ଋଣବୋଝ ସହି ନ ପାରି ଦମ୍ପତିଙ୍କ ଆତ୍ମହତ୍ୟା
ସୁକିନ୍ଦା, ୧୯ ।୭ (ଆପ୍ର): ଋଣ ବୋଝ ସହି ନ ପାରି ରେଳ ଧାରଣାକୁ ଡେଇଁ ଆତ୍ମହତ୍ୟା କଲେ ଉଭୟ ସ୍ୱାମୀ ଓ ସ୍ତ୍ରୀ । ଖବର ଅନୁଯାୟୀ ଯାଜପୁର ଜିଲ୍ଲା ଟମକା ଥାନା ଅନ୍ତର୍ଗତ ଧୂଳିଆପସି ଗ୍ରାମ ନିକଟରେ ବୁଧବାର ଅପରାହ୍ନରେ ସ୍ୱାମୀ, ସ୍ତ୍ରୀ ଟ୍ରେନ୍ ଆଗକୁ ଡେଇଁ ଆତ୍ମହତ୍ୟା କରିଛନ୍ତି । ମୃତକ ସ୍ୱାମୀ-ସ୍ତ୍ରୀ ହେଲେ ସ୍ଥାନୀୟ ଓସ୍ତପାଳ ଗ୍ରାମର ନିମାଇଁ ଚରଣ ବାରି ଓ ସ୍ତ୍ରୀ ଜାନକୀ ବାରି । ଟ୍ରେନ ଲାଇନ ନିକଟରେ ବାଇକ୍ ରଖି ଆତ୍ମହତ୍ୟା କରିଛନ୍ତି । ପାଖରେ ତାଙ୍କର ଦୁଇଟି ମୋବାଇଲ ପଡିବା ସହ ନାଲି କାଳିରେ ଲେଖାଥିବା ଟୁକୁରା ଟୁକୁରା କାଗଜ ପଡିଥିଲା । ପରେ ସେହି କାଗଜ ସବୁ ଓଦା ହୋଇ ପଡ଼ିରହିଛି । ସେଥିରୁ ଯାହା ଜଣାପଡୁଛି ଟଙ୍କା ପଇସା ଧାରକରଜକୁ ନେଇ କେହି ଗାଳିଗୁଲଜ କରିବା ସହିନପାରି ଉଭୟ ଆତ୍ମହତ୍ୟା କରିଛନ୍ତି । ଟମକା ପୁଲିସ ଏବଂ ରେଳବାଇ ପୁଲିସ ଘଟଣା ସ୍ଥଳରେ ପହଞ୍ଚô ମୃତଦେହ ଦୁଇଟିକୁ ଉଦ୍ଧାର କରି ବ୍ୟବଛେଦ ପାଇଁ ଦାନଗଦି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ପଠାଇଛି । ପୁଲିସ ଏ ନେଇ ଏକ ଅପମୃତୁ୍ୟ ମାମଲା ରୁଜୁ କରିଥିବା ବେଳେ ତଦନ୍ତ ପରେ ଘଟଣାର ସତ୍ୟାସତ୍ୟ ସାମ୍ନାକୁ ଆସିବ ବୋଲି ଟମକା ପୁଲିସ ତରଫରୁ ସୂଚନା ମିଳିଛି ।