ଟ୍ରାନ୍ସଫର୍ମର ଫାଟି ୧୭ ମୃତ

ନମାମି ଗଙ୍ଗେ ପ୍ରକଳ୍ପ ସ୍ଥଳରେ ଅଘଟଣ
ଚମୋଲୀ (ଉତ୍ତରାଖଣ୍ଡ), ୧୯ା୭: ଅଳକାନନ୍ଦା ନଦୀ କୂଳରେ ନମାମି ଗଙ୍ଗେ ପ୍ରକଳ୍ପ କାମ ବେଳେ ଗୋଟିଏ ବିଦ୍ୟୁତ୍ ଟ୍ରାନ୍ସଫର୍ମର ଫାଟି ୧୭ ଜଣ ଲୋକଙ୍କ ମୃତୁ୍ୟ ଘଟିଛି । ମୃତକଙ୍କ ମଧ୍ୟରେ ରହିଛନ୍ତି ଶ୍ରମିକ, ସାଧାରଣ ଲୋକ, ଜଣେ ସବ୍-ଇନ୍ସପେକ୍ଟର ସମେତ ୬ ପୁଲିସ୍ କର୍ମଚାରୀ । ସ୍ୱେରେଜ ଟ୍ରିଟମେଣ୍ଟ ପ୍ଲାଣ୍ଟରେ କାମ କରୁଥିବା ବେଳେ ହଠାତ୍ ଟ୍ରାନ୍ସଫର୍ମର ଫାଟିବାରୁ ରେଲିଂରେ କରେଣ୍ଟ ·ର୍ଜ ହୋଇଯାଇଥିଲା । ମୋଟ୍ ୨୩ ଜଣ ବିଦୁ୍ୟତ୍ ସଂସ୍ପର୍ଶରେ ଆସିଥିଲେ । ଘଟଣାସ୍ଥଳରେ ୧୫ ଜଣଙ୍କ ମୃତୁ୍ୟ ଘଟିଥିବା କୁହାଯାଉଛି ।
ଟ୍ରାନ୍ସଫର୍ମର ବିସ୍ଫୋରଣ ଯୋଗୁ ଆହତ ହୋଇଥିବା ଲୋକଙ୍କୁ ହେଲିକପ୍ଟର ଯୋଗେ ଜିଲ୍ଲା ମୁଖ୍ୟ ଡାକ୍ତରଖାନାକୁ ନିଆଯାଇଥିଲା । ପରେ ଦୁଇ ଜଣଙ୍କୁ ଏମ୍ସ ଋଷିକେଶକୁ ରେଫର କରାଯାଇଛି । ପୁଲିସ୍ ଓ ଉଦ୍ଧାରକାରୀ ଦଳ ଘଟଣା ସ୍ଥଳରେ ରହିଛନ୍ତି । ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂହ ଧାମି ଘଟଣାର ବିଚାରବିଭାଗୀୟ ତଦନ୍ତ ନିଦେ୍ର୍ଦଶ ଦେଇଛନ୍ତି ।
ମୃତକଙ୍କ ଆତ୍ମୀୟଙ୍କୁ ୫ ଲକ୍ଷ ଓ ଆହତଙ୍କୁ ୧ ଲକ୍ଷ ଟଙ୍କା ଲେଖାଁଏ ସହାୟତା ରାଶି ଦିଆଯିବ ବୋଲି ମୁଖ୍ୟମନ୍ତ୍ରୀ ଧାମି ଘୋଷଣା କରିଛନ୍ତି । କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଦୁର୍ଘଟଣା ଖବର ମିଳିବା ମାତ୍ରେ ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିବା ପରେ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟକୁ ଦୁର୍ଘଟଣା ସମ୍ପର୍କରେ ଅବଗତ କରାଇଛନ୍ତି ।
ସୂଚନା ଅନୁଯାୟୀ, ମଙ୍ଗଳବାର ରାତିରେ ସେଠାରେ ଜଣେ ଚୌକିଦାରଙ୍କର ସିୱର ପ୍ଲାଣ୍ଟ୍ରେ କରେଣ୍ଟ ଲାଗି ମୃତୁ୍ୟ ହୋଇଥିଲା । ବୁଧବାର ପୁଲିସ୍ ପଞ୍ଚନାମା କରୁଥିବା ବେଳେ ପ୍ଲାଣ୍ଟର ରେଲିଂରେ କରେଣ୍ଟ ଚାର୍ଜ ହେବାରୁ ଦୁର୍ଘଟଣା ଘଟିଲା ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *