କ୍ରୀଡ଼ାରେ ଉକ୍ରର୍ଷ ପାଇଁ ଓଡିÿଶା ପ୍ରତିବଦ୍ଧ
କଳିଙ୍ଗ ଷ୍ଟାଡିୟମ୍ରେ ହକି ଓ ଜିମ୍ନାଷ୍ଟିକ୍ସ ଉଚ୍ଚ ପ୍ରଦର୍ଶନ କେନ୍ଦ୍ର ଉଦ୍ଘାଟିତ
ଭୁବନେଶ୍ୱର ୧୮ା୭ (ବୁ୍ୟରୋ): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଙ୍ଗଳବାର କଳିଙ୍ଗ ଷ୍ଟାଡିୟମ୍ରେ ଜିମ୍ନାଷ୍ଟିକ୍ ଉଚ୍ଚ ପ୍ରଦର୍ଶନ କେନ୍ଦ୍ର ଏବଂ ନୂତନ ହକି ଉଚ୍ଚ ପ୍ରଦର୍ଶନ କେନ୍ଦ୍ର ଉଦ୍ଘାଟନ କରିଛନ୍ତି । ଜିମ୍ନାଷ୍ଟିକ୍ ହାଇ ପରଫରମାନ୍ସ ସେଣ୍ଟର ଆର୍ସେଲର ମିତ୍ତଲ ନିପନ୍ ଷ୍ଟିଲ୍ ଇଣ୍ଡିଆ ଓ ହକି ଉଚ୍ଚ ପ୍ରଦର୍ଶନ କେନ୍ଦ୍ର ଟାଟା ଷ୍ଟିଲ୍ ଏବଂ ଟାଟା ଟ୍ରଷ୍ଟ ସହ ସହଭାଗିତାରେ ନିର୍ମାଣ କରାଯାଇଛି । ଏହି ଅବସରରେ ମୁଖ୍ୟମନ୍ତ୍ରୀ ୨୦୨୩ ଏସୀୟ କ୍ରୀଡ଼ା ଗେମ୍ସ ୨୦୨୩ ପାଇଁ ଯୋଗ୍ୟତା ଅର୍ଜନ କରିବା ପାଇଁ ଓଡ଼ିଆ ଜିମ୍ନାଷ୍ଟ ରାକେଶ ପାତ୍ର ଏବଂ ତପନ ମହାନ୍ତିଙ୍କୁ ୧୦ ଲକ୍ଷ ଟଙ୍କାର ଚେକ୍ ପ୍ରଦାନ କରିଛନ୍ତି ।
ଉଦ୍ଘାଟନୀ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ କହିଛନ୍ତି, କ୍ରୀଡ଼ା କ୍ଷେତ୍ରରେ ଉକ୍ରର୍ଷତା ପାଇଁ ଓଡିÿଶା ଏକ ସହଭାଗୀତା ମଡେଲ ଅନୁସରଣ କରୁଛି । ନୂତନ ହକି ଉଚ୍ଚ ପ୍ରଦର୍ଶନ କେନ୍ଦ୍ର ଏବଂ ଜିମ୍ନାଷ୍ଟିକ୍ ଉଚ୍ଚ ପ୍ରଦର୍ଶନ କେନ୍ଦ୍ର ଉଦ୍ଘାଟିତ ହେବା ପରେ ଓଡ଼ିଶାର କ୍ରୀଡା ଇକୋସିଷ୍ଟମ୍ ଆହୁରି ଅଧିକ ଦୃଢ଼ ହୋଇପାରିଛି । ଜାତୀୟ ଓ ଆନ୍ତର୍ଜାତୀୟ ପ୍ରତିଯୋଗିତାରେ ପ୍ରତିଯୋଗିତାରେ କ୍ରୀଡ଼ାବିତ୍ଙ୍କ ଦକ୍ଷତା ବୃଦ୍ଧି କରିଛି । ଏହି ନୂତନ କେନ୍ଦ୍ରଗୁଡ଼ିକ ଅନାବିଷ୍କ୍ୃତ ପ୍ରତିଭା ଲୋକଲୋଚନକୁ ଆଣିବା ଓ ପଦକ ଜିତିଥିବା କ୍ରୀଡ଼ାବିତ୍ଙ୍କୁ ପ୍ରୋତ୍ସହିତ କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିବ ।
ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଜିମ୍ନାଷ୍ଟିକ୍ ବିକାଶ ପାଇଁ ଓଡିଶା ପ୍ରତିବଦ୍ଧ । ରାଜ୍ୟ ଏବଂ ଆର୍ସେଲର୍ ମିତ୍ତଲ ଓ ନିପନ ଷ୍ଟିଲ ଜିମ୍ନାଷ୍ଟିକ୍ସର ବିକାଶ ଦିଗରେ ଏକାଠି ହୋଇଥିବାରୁ ମୁଁ ଆନନ୍ଦିତ । ଉକ୍ତ ସହଭାଗୀତା ଦେଶରେ ଏକ ଜିମ୍ନାଷ୍ଟିକ୍ ଇକୋସିଷ୍ଟମ୍ ସୃଷ୍ଟି କରିବାରେ ବ୍ୟାପକ ଭୂମିକା ଗ୍ରହଣ କରିବ । ନୂତନ ହକି ଉଚ୍ଚ ପ୍ରଦର୍ଶନ କେନ୍ଦ୍ର ବିଷୟରେ ସୂଚନା ଦେଇ ମୁଖ୍ୟମନ୍ତ୍ରୀ କହିଛନ୍ତି, ଏଚ୍ପିସି ଏବଂ ଏପରିକି ତୃଣମୂଳ ସ୍ତରରେ ହକି ବିକାଶ ପାଇଁ ଟାଟା ଗ୍ରୁପ୍ ସହ ଆମର ସହଭାଗିତା ଖୁସିର ଖବର । ଏହା ପ୍ରତିଭା ଅନ୍ୱେଷଣରେ ସାହାଯ୍ୟ କରିବ ଏବଂ ଜାତୀୟ ଦଳ ପାଇଁ ଦକ୍ଷ ଖେଳାଳି ସୃଷ୍ଟି କରିବ । ଜିମ୍ନାଷ୍ଟିକ୍ ଉଚ୍ଚ ପ୍ରଦର୍ଶନ କେନ୍ଦ୍ର ଉନ୍ନତ ଉପକରଣ, ସୁବିଧା ସହିତ ସଜ୍ଜିତ ଏବଂ ଉଭୟ ସିନିୟର ଓ ତୃଣମୂଳ ସ୍ତରର ଆଥଲେଟ୍ସ୍ଙ୍କୁ ତାଲିମ ଦେବ ।
ଓଡିଶା ନାଭାଲ ଟାଟା ହକି ଉଚ୍ଚ ପ୍ରଦର୍ଶନ କେନ୍ଦ୍ରରେ ବାଳକ ଓ ବାଳିକା କ୍ୟାଡେଟ୍ଙ୍କ ପାଇଁ ଶ୍ରେଣୀଗୃହ, ଜିମ୍ନାସିୟମ, ରୋଷେଇ ଘର, ଡାଇନିଂ, ଫିଜିଓଥେରାପି ରୁମ ଏବଂ ଅନ୍ୟାନ୍ୟ ବହୁମୁଖୀ କୋଠରୀ ଓ ଅଭ୍ୟାସ ପିଚ୍ ସହିତ ରଖାଯାଇଛି ।
୨୦୧୯ ଅଗଷ୍ଟରେ ଆରମ୍ଭ ହୋଇଥିବା ହକି ଏଚ୍ପିସିରେ ଏବେ ୫୦ ବାଳକ ଏବଂ ୫୦ ବାଳିକା ଖେଳାଳି ଅଛନ୍ତି । ୨୦୧୯ ପରଠାରୁ ଓଡିଶା ଦେଶରେ ଉଚ୍ଚ ପ୍ରଦର୍ଶନ କେନ୍ଦ୍ରର ଏକ ହବ୍ ଭାବରେ ଉଭା ହୋଇଛି । ଶୁଟିଂ, ହକି, ବ୍ୟାଡମିଣ୍ଟନ୍, ଭାରୋତ୍ତୋଳନ, ଆଥଲେଟିକ୍ସ, କ୍ରୀଡା ବିଜ୍ଞାନ, ସନ୍ତରଣ, ଫୁଟବଲ୍, ଜିମ୍ନାଷ୍ଟିକ୍ ଏବଂ କ୍ରୀଡା ପରି·ଳନାରେ ଉକ୍ରର୍ଷ କେନ୍ଦ୍ର ରାଜ୍ରରେ ରହିଛି । ଟାଟା ଗ୍ରୁପ୍ ସହଭାଗିତା ଓ ଏଚ୍ପିସି ଆରମ୍ଭ ହେବା ଦ୍ୱାରା ତୀରନ୍ଦାଜ ଓ କ୍ରୀଡାର ଅଧିକ ବିକାଶ ହୋଇପାରିବ ।
କାର୍ଯ୍ୟକ୍ରମରେ କ୍ରୀଡ଼ା ଏବଂ ଯୁବ ସେବା ମନ୍ତ୍ରୀ ତୁଷାରକାନ୍ତି ବେହେରା, ଉନ୍ନୟନ କମିଶନର ଅନୁ ଗର୍ଗ, କ୍ରୀଡ଼ା ଏବଂ ଯୁବ ସେବା ସଚିବ ଭିନିଲ କ୍ରିଷ୍ଣା, ଏମ୍ ଓ ଏନଏସ୍୍ର ଉଚ୍ଚ ଅଧିକାରୀ, ଟାଟା ଷ୍ଟିଲର ଉଚ୍ଚ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ ।