ଗ୍ରୀନ୍ ଟ୍ରିବୁ୍ୟନାଲ୍ ଦେଲେ ନୋଟିସ୍

ଦେଓମାଳି କଟେଜ୍
୨୬ ଏକର ଜଙ୍ଗଲ ଜମିରେ ସ୍ଥାୟୀ କଂକ୍ରିଟ୍ ନିର୍ମାଣକୁ ବିରୋଧ
୪ ସପ୍ତାହରେ ଜବାବ ଦାଖଲ ନିଦେ୍ର୍ଦଶ
ଅଗଷ୍ଟ ୨୩ରେ ପରବର୍ତ୍ତୀ ଶୁଣାଣି
କୋରାପୁଟ, ୧୯ା୭ (ଆପ୍ର): ଓଡ଼ିଶାର ସର୍ବୋଚ୍ଚ ପର୍ବତ ଦେଓମାଳିରେ କଟେଜ୍ ନିର୍ମାଣ ମାମଲାରେ ହସ୍ତକ୍ଷେପ କରିଛନ୍ତି ନ୍ୟାସ୍ନାଲ୍ ଗ୍ରୀନ୍ ଟ୍ରିବୁ୍ୟନାଲ୍ (ଏନ୍ଜିଟି) । ଏହି ମାମଲାରେ ରାଜ୍ୟ ସରକାରଙ୍କୁ ନୋଟିସ୍ ଜାରି କରିଛନ୍ତି ଏନ୍ଜିଟିର କୋଲକାତାସ୍ଥିତ ପୂର୍ବାଞ୍ଚଳ ଖଣ୍ଡପୀଠ । ୪ ସପ୍ତାହ ମଧ୍ୟରେ ଜବାବ ଦାଖଲ ପାଇଁ ନିଦେ୍ର୍ଦଶ ଦିଆଯାଇଛି । ଅଗଷ୍ଟ ୨୩ରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ ।
ଦେଓମାଳି ଶିଖରର ପାଖାପାଖି ୨୬ ଏକର ଜଙ୍ଗଲ ଜମିରେ ସ୍ଥାୟୀ କଂକ୍ରିଟ ନିର୍ମାଣକୁ ବିରୋଧ କରି କଟକର ୱାଇଲ୍ଡ ଲାଇଫ୍ ସୋସାଇଟି ଅଫ୍ ଓଡ଼ିଶା (ଡବ୍ଲୁ୍ୟଏସ୍ଓ) ପକ୍ଷରୁ ମାମଲା ଦାଏର କରାଯାଇଥିଲା । ଅଭିଯୋଗ ଅନୁସାରେ ଦେଓମାଳି ପାହାଡ଼ ଶିଖର ଜୈବ ବିବିଧତା ଐତିହ୍ୟ ସ୍ଥଳୀ ପାଇଁ ଯୋଗ୍ୟ ବିବେଚିତ ହୋଇଛି । ଏଠାରେ ଅନେକ ବିରଳ ପ୍ରଜାତିର ଉଦ୍ଭିଦ ଓ ପ୍ରାଣୀ ସମେତ ୮୪ ପ୍ରକାର ଔଷଧୀୟ ବୃକ୍ଷ ରହିଛି । ତେଣୁ ଏଠାରେ କଂଙ୍କ୍ରିଟ ନିର୍ମାଣ କଲେ ଜୈବ ବିବିଧତା ନଷ୍ଟ ହେବାର ଆଶଙ୍କା ଅଛି ।
ଆବେଦନକାରୀଙ୍କ ପକ୍ଷରୁ ଅଭିଯୋଗ କରାଯାଇଛି ଯେ ଜଙ୍ଗଲ (ସଂରକ୍ଷଣ) ଅଧିନିୟମ, ୧୯୮୦ ଅନୁଯାୟୀ ଅନୁମତି ନିଆ ନ ଯାଇ ରାଜ୍ୟ ଜଙ୍ଗଲ ବିଭାଗ ପଟାଙ୍ଗି ବ୍ଲକ୍ ଅନ୍ତର୍ଗତ ଦେଓମାଳୀ ପର୍ବତ ଶିଖରରେ ସିମେଣ୍ଟ ଫାଇବର ବୋର୍ଡ ବ୍ୟବହାର କରି କଟେଜ୍ ନିର୍ମାଣ କରୁଛି । ପ୍ରାୟ ୧୦ଟି କଟେଜ୍ ତିଆରି କରାଯାଉଛି । ପର୍ଯ୍ୟଟକମାନଙ୍କ ରାତ୍ରି ରହଣୀ ଉଦେ୍ଦଶ୍ୟରେ ପ୍ରତ୍ୟେକ କଟେଜ୍ରେ ଡାଇନିଂ ହଲ୍ ଓ ଦୁଇଟି ଡର୍ମିଟରୀ ବ୍ୟବସ୍ଥା ହେଉଛି । ଜଙ୍ଗଲ ବିଭାଗ ଆସାମରୁ ପ୍ରାୟ ୧ ହଜାର ପାଇନ୍ ଚାରା ଆଣି କଟେଜ୍ ଅଞ୍ଚଳରେ ଲଗାଇଛନ୍ତି । ପର୍ବତ ଶିଖରରେ ବକ୍ସାଇଟ୍ ମହଜୁଦ ଥିବାରୁ ପାଇନ୍ ଚାରା ରୋପଣ ପାଇଁ ମେସିନ୍ ସାହାଯ୍ୟରେ ଗାତ ଖୋଳାଯାଇଥିଲା ।
ପିଟିସନ୍ରେ ଆହୁରି ଦର୍ଶାଯାଇଛି ଯେ ଦେଓମାଳି ପ୍ରକଳ୍ପକୁ କେନ୍ଦ୍ର ସରକାରଙ୍କ ସ୍ୱଦେଶ ଦର୍ଶନ ପ୍ରକଳ୍ପରେ ଅନ୍ତର୍ଭୁକ୍ତ କରାଯାଇଛି । ଦେଓମାଳି ପର୍ଯ୍ୟଟନ ପ୍ରକଳ୍ପ ପାଇଁ ପୂର୍ବରୁ ୧୬ କୋଟି ଟଙ୍କା ମଞ୍ଜୁର ହୋଇଛି । ଏହାଛଡା ସିମିଳିଗୁଡା ଫରେଷ୍ଟ ରେଞ୍ଜ୍ ଇକୋ ଟୁରିଜମ୍ କମ୍ପ୍ଲେକ୍ସର ଉନ୍ନୟନ ପାଇଁ ସାଢେ ୪ କୋଟି ଟଙ୍କାର ଆଉ ଏକ ଯୋଜନା ପ୍ରସ୍ତୁତ କରିଛି ।
ଏହାର ଶୁଣାଣି କରି କେନ୍ଦ୍ର ଜଙ୍ଗଲ ଓ ପରିବେଶ ମନ୍ତ୍ରଣାଳୟ, ରାଜ୍ୟ ଜଙ୍ଗଲ ଓ ପରିବେଶ ବିଭାଗ, ରାଜ୍ୟ ଜୈବ ବିବିଧତା ବୋର୍ଡ, କୋରାପୁଟ ଜିଲ୍ଲାପାଳ, କୋରାପୁଟ ବନଖଣ୍ଡ ଅଧିକାରୀ ପ୍ରମୁଖଙ୍କୁ ନୋଟିସ୍ ଜାରି କରିଛନ୍ତି ଏନ୍ଜିଟି ।
ଗତବର୍ଷ ତକ୍ରାଳୀନ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ଦେଓମାଳୀ ଗସ୍ତରେ ଯାଇଥିବା ସମୟରେ ସେଠାକାର ମହିଳାଙ୍କୁ ସ୍ୱାବଲମ୍ବୀ କରି ଆର୍ଥିକ ସ୍ଥିତିକୁ ମଜଭୁତ କରିବାକୁ ସବୁ ପ୍ରୟାସ କରାଯିବ
ଓ ସର୍ବୋଚ୍ଚ ଶୃଙ୍ଗ ଦେଓମାଳି ପର୍ଯ୍ୟଟକଙ୍କ ଆକର୍ଷଣ କେନ୍ଦ୍ର ପାଲଟିବ ବୋଲି କହିଥିଲେ । ଦେଓମାଳିରେ ହୋଟେଲ ନିର୍ମାଣ ସହ ଇକୋ ଟୁରିଜମ୍ କଟେଜ୍ ନିର୍ମାଣ କରାଯିବ ଓ ଏହାର ସଂପୂର୍ଣ୍ଣ ଦାୟିତ୍ୱ ସ୍ୱୟଂ ସହାୟକ ଗୋଷ୍ଠୀ (ଏସ୍ଏଚ୍ଜି)କୁ ଦିଆଯିବ ଏବଂ ତାହାର ତଦାରଖ ମହିଳାମାନେ କରିବେ ବୋଲି କହିଥିଲେ । ଦେଓମାଳୀ ପର୍ବତ ଶିଖରକୁ ଯାଇ ଇକୋ ଟୁରିଜମ୍ କଟେଜ୍ ନିମନ୍ତେ କେତେକ ସ୍ଥାନରେ ଜମି ଚିହ୍ନଟ କରାଯାଇଥିଲା ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *