ତିସ୍ତାଙ୍କୁ ସୁପ୍ରିମ୍ ଜାମିନ

ନୂଆଦିଲ୍ଲୀ, ୧୯ା୭(ବୁ୍ୟରୋ): ଗୁଜରାଟ ଦଙ୍ଗା ସମ୍ପର୍କିତ ମାମଲାରେ ଗୁଜରାଟ ହାଇକୋର୍ଟ ତିସ୍ତା ସିତଲୱାଡ଼ଙ୍କ ବିରୋଧରେ ଦେଇଥିବା ନିଦେ୍ର୍ଦଶକୁ ସୁପ୍ରିମକୋର୍ଟ ବୁଧବାର ରଦ୍ଦ କରି ତାଙ୍କୁ ନିୟମିତ ଜାମିନ ମଞ୍ଜୁର କରିଛନ୍ତି । ହାଇକୋର୍ଟ ତାଙ୍କୁ ଜୁଲାଇ ୧ରେ ଆତ୍ମସମର୍ପଣ କରିବାକୁ କହିଥିଲେ । ଜଷ୍ଟିସ ବିଆର୍ ଗବଇ, ଜଷ୍ଟିସ ଏଏସ୍ ବୋପନ୍ନା ଓ ଜଷ୍ଟିସ ଦୀପଙ୍କର ଦତ୍ତଙ୍କ ଖଣ୍ଡପୀଠ ଶୁଣାଣିବେଳେ କହିଛନ୍ତି, ତିସ୍ତାଙ୍କ ବିରୋଧରେ ଚାର୍ଜସିଟ୍ ଦାଖଲ ହୋଇସାରିଛି । ତେଣୁ ଜେଲ୍ରେ ରଖି ତାଙ୍କୁ ଜେରା କରିବାର ଆବଶ୍ୟକତା ନାହିଁ ।
ଉଲ୍ଲେଖଯୋଗ୍ୟ ଯେ ତିସ୍ତା ୨୦୦୨ ଗୁଜରାଟ ଦଙ୍ଗା ସମ୍ବନ୍ଧୀୟ ବିଭିନ୍ନ ମାମଲାରେ ନିଦେ୍ର୍ଦାଷ ଲୋକଙ୍କୁ ଫସାଇବା ଉଦେ୍ଦଶ୍ୟରେ ମିଥ୍ୟା ସାକ୍ଷ୍ୟ ଯୋଗାଡ କରିଥିବାର ଅଭିଯୋଗ ହୋଇଥିଲା ।
ସୁପ୍ରିମ୍କୋର୍ଟଙ୍କ ନିଦେ୍ର୍ଦଶ ଅନୁଯାୟୀ, ତିସ୍ତାଙ୍କ ପାସ୍ପୋର୍ଟ ସେସନ୍ସ କୋର୍ଟରେ ରହିବ । ଯଦି କେବେ ତିସ୍ତାଙ୍କ ପକ୍ଷରୁ ସାକ୍ଷୀମାନଙ୍କୁ ପ୍ରଭାବିତ କରିବା ଜଣାପଡେ, ସେ କ୍ଷେତ୍ରରେ ଗୁଜରାଟ ପୁଲିସ୍ ସିଧା ସୁପ୍ରିମ୍କୋର୍ଟକୁ ଆସିପାରିବେ ।
ଜଷ୍ଟିସ ଗବଇ ଶୁଣାଣିବେଳେ ତିସ୍ତାଙ୍କ ଗିରଫଦାରୀର ସମୟ ଓ ଉଦେ୍ଦଶ୍ୟକୁ ନେଇ ମଧ୍ୟ ପ୍ରଶ୍ନ ଉଠାଇ କହିଥିଲେ, ଆପେଣମାନେ ୨୦୨୨ ଯାଏ କ’ଣ କରୁଥିଲେ? ଆପଣମାନେ ଜୁନ ୨୪ ଓ ୨୫ରେ ଏମିତି କ’ଣ ତଦନ୍ତ କରି ପାଇଗଲେ ଯେ ଗିରଫ କରିବାକୁ ଆଗେଇ ଆସିଲେ? ଆପଣଙ୍କ ଯୁକ୍ତିକୁ ଯଦି ଗ୍ରହଣ କରି ନିଆଯିବ, ତା’ହେଲେ ପ୍ରମାଣ ଆଇନର ସଂଜ୍ଞା ଅଳିଆ ଗଦାରେ ପଡ଼ିବ । ଏବେ ଆମେ ଆପଣମାନଙ୍କୁ କେବଳ ସତର୍କ କରାଉଛି, ଯଦି ଆପଣ ଅଧିକ କିଛି କରନ୍ତି, ତା’ହେଲେ ଆମେ ବାଧ୍ୟ ହୋଇ ଯେକୌଣସି ନିଷ୍ପତ୍ତି ନେଇଯିବୁ । ଜଷ୍ଟିସ ଦତ୍ତ ମଧ୍ୟ କୌଣସି ଲୋକଙ୍କୁ ରାୟ ନ ଆସିବା ଯାଏ ଜେଲରେ ରଖାଯାଇପାରିବ ନାହିଁ ବୋଲି କହିଛନ୍ତି ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *