କୋଟିଆ: ୪ ଗାଁରେ ସଭା କଲେ ଆନ୍ଧ୍ର ବିଡିଓ

କୋରାପୁଟ, ୨୦ା୭(ଆପ୍ର): କିଛିଦିନର ନିରବତା କୋଟିଆରେ ଆନ୍ଧ୍ର ପ୍ରଦେଶ ଅଧକାରୀମାନେ ଦଳବଳ ଧରି ପ୍ରବେଶ କରି ନିଜ ରାଜ୍ୟ ଯୋଜନା ସଂପର୍କରେ ବୁଝାଇଛନ୍ତି ।
ଗୁରୁବାର ସକାଳେ ପଟ୍ଟାଙ୍ଗି ବ୍ଲକ ନେରେଡିବାଲସାରେ ସାଲୁର ବିଡିଓ ରମାଦେବୀ ଓ ତାଙ୍କ ସହଯୋଗୀମାନେ ସଭା କରିଥିବା ଜଣାପଡ଼ିଛି । ଜାଗନାନା ସୁରକ୍ଷା ଯୋଜନାରୁ ବଞ୍ଚିତ ଲୋକଙ୍କୁ କିପରି ଏଥିରେ ସାମିଲ କରାଯିବ ସେ ନେଇ ଆଲୋଚନା କରାଯାଇଥିଲା ।
ଆନ୍ଧ୍ର ପ୍ରଦେଶର ପ୍ରବେଶ ଦ୍ୱାର କୁହାଯାଉଥିବା ଗଂଜେଇପଦର ପଞ୍ଚାୟତ ଅଧୀନ ଗଂଜେଇପଦର, କୋଟିଆ, ସେମ୍ବୀ, ଧୂଳିପଦର ଇତ୍ୟାଦି ଗାଁର ଲୋକେ ସଭାରେ ଯୋଗ ଦେଇଥିଲେ । ଆନ୍ଧ୍ର ଦ୍ୱାରା ନିର୍ବାଚିତ ଜନପ୍ରତିନିଧିମାନେ ସଭାରେ ଉପସ୍ଥିତ ଥିଲେ । ଏହାସହିତ ଲୋକଙ୍କୁ କିଛି କିଟ୍ ବଣ୍ଟନ କରାଯାଇଥିଲା । ଆନ୍ଧ୍ର ଅଧିକାରୀମାନେ ଦୀର୍ଘ ସମୟ ରହିଥିଲେ ବି ଜିଲ୍ଲାପ୍ରଶାସନ ନିକଟରେ ଖବର ନ ପହଞ୍ଚିବା ବିସ୍ମୟ ସୃଷ୍ଟି କରିଛି । ସୂଚନାଯୋଗ୍ୟ, ଆନ୍ଧ୍ର୍ର ପ୍ରଦେଶର ସରକାରୀ ଅଧିକାରୀ, ଜନପ୍ରତିନିଧିମାନେ ବାରମ୍ବାର କୋଟିଆରେ ଅନୁପ୍ରବେଶ କରି ସ୍ଥାନୀୟ ଲୋକଙ୍କୁ ପ୍ରଭାବିତ କରୁଛନ୍ତି । ଆନ୍ଧ୍ରର ସରକାରୀ ଯୋଜନାରେ ଲୋକଙ୍କୁ ଅନ୍ତର୍ଭୁକ୍ତ କରୁଛନ୍ତି ଓ ନିଜ ରାଜ୍ୟର ଶିକ୍ଷା ବ୍ୟବସ୍ଥା ପ୍ରଚଳନ ଲାଗି ଉଦ୍ୟମ କରୁଛନ୍ତି । ଆନ୍ଧ୍ର ବ୍ୟବସାୟୀମାନେ କୋଟିଆରେ ଉତ୍ପାଦିତ ତେନ୍ତୁଳି ଓ ଅନ୍ୟାନ୍ୟ ଦ୍ରବ୍ୟ କିଣୁଛନ୍ତି ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *