ଦେଶବ୍ୟାପୀ ଆକ୍ରୋଶ

ମଣିପୁର ବର୍ବରତା
ସରକାରଙ୍କୁ ସୁପ୍ରିମ୍ ଅଲ୍ଟିମେଟମ୍
ନୂଆଦିଲ୍ଲୀ,୨ଠା୭: ମଣିପୁର ଘଟଣା ସାରା ଦେଶକୁ ଲଜ୍ଜିତ କରିଛି । ରାଜ୍ୟରେ ସାମ୍ପ୍ରଦାୟିକ ହିଂସା ଆରମ୍ଭ ହେବା ପରଦିନ କୁକୀ-ଜୋମୀ ସମ୍ପ୍ରଦାୟର ଦୁଇଜଣ ମହିଳାଙ୍କୁ ଉଲଗ୍ନ କରି ପ୍ରାୟ ହଜାରେ ଲୋକଙ୍କ ଆଗରେ ଚଲାଇବା ପରେ ଦୁହିଁଙ୍କୁ ଗଣବଳାକ୍ରାର କରିବା ଘଟଣା ନେଇ ସୁପ୍ରିମ୍କୋର୍ଟ କେନ୍ଦ୍ର ସରକାର ଦେଇଛନ୍ତି ଅଲ୍ଟିମେଟମ୍ । ସର୍ବୋଚ୍ଚ ଅଦାଲତ କହିଛନ୍ତି, ଶୀଘ୍ରାତିଶୀଘ୍ର ସରକାର କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କଲେ ଆମେ ଆକ୍ସନ ନେବୁ । ମଣିପୁର ବର୍ବରକାଣ୍ଡକୁ ନେଇ ଗୁରୁବାର ସଂସଦ ମୌସୁମୀ ଅଧିବେଶନର ପ୍ରଥମ ଦିନରେ ଜୋରଦାର ହଙ୍ଗାମା ହୋଇ ଗୃହକାର୍ଯ୍ୟ ଶୁକ୍ରବାର ପୂର୍ବାହ୍ଣ ପର୍ଯ୍ୟନ୍ତ ସ୍ଥଗିତ ରହିଛି ।
ସୁପ୍ରିମ୍କୋର୍ଟ ଗୁରୁବାର ନିଜଆଡୁ ମାମଲା ରୁଜୁ କରି କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଲାଗି କେନ୍ଦ୍ର ଓ ମଣିପୁର ରାଜ୍ୟ ସରକାରଙ୍କୁ ନିଦେ୍ର୍ଦଶ ଦେଇଛନ୍ତି । ପ୍ରଧାନ ବିଚାରପତି ଡିୱାଇ ଚନ୍ଦ୍ରଚୂଡ କହିଛନ୍ତି, ଦୁଇ ଜଣ ମହିଳାଙ୍କୁ ଲଗ୍ନ କରି ବୁଲାଇବା ସମ୍ପର୍କିତ ଭିଡିଓ ସାମ୍ନାକୁ ଆସିଛି ତାହା କଦାପୀ ବରଦାସ୍ତଯୋଗ୍ୟ ନୁହେଁ । ଏହା ସମ୍ବିଧାନର ଘୋର ଉଲ୍ଲଂଘନ । ସରକାର ତୁରନ୍ତ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କଲେ ଆମେ ସମୁଚିତ ପଦକ୍ଷେପ ନେବୁ । ଆସନ୍ତା ୨୮ ତାରିଖ ଦିନ ମାମଲାର ଶୁଣାଣି ହେବ । କୌଣସି ସଭ୍ୟ ସମାଜରେ ମହିଳାଙ୍କୁ ଦ୍ରବ୍ୟ ଭଳି ଉପଯୋଗ କରାଯାଏନାହିଁ ।
ଗୁରୁବାର ପୂର୍ବାହ୍ଣରେ କୋର୍ଟ ଖୋଲିବା ମାତ୍ରେ ପ୍ରଧାନ ବିଚାରପତି ଆଟର୍ଣ୍ଣି ଜେନେରାଲ୍ ଆର୍ ଭେଙ୍କଟରମଣୀ ଓ ସଲିସିଟର ଜେନେରାଲ୍ ତୁଷାର ମେହେଟାଙ୍କୁ ଡକାଇ କହିଥିଲେ, ଆମେ ମଣିପୁର ଭିଡିଓ ଦେଖି ଅତ୍ୟନ୍ତ ମି୍ରୟମାଣ ହୋଇପଡିଛୁ । ଏହା ସାମ୍ବିଧାନିକ ଗଣତନ୍ତ୍ରରେ ଆଦୌ ସ୍ୱୀକାର୍ଯ୍ୟ ନୁହେଁ । କେନ୍ଦ୍ର ଓ ରାଜ୍ୟ ସରକାର ଅଭିଯୁକ୍ତମାନଙ୍କୁ ଦଣ୍ଡିତ କରାଇବା ଲାଗି କି କାର୍ଯ୍ୟାନୁଷ୍ଠାନ ନେଉଛନ୍ତି, ତାହା ଆମକୁ ଅବଗତ କରାନ୍ତୁ ।
ଉଲ୍ଲେଖଯୋଗ୍ୟ ଯେ ସାଧାରଣ ଜନତାଙ୍କଠାରୁ ଆରମ୍ଭ କରି ନେତାଙ୍କ ପର୍ଯ୍ୟନ୍ତ ସମସ୍ତେ ଏହି ଯେଉଁ ବର୍ବରକାଣ୍ଡକୁ ନିନ୍ଦା କରିଛନ୍ତି, ତାହା ମଣିପୁରର କାଙ୍ଗପୋକପୀ ଜିଲ୍ଲାରେ ଘଟିଥିଲା ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *