୨୩ରେ ଖୋଲିବ ହୀରାକୁଦ ଗେଟ୍

୨୪ରେ ଆଉ ଏକ ଲଘୁଚାପ କ୍ଷେତ୍ର
ସମ୍ବଲପୁର/ଭୁବନେଶ୍ୱର, ୨ଠା୭(ବୁ୍ୟରୋ): ଆସନ୍ତା ୨୩ ତାରିଖ ସକାଳ ୯ଟା ବେଳେ ହୀରାକୁଦ ଡ୍ୟାମ୍ରୁ ଚଳିତ ବର୍ଷର ପ୍ରଥମ ବନ୍ୟାଜଳ ଛଡାଯିବ । ଡ୍ୟାମ୍ କର୍ତ୍ତୃପକ୍ଷ ବିଜ୍ଞପ୍ତି ଜାରି କରି ଏହି ସୂଚନା ଦେଇଛନ୍ତି । ତେବେ ରବିବାର କେତୋଟି ଗେଟ୍ ଖୋଲାଯିବ ସେ ବିଷୟରେ ସୂଚନା ଦିଆଯାଇନାହିଁ । ଉପରମୁଣ୍ଡରେ ଲଗାଣ ବର୍ଷା ଯୋଗୁଁ ହୀରାକୁଦ ଜଳଭଣ୍ଡାରର ଜଳସ୍ତର କ୍ରମାଗତ ବଢିବାରେ ଲାଗିଥିବାରୁ ଗେଟ୍ ଖୋଲିବାକୁ ନିଷ୍ପତ୍ତି ନିଆଯାଇଛି ।
ହୀରାକୁଦର ସର୍ବୋଚ୍ଚ ଜଳଧାରଣ କ୍ଷମତା ୬୩୦ ଫୁଟ୍ । ଗୁରୁବାର ସୁଦ୍ଧା ଜଳପତ୍ତନ ୬୧୧.୫୨ ଫୁଟରେ ପହଞ୍ଚôଛି । ଡ୍ୟାମ୍କୁ ପ୍ରତି ସେକେଣ୍ଡ୍ରେ ୧ ଲକ୍ଷ ୪୦ ହଜାର ଘନଫୁଟ ଜଳ ପ୍ରବେଶ କରୁଥିବାବେଳେ ପ୍ରାୟ ୪୦ ହଜାର ଘନଫୁଟ ଜଳ ନିଷ୍କାସିତ ହେଉଛି । ଫଳରେ ଡ୍ୟାମ୍ର ଜଳସ୍ତର କ୍ରମାଗତ ବଢିଚାଲିଛି । ଗେଟ୍ ଖୋଲାଗଲେ ହୀରାକୁଦ ଡ୍ୟାମ୍ର ତଳମୁଣ୍ଡରେ ମହାନଦୀ ଓ ଶାଖା ନଦୀଗୁଡିକର ଜଳସ୍ତର ବୃଦ୍ଧି ପାଇବ । ତେଣୁ ନଦୀ ମଧ୍ୟକୁ ପ୍ରବେଶ ନ କରିବା ଲାଗି ତଳମୁଣ୍ଡରେ ବସବାସ କରୁଥିବା ଲୋକଙ୍କୁ ପରାମର୍ଶ ଦିଆଯାଇଛି । ତା ସହିତ ୧୪ଟି ଜିଲ୍ଲାର ଜନସାଧାରଣଙ୍କୁ ଡ୍ୟାମ୍ କର୍ତ୍ତୃପକ୍ଷ ଆଗୁଆ ସତର୍କ କରାଇଛନ୍ତି ।
ଗୁରୁବାର ବଙ୍ଗୋପସାଗରର ଉତ୍ତର-ପଶ୍ଚିମ ପାଶ୍ୱର୍ବର୍ତ୍ତୀ ଓଡିଶା ଉପକୂଳରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି । ତାହା ପଶ୍ଚିମ-ଉତ୍ତର ଦିଗକୁ ଗତି କରିବ । ଏହାର ପ୍ରଭାବରେ ରାଜ୍ୟର ଅନେକ ସ୍ଥାନରେ ପ୍ରବଳରୁ ଅତିପ୍ରବଳ ବର୍ଷା ଲାଗି ରହିଛି । କୋରାପୁଟ, ମାଲକାନଗିରି, ଗଞ୍ଜାମ ଓ ଗଜପତି ଜିଲ୍ଲାରେ ଅତିପ୍ରବଳ ବର୍ଷା ସମ୍ଭାବନା ରହିଛି । ସୂଚନା ଅନୁଯାୟୀ, ଜୁଲାଇ ୨୪ ବେଳକୁ ଉତ୍ତର-ପଶ୍ଚିମ ବଙ୍ଗୋପସାଗର ଓ ପାଶ୍ୱର୍ବର୍ତ୍ତୀ ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗରରେ ଆଉ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବା ସମ୍ଭାବନା ରହିଛି । ଏହାଯୋଗୁଁ ବର୍ଷାର ବିସ୍ତୃତି ଓ ପରିମାଣ ବଢିବ । ଆଗାମୀ ୫ ଦିନ ପର୍ଯ୍ୟନ୍ତ ରାଜ୍ୟର ଅଧିକାଂଶ ଅଞ୍ଚଳରେ ପ୍ରବଳରୁ ଅତିପ୍ରବଳ ବର୍ଷା ହୋଇପାରେ ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *