ କୌଣସି ସଭ୍ୟ ସମାଜ ଗ୍ରହଣ କରିପାରିବ ନାହିଁ । ମଣିପୁର ଘଟଣାରେ ୧୪୦ କୋଟି ଭାରତୀୟ ବେଇଜ୍ଜତି ହୋଇଛି । ମୋର ହୃଦୟ ପୀଡ଼ା ଓ କ୍ରୋଧରେ ଜର୍ଜରିତ । କୌଣସି ଅଭିଯୁକ୍ତକୁ ଛଡାଯିବ ନାହିଁ । ମା’ ଓ ଭଉଣୀଙ୍କ ସୁରକ୍ଷା ପାଇଁ ସବୁ ବ୍ୟବସ୍ଥା କରାଯିବ । ସବୁ ମୁଖ୍ୟମନ୍ତ୍ରୀ ନିଜ ନିଜ ରାଜ୍ୟରେ ଆଇନଶୃଙ୍ଖଳା ମଜଭୁତ କରନ୍ତୁ । ରାଜନୀତିରୁ ଊଦ୍ଧ୍ୱର୍ରେ ରହି ନାରୀଙ୍କ ସମ୍ମାନ ପ୍ରତି ଗୁରୁତ୍ୱ ଦିଅନ୍ତୁ ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *